ଭୁବନେଶ୍ବର: ରାଜଧାନୀରେ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ DNA ଟେଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛନ୍ତି ନିଖୋଜ ସୀମାଞ୍ଚଳଙ୍କ ପରିବାର । ସୀମାଞ୍ଚଳଙ୍କ ବାପା ଓ ମାଁ ଙ୍କ DNA ପାଇଁ ରକ୍ତ ନମୁନା ସଂଗ୍ରହ କରାଯାଇଛି ।
ଏ ନେଇ ସୀମାଞ୍ଚଳଙ୍କ ବାପା କହିଛନ୍ତି ଯଦି ସୀମାଞ୍ଚଳ ନିଖୋଜ ରହିଛି, ତେବେ ଆମ ପାଖକୁ ଫେରାଇ ଦିଅନ୍ତୁ, ନହେଲେ ଯଦି ମୃତ୍ୟୁ ଘଟିଛି ତେବେ ଘୋଷଣା କରାଯାଉ । ତେବେ ଘରେ ବୃଦ୍ଧ ବାପା-ମାଆ ଓ ସୀମାଞ୍ଚଳଙ୍କ ପତ୍ନୀଙ୍କ ସହ ଦୁଇ ପିଲା ଅଛନ୍ତି । ସେମାନଙ୍କର ଭରଣ ପୋଷଣ କିଭଳି କରାଯିବ ସେନେଇ ଚିନ୍ତାରେ ରହିଛନ୍ତି ସୀମାଞ୍ଚଳଙ୍କ ବାପା । ଏପଟେ ସୀମାଞ୍ଚଳଙ୍କ ବାପା କହିଛନ୍ତି ଯେ, ସୀମାଞ୍ଚଳର ମୃତ୍ୟୁ ଘଟିଛି, କିନ୍ତୁ ଏହି ଘଟଣାକୁ ନେଇ ବିଭ୍ରାନ୍ତକର ସୂଚନା ଦିଆଯାଉଛି ବୋଲି ସୀମାଞ୍ଚଳଙ୍କ ବାପା କହିଛନ୍ତି । ଅନ୍ୟପଟେ ସୀମାଞ୍ଚଳଙ୍କ ସମ୍ପର୍କୀୟ ଭାଇ କହିଛନ୍ତି ଯେ, ସରକାର ଯେଉଁ ଘୋଷଣା କରିଛନ୍ତି ମୃତ ବ୍ୟକ୍ତିଙ୍କୁ 8 ଲକ୍ଷ ଟଙ୍କା ରାଶି ଦିଆଯିବ ବୋଲି ସେଥିରେ ପତ୍ନୀ ଓ ଦୁଇ ପିଲାଙ୍କର ପାଠ ପଢା ପାଇଁ ଯଥେଷ୍ଟ ଆବଶ୍ୟକତା ରହିଛି । ଅନ୍ୟପଟେ ସୀମାଞ୍ଚଳଙ୍କ ପତ୍ନୀଙ୍କୁ ସରକାରୀ ସ୍ତରରେ କର୍ମନିଯୁକ୍ତି ଦିଆଯାଉ ବୋଲି କହିଛନ୍ତି ସୀମାଞ୍ଚଳଙ୍କ ସମ୍ପର୍କୀୟ ଭାଇ ।
ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 2 ଜଣ ଵର୍ତ୍ତମାନ ଚିକିତ୍ସିତ ଅଛନ୍ତି । ଅନ୍ୟପଟେ ବିସ୍ଫୋରଣ ଠାରୁ ସେଠାରେ କାମ କରୁଥିବା ସୀମାଞ୍ଚଳ ପରିଡା ନାମକ ଜଣେ ବ୍ୟକ୍ତି ନିଖୋଜ ହୋଇଛନ୍ତି । ନିଖୋଜ ସୀମାଞ୍ଚଳ ବିସ୍ଫୋରଣ ପୂର୍ବରୁ ପେଟ୍ରୋଲ ପମ୍ପରେ କାମ କରୁଥିଲେ, ହେଲେ ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇନଥିବା ବେଳେ ଆଜି ସୀମାଞ୍ଚଳଙ୍କର ପରିବାର DNA ଟେଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଆସିଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ