ETV Bharat / city

ରାଜଧାନୀରେ ନଦୀର ଭ୍ରମ, ହନ୍ତସନ୍ତ ଲୋକେ - ରେନଫଲ ସିଟି

ଶୁକ୍ରବାର ଭୁବନେଶ୍ବରରେ ପ୍ରବଳ ବର୍ଷା ପରେ ରାଜରାସ୍ତାରେ ସୃଷ୍ଟି ହେଉଛି ନଦୀର ଭ୍ରମ । ଜନଜୀବନ ଅସ୍ତବ୍ୟସ୍ତ । ଅଧିକ ପଢନ୍ତୁ...

ରାଜଧାନୀରେ ନଦୀର ଭ୍ରମ
ରାଜଧାନୀରେ ନଦୀର ଭ୍ରମ
author img

By

Published : Jul 2, 2021, 9:47 PM IST

ଭୁବନେଶ୍ବର: ପ୍ରବଳ ବର୍ଷାରେ ବେହାଲ ରାଜଧାନୀ । ସ୍ମାର୍ଟସିଟିର ରାଜରାସ୍ତାରେ ସୃଷ୍ଟି ହେଉଛି ନଦୀର ଭ୍ରମ । ଶୁକ୍ରବାର ଭୁବନେଶ୍ବରରେ ଭାରି ବର୍ଷା କାରଣରୁ ଜଳବନ୍ଦୀ ସମସ୍ୟା ଉପୁଜିଛି । ଫଳରେ ରାଜଧାନୀବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜୀବଭବନ ଅଞ୍ଚଳରେ ସର୍ବାଧିକ 43.0 ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଏୟାରପୋର୍ଟ ଅଞ୍ଚଳରେ 37.0 ମିମି ବର୍ଷା ରେକର୍ଡ କରାଯାଇଛି ।

ରାଜଧାନୀରେ ନଦୀର ଭ୍ରମ

ତେବେ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ସ୍ମାର୍ଟସିଟିର ଡ୍ରେନେଜକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ କୋଟି କୋଟି ଟଙ୍କାର ମଞ୍ଜୁର କରିଛନ୍ତି । ହେଲେ ଅସରାଏ ବର୍ଷା ପରେ ବେହାଲ ହୋଇପଡୁଛି ରାଜଧାନୀ । ତେଣୁ ସରକାରଙ୍କ ଟଙ୍କା କେଉଁ ବାଟରେ ଖର୍ଚ୍ଚ ହେଉଛି, ଏବେ ଏନେଇ ପ୍ରଶ୍ନ ଉଠିଛି । ଯଦି ରାଜଧାନୀରେ ଡ୍ରେନେଜ ବ୍ୟବସ୍ଥା ମଜବୁତ ଥାଆନ୍ତା, ତେବେ ଏଭଳି ସ୍ଥିତିକୁ ଏଡାଇ ଦିଆଯାଇପାରିଥାନ୍ତା । ପୂର୍ବରୁ ମଧ୍ୟ ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ନିଜର ଅସନ୍ତୋଷ ବ୍ୟକ୍ତି କରିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.