ETV Bharat / city

ସିଟି ବସକୁ କବାଡି ଖାନାରେ ବିକ୍ରି ଘଟଣା, ପ୍ରତିବାଦ କରିଛି ଭୁବନେଶ୍ୱର ଜିଲ୍ଲା ବିଜେପି - city bus selling protest

ସିଟି ବସକୁ କବାଡି ଖାନାରେ ବିକ୍ରି କରିଛନ୍ତି ରାଜ୍ୟ ସରକାର । ଯାହାର ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା ବିଜେପି ତରଫରୁ ବିକ୍ଷୋଭ କରାଯାଇଛି । ଅଧିକ ପଢନ୍ତୁ...

ସିଟି ବସକୁ କବାଡି ଖାନାରେ ବିକ୍ରି: ଯାହାର ପ୍ରତିବାଦ କରିଛି ଭୁବନେଶ୍ୱର ଜିଲ୍ଲା ବିଜେପି

author img

By

Published : Sep 4, 2021, 10:26 PM IST

ଭୁବନେଶ୍ବର: ମୋ ସାଇକେଲ କବାଡି ଖାନାକୁ ଯାଇସାରିଲା ପରେ ଏବେ ୧୨୧ଟି ସିଟି ବସକୁ କବାଡି ଖାନାରେ ବିକ୍ରି କରିଛନ୍ତି ରାଜ୍ୟ ସରକାର । ଯାହାର ପ୍ରତିବାଦ କରି ଆଜି(ଶନିବାର) ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡିଶା ରାଜକୋଷରୁ 22 କୋଟି ଟଙ୍କା ଖର୍ଚ୍ଚ କରି ସିଟି ବସ ସେବା ଆରମ୍ଭ ହୋଇଥିଲା । ସହରରେ କିଛିଦିନ ଗଡ଼ିବା ପରେ ଏହି ବସ ସେବା ବନ୍ଦ ହୋଇଯାଇଥିଲା । ଫଳରେ କୋଟିକୋଟି ଟଙ୍କାରେ କିଣା ଯାଇଥିବା ବସ ଗୁଡିକ ଖତ ଖାଉଥିଲା ।

ସିଟି ବସକୁ କବାଡି ଖାନାରେ ବିକ୍ରି: ଯାହାର ପ୍ରତିବାଦ କରିଛି ଭୁବନେଶ୍ୱର ଜିଲ୍ଲା ବିଜେପି
ସିଟି ବସକୁ କବାଡି ଖାନାରେ ବିକ୍ରି: ଯାହାର ପ୍ରତିବାଦ କରିଛି ଭୁବନେଶ୍ୱର ଜିଲ୍ଲା ବିଜେପି

ଶେଷରେ କୋଲକାତାର ଏକ କବାଡ଼ିଆ କମ୍ପାନୀକୁ ବସ ଗୁଡିକ ଶାଗ ମାଛ ଦରରେ ବିକ୍ରି କରାଯାଇଥିଲା । 2010ରେ ଜବାହରଲାଲ ନେହୁରୁ ସହରାଞ୍ଚଳ ନବୀକରଣ ଯୋଜନାରେ ଏହି ସେବ ଆରମ୍ଭ ହୋଇଥିଲା । ଏଥିପାଇଁ 125ଟି ବସ କିଣା ଯାଇଥିଲା । ‘ଡ୍ରିମ ଟିମ ସାହାରା’ ନାମକ ଏକ ସଂସ୍ଥା ସହ 7 ବର୍ଷୀୟା ଚୁକ୍ତି କରି ଏହି ବସ ସେବା ରାଜ୍ୟ ସରକାର ଆରମ୍ଭ କରିଥିଲେ।

ତେବେ ବର୍ତ୍ତମାନ ଏହି ସେବା ଏହାର ଅସ୍ତିତ୍ବ ହରାଇ ବସିଛି । ଫଳରେ ବସ ଗୁଡିକ ଖତ ଖାଉଥିଲା। ତେବେ ଓଡିଶାବାସୀଙ୍କ ଝାଳ ବୁହା ଟଙ୍କାକୁ ଏ ସରକାର ବର୍ବାଦ କରିବା ପାଇଁ ଆସିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି l ଏହାର ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.