ETV Bharat / city

ରାଜଧାନୀର ପ୍ରସିଦ୍ଧ ଖଣ୍ଡଗିରି ମେଳା, ଜମୁଛି ଲୋକଙ୍କ ଭିଡ

ସଞ୍ଜ ହେଲେ ଜମୁଛି ଲୋକଙ୍କ ଭିଡ଼ । ସାଙ୍ଗସାଥି ଓ ପରିବାର ସହ ଆଖପାଖ ଅଞ୍ଚଳର ଲୋକେ ଓ ଦୂରଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଏହି ମେଳା ବୁଲିବାକୁ ଆସି ପହଞ୍ଚୁଥିବା ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ...

Capital city's famous khandagiri festival, khandagiri festival, bhubaneswar latest news, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ରାଜଧାନୀର ପ୍ରସିଦ୍ଧ ଖଣ୍ଡଗିରି ମେଳା, ଖଣ୍ଡଗିରି ମେଳା
ରାଜଧାନୀର ପ୍ରସିଦ୍ଧ ଖଣ୍ଡଗିରି ମେଳା, ଜମୁଛି ଲୋକଙ୍କ ଭିଡ
author img

By

Published : Feb 4, 2020, 11:29 PM IST

ଭୁବନେଶ୍ବର: ସଞ୍ଜ ହେଲେ ଜମୁଛି ଲୋକଙ୍କ ଭିଡ଼। ସାଙ୍ଗ ସାଥି ଓ ପରିବାର ସହ ଆଖ ପାଖ ଅଞ୍ଚଳର ଲୋକେ ଓ ଦୂରଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଏହି ମେଳା ବୁଲିବାକୁ ଆସି ପହଞ୍ଚୁଥିବା ଦେଖିବାକୁ ମିଳୁଛି । ସେପଟେ ବର୍ଷକୁ ଥରେ ଏହି ମେଳା ଆୟୋଜିତ ହେଉଥିବାରୁ ଏହାର ଏକ ସ୍ବତନ୍ତ୍ରତା ରହିଛି। ସେଥିପାଇଁ ଆଖପାଖ ଅଞ୍ଚଳର କ୍ଷୁଦ୍ର ବେପାରୀଙ୍କ ସହ ଦୂରଦୂରାନ୍ତ ବେପାରି ମଧ୍ୟ ଆସି ଏଠାରେ ନିଜର ପସରା ମେଲାଇ ଥିବାର ଦେଖାଯାଏ।

ଅନ୍ୟ ମେଳାରେ ମିଳୁ ନଥିବା ଅନେକ ଘରକରଣା ସାମଗ୍ରୀ ଯଥା ପଥରରୁ ତିଆରି ଶିଳ, ଚକି, ବାଉଁଶ ସାମଗ୍ରୀ, ଘରସଜ୍ଜା ପାଇଁ ନାନା ପ୍ରକାର ସରଞ୍ଜାମ ଓ ପିଲାଙ୍କ ପାଇଁ ଭଳିକି ଭଳି ଖେଳଣା ଆଦି ଏଠାରେ ମିଳିଥାଏ। ଯାହାକୁ କିଣାକିଣି କରିବା ସହ ଏଠାରେ ମିଳୁଥିବା ବିଭିନ୍ନ ପ୍ରକାର ଖାଦ୍ୟର ମଜା ନିଅନ୍ତି ଲୋକେ । କୁନି କୁନି ପିଲା ମଧ୍ୟ ମେଳାରେ ଥିବା ଦୋଳିର ବେଶ ମଜା ଉଠାଇଥିବା ଦେଖିବାକୁ ମିଳେ ।

ରାଜଧାନୀର ପ୍ରସିଦ୍ଧ ଖଣ୍ଡଗିରି ମେଳା, ଜମୁଛି ଲୋକଙ୍କ ଭିଡ

ଏହା ସହିତ ଆରମ୍ଭ ହୋଇଥିବା ଖଣ୍ଡଗିରି ମହୋତ୍ସବ ଓ ଯାତ୍ରା ମହୋତ୍ସବ ମାଧ୍ୟମରେ ଲୋକେ ମନୋରଞ୍ଜନର ଖୋରାକ ପାଇଁ ଥାଆନ୍ତି। ଯାହା ସେମାନଙ୍କୁ କିଛି ସମୟ ପାଇଁ ଘର ଜଞ୍ଜାଳ ଛାଡି ମନ ଫୁର୍ତ୍ତି କରିବାକୁ ସୁଯୋଗ ଦେଇଥାଏ ବୋଲି ଲୋକେ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ସଞ୍ଜ ହେଲେ ଜମୁଛି ଲୋକଙ୍କ ଭିଡ଼।ପିଲା ଛୁଆ ଓ ପରିବାର ସହିତ ଆଖ ପାଖ ଲୋକମାନଙ୍କ ସହ ଦୁରଦୁରାନ୍ତର ରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ଏହି ମେଳା ବୁଲିବାକୁ ଆସି ପହଂଚୁଥିବା ଦେଖାଯାଏ।

Body:ବର୍ଷକୁ ଥରେ ଏହି ମେଳା ଆୟୋଜିତ ହେଉଥିବାରୁ ଏହା ର ଏକ ସ୍ୱତନ୍ତ୍ରତା ରହିଛି।ସେଥିପାଇଁ ଆଖପାଖ ଅଞ୍ଚଳର କ୍ଷୁଦ୍ର ବେପାରୀମାନଙ୍କ ସହ ବହୁ ଦୁରଦୁରାନ୍ତ ରୁ ମଧ୍ୟ ବେପାରି ମାନେ ଆସି ଏଠାରେ ନିଜର ପସରା ମେଲାଇ ଥିବାର ଦେଖାଯାଏ।କାରଣ ଅନ୍ୟ ମେଳା ମାନଙ୍କରେ ମିଳୁନଥିବା ଅନେକ ଘରକରଣା ସାମଗ୍ରୀ ଏଠାରେ ମିଳିଥାଏ।ଯଥା ପଥର ରୁ ତିଆରି ଶୀଳ,ଚକି,ବାଉଁଶ ସାମଗ୍ରୀ ,ଘରସଜ୍ଜା ପାଇଁ ନାନା ପ୍ରକାର ସରଞ୍ଜାମ ଓ ପିଲାମାନଙ୍କ ପାଇଁ ଭଳିକି ଭଳି ଖେଳଣା ଅନ୍ୟତମ।ଯାହାକୁ କିଣାକିଣି କରିବା ସହ ଏଠାରେ ମିଳୁଥିବା ବିଭିନ୍ନ ପ୍ରକାର ଖାଦ୍ୟର ମଜ୍ଜା ନେବା ସହ ପିଲାମାନଙ୍କ ମନୋରଞ୍ଜନ ପାଇଁ ଥିବା ବ୍ୟବସ୍ଥା ର ମଜ୍ଜା ନେବା ପାଇଁ ଏଠାରେ ଆସି ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି।ଏହା ସହିତ ଆରମ୍ଭ ହୋଇଥିବା ଖଣ୍ଡଗିରି ମହୋତ୍ସବ ଓ ଯାତ୍ରା ମହୋତ୍ସବ ମାଧ୍ୟମରେ ସେମାନେ ମନୋରଞ୍ଜନ ର ଖୋରାକ ପାଇଁ ଥାଆନ୍ତି।ଯାହା ସେମାନଙ୍କୁ କିଛି ସମୟ ପାଇଁ ଘର ଜଞ୍ଜାଳ ଛାଡି ମନ ଫୁର୍ତୀ କରିବାକୁ ସୁଯୋଗ ଦେଇଥାଏ ବୋଲି ଲୋକମାନେ କହିଛନ୍ତି।
ବାଇଟ-ଶ୍ରଦ୍ଧାଳୁ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.