ETV Bharat / city

One nation One Ration Yojana: ବିଜେଡିକୁ ଟାର୍ଗେଟ କଲା ବିଜେପି

author img

By

Published : Jul 31, 2021, 8:15 AM IST

ରାଜ୍ୟରେ ୱାନ୍ ନେସନ୍ ୱାନ୍ ରାସନ୍ ଯୋଜନା ହେବ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ଦଳ କହିଛି ଯେ, କେନ୍ଦ୍ର ସରକାର ୱାନ ନେସନ ୱାନ ରାସନ ଯୋଜନା ଆରମ୍ଭ କରିଥିବାବେଳେ ରାଜ୍ୟ ସରକାର ଏହାକୁ ଲାଗୁ କରୁନଥିବାରୁ ବିଜେପି ପ୍ରଶ୍ନ ଉଠାଇଥିଲ । ଅଧିକ ପଢନ୍ତୁ...

BJP target to BJD
ରାଜ୍ୟରେ ୱାନ୍ ନେସନ୍ ୱାନ୍ ରାସନ୍ ଯୋଜନା ହେବ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି

ଭୁବନେଶ୍ବର : ରାଜ୍ୟରେ ୱାନ୍ ନେସନ୍ ୱାନ୍ ରାସନ୍ ଯୋଜନା ହେବ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ଦଳ କହିଛି ଯେ, କେନ୍ଦ୍ର ସରକାର ୱାନ ନେସନ ୱାନ ରାସନ ଯୋଜନା ଆରମ୍ଭ କରିଥିବାବେଳେ ରାଜ୍ୟ ସରକାର ଏହାକୁ ଲାଗୁ କରୁନଥିବାରୁ ବିଜେପି ପ୍ରଶ୍ନ ଉଠାଇଥିଲା । ଓଡିଶା ବାହାରେ ରହୁଥିବା ଲକ୍ଷ ଲକ୍ଷ ଓଡିଆଙ୍କ ସ୍ବାର୍ଥ ଦୃଷ୍ଟିରୁ ବିଜେପି ବାରମ୍ବାର ଏହାକୁ ଲାଗୁ କରିବା ପାଇଁ ଦାବି କରିବା ପରେ ମୁଖ୍ୟମନ୍ତ୍ରୀ ଗୁରୁବାର ବାଧ୍ୟ ବାଧ୍ୟକତାରେ ୱାନ୍ ନେସନ୍ ୱାନ୍ ରାସନ୍ ପ୍ରକଳ୍ପକୁ ଲାଗୁ କରିଛନ୍ତି ।

ସେହିପରି ଗତକାଲି ମୁଖ୍ୟମନ୍ତ୍ରୀ ଭିଟାମିନ୍ ଯୁକ୍ତ ଚାଉଳ ବଣ୍ଟନ କରି ପୁଣିଥରେ କେନ୍ଦ୍ରୀୟ ଅର୍ଥରେ ବାହା ବାହା ମାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା ବୋଲି ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି । ସଂସଦରେ ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ୧୫ଟି ରାଜ୍ୟରେ ପାଇଲଟ୍ ପ୍ରୋଜେକ୍ଟ ଜରିଆରେ କୁପୋଷଣ ଜନିତ ଜିଲ୍ଲାରେ ଭିଟାମିନ୍ ଯୁକ୍ତ ଚାଉଳ ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ର ସରକାରଙ୍କ ସହାୟତାରେ ଯୋଗାଇ ଦିଆଯାଇଛି ।

ଗତକାଲି ତାକୁ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ କରାଯାଇଛି । ଯାହାକୁ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାରେ ଆରମ୍ଭ କଲେ ଏବଂ ସେଥିପାଇଁ ଏହି ୧୫ଟି ରାଜ୍ୟରେ ଗୋଟିଏ ଗୋଟିଏ ଜିଲ୍ଲାରେ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ କରିବା ପାଇଁ ୧୭୪.୬୪କୋଟି ଟଙ୍କା କେନ୍ଦ୍ର ସରକାର ଅର୍ଥ ଦେଉଛନ୍ତି । କୁପୋଷଣ ଥିବା ଓଡିଶାର କୋମଳମତି ଶିଶୁ ମାନଙ୍କର ମାଆ ମାନଙ୍କ ପାଇଁ ଭିଟାମିନ୍ ଯୁକ୍ତ ଚାଉଳ କେନ୍ଦ୍ର ସରକାର ଯୋଗେଇ ଦେଇଛନ୍ତି ଯାହାକୁ କି ପାଇଲଟ ପ୍ରୋଜେକ୍ଟ ହିସାବରେ ମାଲକାନଗିରିକୁ ଗ୍ରହଣ କରାଯାଇଛି । କେନ୍ଦ୍ର ସରକାର ଯୋଜନାକୁ ରାଜ୍ୟ ସରକାର ନିଜର କହି ପ୍ରଚାର କରି ଓଡିଶା ଲୋକଙ୍କୁ ଭ୍ରମିତ କରିବା ବନ୍ଦ କରନ୍ତୁ ବୋଲି ତ୍ରିପାଠୀ କହିଛନ୍ତି ।

ଯୋଗ୍ୟ ହିତାଧିକାରୀ ମାନଙ୍କୁ ରାସନ କାର୍ଡ ନଦେଇ ରାଜ୍ୟ ସରକାର ଗରିବ ମାରଣ ନୀତି ଆପଣାଇଛନ୍ତି । ଓଡିଶାରେ ଯେଉଁ ଜନସାଧାରଣ ଓ ଗରିବ ଲୋକମାନେ ରାସନକାର୍ଡ ପାଇଁ ଆବେଦନ କରିଛନ୍ତି ତୁରନ୍ତ ତାକୁ ସର୍ଭେ କରାଯାଇ ହିତାଧିକାରୀ ମାନଙ୍କୁ ରାସନ୍‌କାର୍ଡ ଯୋଗାଇଦିଆଯାଉ । ଯାହାଫଳରେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଗରିବ କଲ୍ୟାଣ ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷାରେ ଯେଉଁ ରାସନ୍ ଯୋଗାଇଦେଉଛନ୍ତି ତାହା ସମସ୍ତଙ୍କୁ ମିଳିପାରିବ । ଏହା ସହ ୫ଲକ୍ଷ ୪୩ହଜାର ଭୂତ ରାସନକାର୍ଡଧାରୀଙ୍କ ରାସନ କିଏ ହଡପ କରୁଛି ରାଜ୍ୟ ସରକାର ତାହା ସ୍ପଷ୍ଟ କରିବାକୁ ତ୍ରିପାଠୀ ଦାବି କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଂଖୁଆ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.