ETV Bharat / city

ବ୍ରହ୍ମପୁରର ରାମଲିଙ୍ଗେଶ୍ବର ଟ୍ୟାଙ୍କରେ ବିଜେଡିର କାର୍ଯ୍ୟକ୍ରମକୁ ନେଇ ବର୍ଷିଲେ ଭୃଗୁ

author img

By

Published : Aug 27, 2021, 10:26 PM IST

ଗଞ୍ଜାମ ବ୍ରହ୍ମପୁରର ରାମଲିଙ୍ଗେଶ୍ବର ଟ୍ୟାଙ୍କରେ ବିଜେଡିର କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ଉପସଭାପତି। ଅଧିକ ପଢନ୍ତୁ...

BJP target to bjd on berhampur ramlingeswar tank issue
ବ୍ରହ୍ମପୁରର ରାମଲିଙ୍ଗେଶ୍ବର ଟ୍ୟାଙ୍କରେ ବିଜେଡିର କାର୍ଯ୍ୟକ୍ରମକୁ ନେଇ ବର୍ଷିଲେ ଭୃଗୁ

ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମିଳନୀ । ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର, ମୁଖପାତ୍ର ଠାକୁର ରଂଜିତ ଦାସ ଉପସ୍ଥିତ ରହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବ୍ରହ୍ମପୁରର ରାମଲିଙ୍ଗେଶ୍ବର ଟ୍ୟାଙ୍କରେ ବିଜେଡିର କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ଉପସଭାପତି।

ରାଜ୍ୟରେ ବିଜୁ ଜନତା ଦଳ ଦ୍ବାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ବିଜେପି ଜୋରଦାର ଟାର୍ଗେଟ କରିଛି । କେନ୍ଦ୍ର ସରକାର ଆର୍ଥିକ ରାଶିରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁରେ ନିର୍ମାଣ ହୋଇଥିବା ସ୍ମାର୍ଟ କ୍ଲାସରୁ 108 ବିଧାୟକ ପର୍ଯ୍ୟାୟକ୍ରମେ ପରିଦର୍ଶନ କରୁଛନ୍ତି । ସେହିପରି ଗୁରୁବାର ବ୍ରହ୍ମପୁର ସହରରେ ଥିବା ରାମଲିଙ୍ଗମ ଟ୍ୟାଙ୍କ ଏବେ ବନ୍ଦ ରହିଛି । କିନ୍ତୁ ବିଜେଡି ବିଧାୟକ ମାନେ ସେହି ସ୍ଥାନରେ ମଉଜ ମାଜଲିସ କରିବା ନିମନ୍ତେ 13 ଦିନ ହେବ ଏହାକୁ ବନ୍ଦ କରାଯାଇଛି । କେବଳ ଖାଲି ସେହି ସ୍ଥାନ ନୁହେଁ। ଆଖ ପାଖରେ ଥିବା ହୋଟେଲ ଏବଂ ଉଠା ଦୋକାନ ଗୁଡିକ ବନ୍ଦ କରାଯାଇଛି । ସେହିପରି ଏହି ବିଧାୟକଙ୍କ ଗସ୍ତ ପାଇଁ ତାରାତାରିଣୀ ପୀଠ ମହାମାରୀ କୋରୋନା ପାଇଁ ବନ୍ଦ ରହିଥିବା ବେଳେ ବିଧାୟକ ମାନେ ନିୟମକୁ ଉଲ୍ଲଘଂନ କରି ସେହି ମନ୍ଦିରକୁ ମଧ୍ୟ ଯାଇଛନ୍ତି। ଜିଲ୍ଲାରେ ଅନେକ ସମସ୍ୟା ରହିଛି । ମାତ୍ର ବିଧାୟକ ମାନେ ସେ ସବୁ ନଦେଖି କେବଳ ଗୋଟେ ସ୍ମାର୍ଟ ସ୍କୁଲକୁ ଦେଖିବାକୁ ଯିବାକୁ ବିଜେପି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।

ନିଜ ଅଞ୍ଚଳର ସମସ୍ୟା ନେଇ ଆଗକୁ ଆସୁଥିବା ବିଧାନସଭା ଅଧିବେଶନ ପାଇଁ ବିଧାୟକ ମାନେ ପ୍ରସ୍ତୁତ ନହୋଇ ଗଞ୍ଜାମ ଗସ୍ତରେ ଯାଇ ମଉଜ କରିବା ଘଟଣାକୁ ବିଜେପି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ରାଜ୍ୟରେ ମନରେଗାରେ ଦୁର୍ନୀତି, ମରୁଡି ସମସ୍ୟା ରହିଛି ଏହା ସହ ବିଧାନସଭା ଅଧିବେଶନ ରହିଛି କିନ୍ତୁ ଏଠାରେ ବିଜେଡି ବିଧାୟକ ମାନେ ମଉଜ ମଜଲିସ କରୁଛନ୍ତି । ରାଜ୍ୟ ସରାକାରଙ୍କୁ ଆମେ ଚେତାବନୀ ଦେଉଛୁ । ରାଜ୍ୟ ସରକାର ଏ ବ୍ୟବସ୍ଥା ବନ୍ଦ କରନ୍ତୁ ବୋଲି ବିଜେପି କହିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.