ETV Bharat / city

ICCR ଓଡିଶା ଆଞ୍ଚଳିକ କାର୍ଯ୍ୟାଳୟରେ ତାଲା, ନିନ୍ଦା କଲା BJP

author img

By

Published : Jul 3, 2022, 11:46 AM IST

Updated : Jul 3, 2022, 11:58 AM IST

ଆଇସିସିଆରର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟରେ ଝୁଲୁଛି ତାଲା । କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଅଧୀନ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଆଇସିସିଆର୍ ର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ଶେଷରେ ବନ୍ଦ ହୋଇଯାଇଛି । ଅଧିକ ପଢନ୍ତୁ

ICCR ଓଡିଶା ଆଞ୍ଚଳିକ କାର୍ଯ୍ୟାଳୟରେ ତାଲା
ICCR ଓଡିଶା ଆଞ୍ଚଳିକ କାର୍ଯ୍ୟାଳୟରେ ତାଲା

ଭୁବନେଶ୍ବର: ଆଇସିସିଆରର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟରେ ଝୁଲୁଛି ତାଲା । କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଅଧୀନ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଆଇସିସିଆର୍ ର (Indian Council for Cultural Relations) ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ଶେଷରେ ବନ୍ଦ ହୋଇଯାଇଛି । ପଳାସପଲ୍ଲୀ ସ୍ଥିତ ଏହି କାର୍ଯ୍ୟାଳୟ କୋଲକାତାକୁ ସ୍ଥାନାନ୍ତର କରାଯାଇଛି । ଏଣିକି କୋଲକାତା ସ୍ଥିତ ଆଇସିସିଆରର ଜୋନ୍‌ କାର୍ଯ୍ୟାଳୟ ଅଧୀନରେ ଓଡ଼ିଶା ସମ୍ପର୍କିତ ସମସ୍ତ କାର୍ଯ୍ୟ କରାଯିବ । ଏ ଘଟଣାକୁ ନିନ୍ଦା କରିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ।

ICCR ଓଡିଶା ଆଞ୍ଚଳିକ କାର୍ଯ୍ୟାଳୟରେ ତାଲା

ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାନାନ୍ତର ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛନ୍ତି ସଂସ୍କୃତି ପ୍ରେମୀ । ଆଇସିସିଆରର କର୍ତ୍ତୃପକ୍ଷ ଗତ ମେ ୧୮ ତାରିଖରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଥିଲେ । ହେଲେ ଏହି ଦେଢ଼ ମାସରେ ରାଜ୍ୟ ସରକାର ଏହାକୁ ରୋକିବାକୁ କିଛି ପଦକ୍ଷେପ ନେଲେ ନାହିଁ ଯାହା ଫଳ ସ୍ବରୂପ ଆଜି ଗେଟରେ ତାଲା ଝୁଲୁଛି l

୨୦୧୮ ମସିହାରେ ଏହି କାର୍ଯ୍ୟାଳୟ କୋଲକାତା ସ୍ଥାନାନ୍ତର ପାଇଁ ଆଇସିସିଆର୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । ସେତେବେଳେ ଏହାର ବିରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ଯୋଗୁଁ ଏହି ନିଷ୍ପତ୍ତି ସ୍ଥଗିତ ହୋଇଥିଲା । ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ଏହା ଓଡିଶାର ଦୁର୍ଭାଗ୍ୟ । ଓଡିଶାର କଳା ସଂସ୍କୃତିକୁ ସମ୍ମାନ ଦେବାର ଆବଶ୍ୟକତା ରହିଥିଲା ରାଜ୍ୟ ସରକାରଙ୍କର। 4ବର୍ଷ ତଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଏଥିପାଇଁ ସ୍ଥାନ ଯୋଗାଇ ଦେବା ପାଇଁ ଚିଠି ଲେଖିଥିଲେ । କିନ୍ତୁ ରାଜ୍ୟ ସରକାର ଜମି ଯୋଗାଇ ଦେବାରେ ବିଫଳ ହୋଇଛନ୍ତି । ଯେଉଁଥି ପାଇଁ ଆଇସିସିଆର କାର୍ଯ୍ୟାଳୟ ପଶ୍ଚିମବଙ୍ଗ ଉଠିଗଲା । ଯାହା ରାଜ୍ୟ ସରକାରଙ୍କ ବିଫଳତା ଏବଂ ଅପାରଗତାଙ୍କୁ ପାଦରେ ପକାଇଛି ବୋଲି କହିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ।

ଇଟିଭି ଭାରତ,ଭୁବନେଶ୍ବର

Last Updated : Jul 3, 2022, 11:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.