ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡିର ସ୍ଥିତି ଭଲ ଅଛି ବୋଲି କହିଲେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି, କୋଭିଡ କଟକଣା ଭିତରେ ବର୍ତ୍ତମାନ ଡୋର ଟୁ ଡୋର ପ୍ରଚାର ଚାଲିଛି । ମୁଖ୍ୟମନ୍ତ୍ରୀ ହେଉଛନ୍ତି ସମସ୍ତଙ୍କ ହୃଦୟର ନେତା । ତାଙ୍କ ପ୍ରଚାର ସମସ୍ତଙ୍କ ଉପରେ ପ୍ରଭାବ ପଡେ । କୋଭିଡର ସ୍ଥିତି ଦେଖି ମୁଖ୍ୟମନ୍ତ୍ରୀ ଆଖପାଖ ଅଞ୍ଚଳରେ ପ୍ରଚାର କରିପାରନ୍ତି ।
ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ କି ନାହିଁ ତାହା ସେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଦେବୀ ପ୍ରସାଦ । ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ସଦିଛା ରହିଛି । ତେଣୁ ନବୀନଙ୍କୁ ଲୋକ ବାଛିବେ । ନିର୍ବାଚନ ଆସିଲେ ବିରୋଧୀ ଅନେକ କଥା କୁହନ୍ତି । ଲୋକଙ୍କ ପାଇଁ ଯାହା କାମ କରିଛୁ ଲୋକଙ୍କୁ କହିବୁ । ଗ୍ରାଉଣ୍ଡରେ କ’ଣ କାର୍ଯ୍ୟକ୍ରମ ହେଉଛି ଲୋକ ଦେଖୁଛନ୍ତି । ଅପପ୍ରଚାରର ଜବାବ ପାଇଁ ବିଜେଡି କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଦେବୀ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ