ETV Bharat / city

ମମିତା ହତ୍ୟାକାଣ୍ଡ: ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିକୁ ଆହୁରି ଶାଣିତ କରିବ ବିଜେପି

author img

By

Published : Oct 24, 2021, 5:03 PM IST

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ପ୍ରତିବାଦକୁ ଆହୁରି ଶାଣିତ କରିବ ରାଜ୍ୟ ବିଜେପି । ରାଜ୍ୟର କୋଣ ଅନୁକୋଣରେ ଜୋରସୋରରେ ପ୍ରତିବାଦ କରାଯିବ । ଅଧିକ ପଢ଼ନ୍ତୁ...

ମମିତା ହତ୍ୟାକାଣ୍ଡ: ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିକୁ ଆହୁରି ଶାଣିତ କରିବ ବିଜେପି
ମମିତା ହତ୍ୟାକାଣ୍ଡ: ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିକୁ ଆହୁରି ଶାଣିତ କରିବ ବିଜେପି

ଭୁବନେଶ୍ବର: ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ପ୍ରତିବାଦକୁ ଆହୁରି ଶାଣିତ କରିବ ରାଜ୍ୟ ବିଜେପି । ରାଜ୍ୟର କୋଣ ଅନୁକୋଣରେ ଜୋରସୋରରେ ପ୍ରତିବାଦ କରାଯିବ । ମନ୍ତ୍ରୀଙ୍କ ନାମରେ ଅସଂଖ୍ୟ ଅଭିଯୋଗ ଆସିଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବତା ଅବଲମ୍ବନ କରିଛନ୍ତି । ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ କି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ ନାହିଁ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ସ୍ପଷ୍ଟ ଭାବେ କହି ଦିଅନ୍ତୁ ବୋଲି କଟାକ୍ଷ କରିଛି ରାଜ୍ୟ ବିଜେପି ।

ରାଜଧାନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତ ଶୁଣିବାକୁ ଯାଇଥିବା ବେଳେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଏହା କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏତେ ମାତ୍ରାରେ ଅନୁଦାନ ଏକ ଘରୋଇ କଲେଜକୁ କିଭଳି ଦିଆଯାଉଥିଲା ତାହାକୁ ନେଇ ପ୍ରଶ୍ନ କରିଛନ୍ତି ସମୀର । ସିଏଜି ମଧ୍ୟ ଉକ୍ତ କଲେଜରେ ଖର୍ଚ୍ଚ ହୋଇଥିବା ପଶ୍ଚିମ ଓଡିଶା ବିକାଶ ପରିଷଦର ପାଣ୍ଠିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ମମିତା ମେହେରଙ୍କ ପରିବାର ଲୋକେ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ କରୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ କିଛି ନଜାଣିବା ଭଳି ଅଭିନୟ କରି ନିରବ ରହିଛନ୍ତି । ମାହାଙ୍ଗା ଡବଲ ମର୍ଡ଼ର, ପରୀ ଓ ମମିତା ପ୍ରସଙ୍ଗରେ ମନ୍ତ୍ରୀ ମାନଙ୍କ ବିରୋଧରେ ସଙ୍ଗିନୀ ଅଭିଯୋଗ ଆସିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏଥିପାଇଁ ମମିତାଙ୍କୁ ନ୍ୟାୟ ଦେବାକୁ ବିଜେପି ଆଗାମୀ ଦିନରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ପ୍ରତିବାଦକୁ ଆହୁରି ଶାଣିତ କରିବ ବିଜେପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.