ETV Bharat / city

ନିୟମ ଖିଲାପ କଲେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ: ବିଏମସି କମିଶନର - ନିୟମ ଖିଲାପ କଲେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ

ମହଙ୍ଗା ପଡିଲା ବିଏମସି ସହ ପଙ୍ଗା ନେବା ଭାଙ୍ଗିଲା କିଶୋର ଭାଇନାଙ୍କ ମଟନ ଦୋକାନ । ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା କିଶୋର ଭାଇନାଙ୍କ ମଟନ ଦୋକାନ ଉପରେ ଚଢିଲା ବିଏମସିର ବୁଲଡୋଜର । ତେବେ ଯେ କେହି ବି ନିୟମ ଖିଲାପ କରିବ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ଅମୃତ କୁଲାଙ୍ଗେ । ଅଧିକ ପଢନ୍ତୁ

ନିୟମ ଖିଲାପ କଲେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ: ବିଏମସି କମିଶନର

author img

By

Published : Sep 16, 2022, 10:19 PM IST

ଭୁବନେଶ୍ବର: ଭାଙ୍ଗିଲା କିଶୋର ମଟନ ଦୋକାନ । ତାଗିଦ ପରେ ବି ଦୋକାନ ବନ୍ଦ ନ କରିବାରୁ କିଶୋର ଭାଇନାଙ୍କ ମଟନ ଦୋକାନ ଉପରେ ବୁଲଡୋଜର ଚଲାଇଲା ବିଏମସି । ଅପମିଶ୍ରିିତ ଖାଦ୍ୟ ପ୍ରସ୍ତୁତି ନେଇ ବିଏମସି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ଅନ୍ୟପଟେ ଅଭିଯୋଗ ଭିତ୍ତିହିନ ବଦୋକାନ ମାଲିକ କହିଥିବା ବେଳେ ଥଇଥାନ ନ କଲେ ଗାଁକୁ ଫେରିଯିବେ ବୋଲି କହିଛନ୍ତି ।

ନିୟମ ଖିଲାପ କଲେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ: ବିଏମସି କମିଶନର

ମହଙ୍ଗା ପଡିଲା ବିଏମସି ସହ ପଙ୍ଗା ନେବା ଭାଙ୍ଗିଲା କିଶୋର ଭାଇନାଙ୍କ ମଟନ ଦୋକାନ । ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା କିଶୋର ଭାଇନାଙ୍କ ମଟନ ଦୋକାନ ଉପରେ ଚଢିଲା ବିଏମସିର ବୁଲଡୋଜର । ଆଉ ମାଟିରେ ମିଶିଲା କିଶୋର ଭାଇନାଙ୍କ ମଟନ ଦୋକାନ । ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତି ନେଇ ବିଏମସି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ୨ ଦିନ ପୂର୍ବେ କିଶୋର ଭାଇନାଙ୍କ ମଟନ ଦୋକାନ ଉପରେ ବିଏମସି ଚଢାଉ କରିଥିଲା । ଅସ୍ବାସ୍ଥ୍ୟକର ପରିବେଶରେ ରୋଷେଇ ହେଉଥିବା ଦର୍ଶାଇ ବିଏମସିର ଫୁଡ ସେଫଟି ଟିମ ହୋଟେଲ ମାଲିକ କିଶୋରଙ୍କୁ ତାଗିଦ କରିଥିଲା ।

ହେଲେ ଏହାକୁ ଖାତିର ନ କରି ପୁନର୍ବାର ଦୋକାନ ଖୋଲିଥିଲେ କିଶୋର। ଏହାକୁ ନେଇ ଆଜି ବିଏମସି କିଶୋର ଦୋକାନ ଭାଙ୍ଗି ଦେଇଛି ବିଏମସି । ସେପଟେ ସମସ୍ତ ଅଭିଯୋଗ ଭିତ୍ତିହୀନ ଥିବା ଦୋକାନ ମାଲିକ କହିଛନ୍ତି । ସେପଟେ ଆଜି କିଶୋର ଭାଇନାଙ୍କ ହୋଟେଲକୁ ଆସି ଫେରିଛନ୍ତି ଅନେକ ଲୋକ । ତେବେ ରଙ୍ଗ ମିଶୁଥିଲା ଯଦି ତାଗିଦ୍ କରିଥାନ୍ତେ, ହୋଟେଲ ଭାଙ୍ଗିବା ଠିକ୍ ନୁହେଁ । ତାଙ୍କ ପାଖରେ କାମ କରୁଥିବା ପିଲାଙ୍କୁ ରୋଜଗାର କିଏ ଦେବ ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି ।

ଏହା ବି ପଢନ୍ତୁ- ମାଟିରେ ମିଶିଲା କିଶୋର ଭାଇନା ମଟନ ହୋଟେଲ, ରୋଜଗାର ହରାଇ ଚିନ୍ତାରେ କର୍ମଚାରୀ

କିଶୋର ମଟନ ଦୋକାନ ଉଚ୍ଛେଦ ଘଟଣାରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, "ନିର୍ଦ୍ଦିଷ୍ଟ କୌଣସି ବ୍ୟବସାୟିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଉନି। ସ୍ଵଚ୍ଛତା, ପରିମଳ, ଟ୍ରାଫିକ ସମସ୍ୟା, ଜବରଦଖଲ, ଫୁଡ଼ ଲାଇସେନ୍ସ କିମ୍ବା ଟ୍ରେଡ଼ ଲାଇସେନ୍ସ ନଥିଲା । ଦୂରଦର୍ଶନ ଅଫିସ ନିକଟରେ ରାସ୍ତାକଡ଼ରେ ଜବରଦଖଲ ସହ ପରିବେଶ ନଷ୍ଟ ନେଇ ଅଞ୍ଚଳବାସୀଙ୍କ ଠାରୁ ପୂର୍ବରୁ ବହୁ ଅଭିଯୋଗ ଥିଲା । ଯେକେହି ନିୟମ ଖିଲାପ କଲେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବରୁ ନୋଟିସ ଦିଆଯାଇଥିଲା ତାହାର ଖିଲାପ କରିଥିଲେ ।" ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଥିବା କହିଲେ ବିଏମସି କମିଶନର ।

ତେବେ କେବଳ କିଶୋର ଭାଇନାଙ୍କ ଦୋକାନ ନା ସହରର ଗଢ଼ିଉଠିଥିବା ସମସ୍ତ ହୋଟେଲର ଲାଇସେନ୍ସ ଯାଞ୍ଚ କରାଯିବ କି । ସେହିପରି ଜବରଦଖଲ କ୍ଷେତ୍ରରେ ଆଗାମୀ ଦିନରେ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.