ETV Bharat / city

Veggie Hub Restaurantରେ ଚଢିଲା ବିଏମସି ବୁଲଡୋଜର - ୨୪୩ ଡିସିମିଲ ଜବରଦଖଲ ମୁକ୍ତ

ନୟାପଲ୍ଲୀ ଭେଜି ହବ ରେସ୍ତାରାଁ (Veggie Hub Restaurant)କୁ ଭାଙ୍ଗିଲା ବିଏମସି । ୧୮ ବର୍ଷ ଧରି ୨୪୩ ଡିସିମିଲ ଜବରଦଖଲ କରି ଚାଲିଥିଲା ଏହି ରେସ୍ତାରାଁ । ଅଧିକ ପଢ଼ନ୍ତୁ

ଭାଙ୍ଗିଲା ଭେଜି ହବ ରେଷ୍ଟୁରାଣ୍ଟ, ୨୪୩ ଡିସିମିଲ ଜବରଦଖଲ ମୁକ୍ତ

author img

By

Published : Sep 18, 2022, 9:02 AM IST

ଭୁବନେଶ୍ବର: ବିଏମସି ଭାଙ୍ଗିଲା ୧୮ ବର୍ଷର ଜବରଦଖଲ କରିଥିବା ରେସ୍ତାରାଁ । ୧୮ ବର୍ଷ ଧରି ଭୁବନେଶ୍ବର ନୟାପଲ୍ଲୀ ୱାର୍ଡ ନମ୍ବର ୩୭ରେ ଥିବା ଭେଜି ହବ ରେସ୍ତାରାଁ (Veggie Hub Restaurant)କୁ ବୁଲଡୋଜରରେ ଭାଙ୍ଗି ମାଟିରେ ମିଶାଇ ଦେଇଛି ବିଏମସି । ଏହି ଉଚ୍ଛେଦ ପରେ ସେହି ଅଞ୍ଚଳର ୨୪୩ ଡିସିମିଲ ଜବରଦଖଲ ମୁକ୍ତ ହୋଇଛି ।

ଦୀର୍ଘ ୧୮ ବର୍ଷ ଧରି ଏହି ଭେଜି ହବ ରେସ୍ତାରାଁ (Veggie Hub Restaurant) ନୟାପଲ୍ଲୀ ୱାର୍ଡ ନମ୍ବର ୩୭ ରେ ପ୍ରାୟ ୨୪୩ ଡିସିମିଲ ଜମି ଜବରଦଖଲ କରି ଚାଲିଥିଲା । ସ୍ଥାନୀୟ ଲୋକଙ୍କର ଅନେକ ଅଭିଯୋଗ ପରେ ମଧ୍ୟ ରେସ୍ତାରାଁଟି ସେଠାରୁ ହଟୁନଥିଲା । ଏହି ରେସ୍ତାରାଁ ଯୋଗୁଁ ସେଠାରେ ଥିବା ଅଫିସ ଗୁଡିକର ପାର୍କିଙ୍ଗ ଅସୁବିଧା ହେଉଥିଲା । ଆଉ ଅଯଥା ଏତେ ଜାଗାକୁ ମାଡି ବସି ନିଜର ମନମାନୀ ଚଳାଇଥିଲେ ରେସ୍ତାରାଁର ମାଲିକ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅନେକ କ୍ଷୋଭ ରହିଥିଲା ।

ଭାଙ୍ଗିଲା ଭେଜି ହବ ରେଷ୍ଟୁରାଣ୍ଟ, ୨୪୩ ଡିସିମିଲ ଜବରଦଖଲ ମୁକ୍ତ

ଏହା ମଧ୍ୟ ପଢ଼ନ୍ତୁ...ନିୟମ ଖିଲାପ କଲେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ: ବିଏମସି କମିଶନର

ଏନେଇ ପ୍ରଥମେ ସ୍ଥାନୀୟ କର୍ପୋରେଟର ବନ୍ଦିତା ପାଲ ଭୁବନେଶ୍ବର ମେୟରଙ୍କୁ ଜଣାଇଥିଲେ । ତାପରେ ମେୟର ନିଜେ ଆସି ଏହି ସ୍ଥାନରେ ବୁଲି ଯାଇଥିଲେ । ପରେ ଗତକାଲି ବିଡିଏ ଓ ବିଏମସିର ଏନ୍‌ଫୋର୍ସମେଣ୍ଟ ଟିମ ଏହାକୁ ଆସି ଭାଙ୍ଗିଛନ୍ତି । ଏହାପରେ ସ୍ଥାନୀୟ ଲୋକେ ଟିକେ ଅସ୍ବସ୍ତି ପାଇଛନ୍ତି । କାରଣ ଜବରଦଖଲ ଥିବା ୨୪୩ ଡିସିମିଲ ଜମି ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇପାରିବ । ଏହା ସହିତ ୱାର୍ଡ ଅଫିସ ନିର୍ମାଣ ପାଇଁ ମଧ୍ୟ ଏହା ଉପଯୁକ୍ତ ସ୍ଥାନ ହୋଇପାରିବ ।

ସେହିଭଳି ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା ଜଣାଶୁଣା କିଶୋର ଭାଇନାଙ୍କ ମଟନ ଦୋକାନ ଉପରେ ଶୁକ୍ରବାର ଚଢିଥିଲା ବିଏମସିର ବୁଲଡୋଜର । ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତି ନେଇ ବିଏମସି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିଲା । ୩ ଦିନ ପୂର୍ବେ ଅସ୍ବାସ୍ଥ୍ୟକର ପରିବେଶରେ ରୋଷେଇ ହେଉଥିବା ଦର୍ଶାଇ ବିଏମସିର ଫୁଡ ସେଫଟି ଟିମ ହୋଟେଲ ମାଲିକ କିଶୋରଙ୍କୁ ତାଗିଦ କରିଥିଲା । ହେଲେ ଏହାକୁ ଖାତିର ନକରି ପୁନର୍ବାର ଦୋକାନ ଖୋଲିବାରୁ ବିଏମସି ତାଙ୍କ ଦୋକାନ ଭାଙ୍ଗି ଦେଇଥିଲା । ସେପଟେ ସମସ୍ତ ଅଭିଯୋଗ ଭିତ୍ତିହୀନ ଥିବା ଦୋକାନ ମାଲିକ କିଶୋର କହିଛନ୍ତି ।

ତେବେ ସହରର ସୌନ୍ଦର୍ଯ୍ୟକରଣ କରିବା ଓ ରାସ୍ତା ଉପରୁ ଜବରଦଖଲ ହଟାଇବା ଅଭିଯାନକୁ ନେଇ ବେଆଇନ ରେସ୍ତାରାଁ ଓ ହୋଟେଲ ଗୁଡିକରେ ବୁଲଡୋଜର ଲଗାଇ ଭାଙ୍ଗୁଛି ବିଏମସି । କିଶୋର ହୋଟେଲ ଓ ଭେଜି ହବ ରେସ୍ତାରାଁ ପରେ ଆଉ କାହା ପାଳି ପଡୁଛି ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.