ETV Bharat / city

ଅସଲି ଗାଡିର ନକଲି ନମ୍ବର, ଏପରି ଚାଲିଛି ରାଜଧାନୀରେ ଚୋରା କାରବାର - ରାଜଧାନୀରେ ଚୋରା କାରବାର

ରାଜଧାନୀରେ ସଟଡାଉନ ଜାରି ରହିଥିବାବେଳେ ଝାରପଡା ଓଭରବ୍ରିଜ କଡରେ ଚେକିଙ୍ଗ୍‌ ସମୟରେ ଧରାପଡିଛନ୍ତି ତିନି ଜଣ ଗାଡି ଚୋର । ଅସଲି ଗାଡିରେ ନକଲି ନମ୍ବର ପ୍ଲେଟ ଲଗାଇ ଚଳାଇଛନ୍ତି ଚୋରା କାରବାର । ଅଧକ ପଢନ୍ତୁ...

ଅସଲି ଗାଡିର ନକଲି ନମ୍ବର, ଏପରି ଚାଲିଛି ରାଜଧାନୀରେ ଚୋରା କାରବାର

author img

By

Published : Jul 13, 2020, 2:24 AM IST

ଭୁବନେଶ୍ବର: ହୁସିଆର ! ଆପଣଙ୍କ ଗାଡି ହୋଇପାରେ ଚୋରି । ଏଥିପାଇଁ ସର୍ବଦା ସତର୍କ ରହିବା ସହ ନିଜ ଗାଡି ଉପରେ ରଖନ୍ତୁ ସ୍ବତନ୍ତ୍ର ନଜର । ଗାଡିରେ ଡବଲ ଲକ ପକାଇବା ସହ ଚୋରି ହେବା ପ୍ରତି ଦିଅନ୍ତୁ ଧ୍ୟାନ, କାରଣ ଆପଣଙ୍କ ଗାଡି ଚୋରି ହୋଇଯିବାର ରହିଛି ଯଥେଷ୍ଠ ସମ୍ଭାବନା । ଆଉ ଚୋରା ଗାଡିରେ ଏବେ ଚାଲୁଛି ବ୍ରାଉନସୁଗାର ସ୍ମଗଲିଂ ଠୁ ଆରମ୍ଭ କରି ଗଞ୍ଜେଇ କାରବାର ଭଳି ଅନେକ ଅନୈତିକ କାର୍ଯ୍ୟ । ଏଥିସହ ବିଭିନ୍ନ ଛିନତାଇ ଓ ରାହାଜାନି ଭଳି ବେଆଇନ କାର୍ଯକଳାପ ମଧ୍ୟ ବଢିବାରେ ଲାଗିଛି ।

ବିଗତ କିଛି ଦିନ ଧରି ଶାନ୍ତ ରାଜଧାନୀ ଏବେ ଅପରାଧିକ କାର୍ଯ୍ୟକଳାପ ଯୋଗୁଁ ହୋଇପଡିଛି ଅଶାନ୍ତ । ଅପରାଧିମାନେ ଚୋରା ଗାଡିର କରୁଛନ୍ତି ଅପବ୍ୟବହାର । ଅର୍ଥାତ ଗାଡି ଚୋରି କରି ନମ୍ବର ବଦଳାଇ ନକଲି ନମ୍ବର ଲଗାଇ ବୁଲୁଛନ୍ତି ଏମାନେ । ସ୍ମାର୍ଟ ସିଟିର ସ୍ମାର୍ଟ ପୋଲିସକୁ ଚକମା ଦେଖାଇ ବେଧଡକ ଚୋରାକାରବାର କରୁଛନ୍ତି ଅପରାଧି । ଆଉ ଏହାର ଖୁଲାସା କରିଛି କମିସନରେଟ ପୋଲିସର ଲକ୍ଷ୍ମୀସାଗର ଥାନା ପୋଲିସ ।

ଅସଲି ଗାଡିର ନକଲି ନମ୍ବର, ଏପରି ଚାଲିଛି ରାଜଧାନୀରେ ଚୋରା କାରବାର
ଅସଲି ଗାଡିର ନକଲି ନମ୍ବର, ଏପରି ଚାଲିଛି ରାଜଧାନୀରେ ଚୋରା କାରବାର

ରାଜଧାନୀରେ ସଟଡାଉନ ଜାରି ରହିଥିବାବେଳେ ଝାରପଡା ଓଭରବ୍ରିଜ କଡରେ ଚେକିଙ୍ଗ୍‌ ସମୟରେ ଧରାପଡିଛନ୍ତି ତିନିଜଣ ଗାଡି ଚୋର । ଏମାନେ ବ୍ୟବହାର କରୁଥିବା ଗାଡିର ନମ୍ବର ଯାଞ୍ଚବେଳେ ସାମ୍ନାକୁ ଆସିଛି ପ୍ରକୃତ ସତ । ଅସଲି ବାଇକରେ ନକଲି ନନ୍ବର ପ୍ଲେଟ ଲଗାଇ ଅର୍ଥାତ ଅସଲି ନମ୍ବର ବଦଳାଇ ଏମାନେ ଚଲାଉଥିଲେ ଗାଡି । ଏହି ଗାଡି ସେହିଦିନ ସକାଳୁ ଓସ୍କାରସିଟିରୁ ଚୋରି ହୋଇଥିଲା ।ତେବେ ୩ଜଣଙ୍କ ମଧ୍ୟରେ ଜଣେ ବ୍ରାଉନସୁଗାର ବେପାରୀ ଥିବାବେଳେ ସେ ପୁର୍ବରୁ ମଧ୍ୟ ଗିରଫ ହୋଇଥିବା ଜଣାପଡିଛି । ତେବେ ପୋଲିସ ସନ୍ଦେହରେ ଥାନାରେ ପଚରାଉଚରା ସମୟରେ ୭ଟି ବାଇକର ସୁରାକ ମିଳିଥିଲା । ଏଥିମଧ୍ୟରୁ ୩ଟି ବାଇକର ନମ୍ବର ବଦଳାଇଦିଆଯାଇ ବ୍ୟବହାର କରାଯାଉଥିଲା । ତେବେ ରାଜଧାନୀରୁ ୭ଟି ବାଇକ ଜବତ ସହ ୩ ଜଣଙ୍କୁ ଗିରଫ କରିଛି ଲକ୍ଷ୍ମିସାଗର ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ଲକ୍ଷ୍ମୀସାଗର ଅଞ୍ଚଳର ରବି ବେହେରା, ମହେଶ ସାହୁ, ସମିଲ ସିଂ ବୋଲି ଜଣାପଡିଛି । ୩ ଜଣଙ୍କୁ ଆପିସିର ଧାରା ୩୭୯ରେ ଗିରଫ କରି କୋର୍ଟ ଚାଲାଣ କରିଛି କମିସନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.