ETV Bharat / city

ସରକାରୀ କର୍ମଚାରୀଙ୍କୁ ନେଇ କଟକରୁ ଭୁବନେଶ୍ୱର ଗଡିଲା ବସ୍

author img

By

Published : May 13, 2020, 12:44 PM IST

କଟକରୁ ଓଡିଶା ପରିବହନ ନିଗମ ପକ୍ଷରୁ ସରକାରୀ କର୍ମଚାରୀଙ୍କୁ ନେଇ ପ୍ରଥମ ବସ ଭୁବନେଶ୍ବରରେ ପହଞ୍ଚିଛି। ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିବା ସହ ଏହିପରି ଅଧିକ ବସ ଚଳାଚଳ କଲେ କର୍ମଚାରୀମାନେ ଅଧିକ ଲାଭବାନ ହେବେ ବୋଲି ଯାତ୍ରୀମାନେ କହିଛନ୍ତି। ଅଧିକ ପଢନ୍ତୁ...

bus-run-from-cuttack-to-bhubaneswar-for-govt-employee
ସରକାରୀ କର୍ମଚାରୀଙ୍କୁ ନେଇ କଟକରୁ ଭୁବନେଶ୍ୱର ଚାଲିଲା ବସ

ଭୁବନେଶ୍ବର: ମହାମାରୀ କୋରୋନାକୁ ନେଇ ଦୀର୍ଘ 52 ଦିନ ଧରି ରାଜ୍ୟରେ ଲାଗିରହିଛି ଲକଡାଉନ। କୋରୋନା ମହାମାରୀର କାୟା ବିସ୍ତାରକୁ ଲକ୍ଷ କରି ଏହା ଜାରି କରାଯାଇଥିବାବେଳେ ସରକାରୀ କାର୍ଯ୍ୟାଳୟରେ କାମ କରିବା ପାଇଁ କିଛି ପ୍ରତିବନ୍ଧକ ଜାରି କରାଯାଇଛି। ତେବେ ସମସ୍ତ କର୍ମଚାରୀ ଅଫିସ ଆସିବାକୁ ଅନୁମତି ନ ଥିବାବେଳେ ଯେଉଁମାନେ ମଧ୍ୟ ଅଫିସ ଆସୁଥିଲେ ସେମାନେ ଯାତାୟାତ ବନ୍ଦ ଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସରକାରୀ କର୍ମଚାରୀ ମନଙ୍କ ସୁବିଧା ଦୃଷ୍ଟିରୁ ସରକାର କଟକ-ଭୁବନେଶ୍ବର ମଧ୍ୟରେ କିଛି ବସ ଚଳାଚଳ ପାଇଁ ନିଷ୍ପତ୍ତି ନେଇଥିଲେ। ଆଜି କଟକରୁ ଓଡିଶା ପରିବହନ ନିଗମ ପକ୍ଷରୁ ସରକାରୀ କର୍ମଚାରୀଙ୍କୁ ନେଇ ପ୍ରଥମ ବସ 10ଟାରେ ଭୁବନେଶ୍ବର ରେ ପହଞ୍ଚିଛି।ଏଥିରେ ଆସୁଥିବା ଯାତ୍ରୀମାନେ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିବା ସହ ଏହିପରି ଅଧିକ ବସ ଚଳାଚଳ କଲେ କର୍ମଚାରୀମାନେ ଅଧିକ ଲାଭବାନ ହେବେ ବୋଲି କହିଛନ୍ତି।ସେମାନେ ଆହୁରି କହିଛନ୍ତି କି ଏହା ପୂର୍ବରୁ ସେମାନେ ବହୁତ ଅର୍ଥ ଖର୍ଚ୍ଚ କରି ଅଟୋ ଓ ଟ୍ୟାକ୍ସି ଭଡା କରି ଆସୁଥିଲେ।ଏପରିକି ସଠିକ ସମୟ ମଧ୍ୟରେ ସେମାନେ ଅଫିସ ରେ ପହଞ୍ଚି ନ ପାରିବାରୁ ଗାଳି ମଧ୍ୟ ଶୁଣୁଥିଲେ।

ସରକାରଙ୍କ ଘୋଷଣା ଅନୁସାରେ ଗୋଟିଏ ବସରେ 20ଜଣ ଯାତ୍ର ଆସିବା ପାଇଁ କୁହାଯାଇଥିବା ବେଳେ ସେଥିରେ ସାମାଜିକ ଦୂରତ୍ବ ସଠିକ ଭାବେ ପାଳନ ସମ୍ଭବ ନୁହେଁ ବୋଲି କହିଛନ୍ତି । ଏହା ସହ ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ବସ ଚାଳାଚଳ ପାଇଁ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.