ETV Bharat / city

ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍‌ - BJD MLA Debi Mishra

ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍‌

author img

By

Published : Sep 18, 2020, 11:52 AM IST

Updated : Sep 18, 2020, 3:49 PM IST

11:45 September 18

ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍‌

ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍‌

ଭୁବନେଶ୍ବର: ପୁଣି ଫେରିଲା ସିବିଆଇ । ଆଜି ସିସୋର ଚିଟଫଣ୍ଡ ଲିଙ୍କରେ ବିଜେଡିର ବରିଷ୍ଠ ନେତା ତଥା ବଡମ୍ବା ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍ କରିଛି । ଏକ କାଳୀନ 7ଟି ଜାଗାରେ ଚଢାଉ ହେଉଥିବା ସୂଚନା  ।  

ପୂର୍ବରୁ ମଧ୍ୟ ଏନେଇ ଦେବୀ ମିଶ୍ରଙ୍କ ଦୁଇ ଜଣ ସହଯୋଗୀଙ୍କୁ ଜେରା କରିଥିବା ସୂଚନା । ସୂଚନା ଅନୁସାରେ ଦେବୀ ମିଶ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଥିବାବେଳେ ସିସୋରକୁ ଅଟ୍ରି ମହାନଦୀ ବୋଟିଂ ଦେଇଥିଲେ । ଏହି ସମ୍ପର୍କରେ ସିବିଆଇ ଯାଞ୍ଚ କରୁଥିବା ସୂଚନା ମିଳିଛି ।  

ସେପଟେ ସିବିଆଇ ଜେରାକୁ ନେଇ ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା ମିଳିଛି । ସିସୋର ଲିଙ୍କ ନେଇ ସିବିଆଇ ଅଧିକାରୀ ପ୍ରଶ୍ନ କରିଥିବା ସେ କହିଛନ୍ତି । 2013ରେ କଟକରେ ସିସୋର ନୌବିହାର ପାଇଁ ସରକାର ଚୁକ୍ତି କରିଥିଲେ । ସମସ୍ତ ତଥ୍ୟ ପର୍ଯ୍ୟଟନ ବିଭାଗରେ ରହିଛି । ପୂର୍ବରୁ ଯେତେଥର ସିବିଆଇ ତଥ୍ୟ ମାଗିଛି ଦିଆଯାଇଛି ବୋଲି ସେ କହିଛନ୍ତି ।  

ସେହିପରି ସେ ଏବେ ଆଇସୋଲେସନରେ ଥିବାବେଳେ ସିବିଆଇ ହଠାତ୍‌ ଆସି ତାଙ୍କୁ ପଚରାଉଚରା କରିଛି । ସୂଚନା ଅନୁସାରେ, ତାଙ୍କୁ 4 ଘଣ୍ଟା ପଚରାଉଚରା କରିଛି ସିବିଆଇ ।  

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Sep 18, 2020, 3:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.