ETV Bharat / city

ସପ୍ତାହନ୍ତ ସଟଡାଉନରେ ଅତ୍ୟାବଶକୀୟ ମାଲ ପରିବହନ ପ୍ରସଙ୍ଗ, ବ୍ୟବସାୟୀ ସଂଘ ସହ ଆଲୋଚନା କଲେ ଭୁବନେଶ୍ବର ଡିସିପି - traders union

ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନର ମାଲ ପରିବହନ ନେଇ ଭୁବନେଶ୍ୱର ବ୍ୟବସାୟୀ ସଂଘ ସହ ଆଲୋଚନା କରିଛନ୍ତି ଡିସିପି ଉମା ଶଙ୍କର ଦାସ । ଅଧିକ ପଢନ୍ତୁ....

ସପ୍ତାହନ୍ତ ସଟଡାଉନ ବେଳେ ଅତ୍ୟାବଶକୀୟ ମାଲ ପରିବହନ ପ୍ରସଙ୍ଗ, ବ୍ୟବସାୟ ସଂଘ ସହ ଆଲୋଚନା କଲେ ଭୁବନେଶ୍ବର ଡିସିପି

author img

By

Published : Apr 22, 2021, 9:12 PM IST

ଭୁବନେଶ୍ବର: ଶନିବାର ଓ ରବିବାର ସଟଡାଉନର ମାଲ ପରିବହନ ନେଇ ଭୁବନେଶ୍ୱର ବ୍ୟବସାୟୀ ସଂଘ ସହ ଆଲୋଚନା କରିଛନ୍ତି ଡିସିପି ଉମା ଶଙ୍କର ଦାସ । ଟ୍ରାଫିକ ପୋଲିସ ଅଫିସରେ ପୋଲିସ ଓ ବ୍ୟବସାୟୀ ସଙ୍ଘ ମଧ୍ୟରେ ଏହି ଆଲୋଚନା ହୋଇଥିବା ଜଣାପଡିଛି ।

ବ୍ୟବସାୟ ସଂଘ ସହ ଆଲୋଚନା କଲେ ଭୁବନେଶ୍ବର ଡିସିପି

ଶନିବାର ଓ ରବିବାର ସଟଡାଉନବେଳେ ଅତ୍ୟାବଶ୍ୟକ ସାମଗ୍ରୀ କିଭଳି ସୁରୁଖୁରୁରେ ପରିବହନ ହେବ, ସେନେଇ ଆଲୋଚନା କରାଯାଇଥିଲା । ବିଶେଷ ଭାବେ ଏହି ସମୟରେ ହେଉଥିବା କଳାବଜାରୀ ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା । ଏହାସହ ସଟଡାଉନ୍ ପୂର୍ବ ଓ ପର ଅର୍ଥାତ ଶୁକ୍ରବାର ଓ ସୋମବାରର ଭିଡ କିଭଳି ନିୟନ୍ତ୍ରଣ ହେବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା । ତେବେ ରାଜ୍ୟରେ ଦିନକୁ ଦିନ କୋଭିଡ ପରିସ୍ଥିତି ଜଟିଳ ହେଉଥିବାବେଳେ ସଟଡାଉନର ଏହି ନିଷ୍ପତିକୁ ମିଳିମିଶି ସଫଳ କରିବାକୁ ଡିସିପି ନିବେଦନ କରିଛନ୍ତି । କୋଭିଡ଼କୁ ମିଳିମିଶି ପ୍ରତିହତ କରିବା ସହ ସଟଡାଉନକୁ ସଫଳ କରିବା ଦିଗରେ ସହମତି ପ୍ରକାଶ କରିଥିଲା ବ୍ୟବସାୟୀ ସଂଘ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.