ETV Bharat / city

ଅଧିକାରୀଙ୍କ ଅଦଳବଦଳ ଗୁଜବ ଉପରେ ବିଶ୍ବାସ ନକରିବାକୁ ବାଗଚୀଙ୍କ ପରାମର୍ଶ

author img

By

Published : Jun 6, 2020, 7:41 PM IST

ଅଚାନକ ଭାବରେ ଆଇଏଏସ ଅଧିକାରୀଙ୍କୁ କୋଭିଡ ମୁକାବିଲା ଦାୟିତ୍ୱରୁ ହଟାଇବା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ସେ କହିଛନ୍ତି ଏହା ଏକ ସରକାରୀ ପ୍ରକ୍ରିୟା ଅଟେ । ଅଧିକ ପଢନ୍ତୁ...

ଅଧିକାରୀଙ୍କ ଅଦଳବଦଳ ଗୁଜବ ଉପରେ ବିଶ୍ବାସ ନକରିବାକୁ ବାଗଚୀଙ୍କ ପରାମର୍ଶ
ଅଧିକାରୀଙ୍କ ଅଦଳବଦଳ ଗୁଜବ ଉପରେ ବିଶ୍ବାସ ନକରିବାକୁ ବାଗଚୀଙ୍କ ପରାମର୍ଶ

ଭୁବନେଶ୍ବର: କୋରୋନା ସଂକ୍ରମଣରେ ଜୁନ ମାସ ନିର୍ଣ୍ଣାୟକ ହୋଇଥିବାରୁ ଏହାର ମୁକାବିଲା ପାଇଁ ଅନେକ ଅଧିକାରୀଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟୀତ୍ବ ଦିଆଯାଇଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟମୁଖପାତ୍ର ସୁବ୍ରତ ବାଗ୍‌ଚୀ । ସେ କହିଛନ୍ତି ଯେ ଅନେକ ସମୟରେ ସରକାରଙ୍କୁ ଏହାର ପରିବର୍ତ୍ତନ କରିବାକୁ ପଡେ । ଏହି ରଣକ୍ଷେତ୍ରକୁ ନୂଆ ଯୋଦ୍ଧା ନଆଣିଲେ ଅନେକ କ୍ଳାନ୍ତ ହୋଇପଡିବେ । ତେବେ ପ୍ରଶାସନିକ ଅଧିକାରୀଙ୍କ ଅଦଳବଦଳ ଗୁଜବକୁ ବିଶ୍ବାସ ନକରିବାକୁ ବାଗ୍‌ଚୀ ପରାମର୍ଶ ଦେଇଛନ୍ତି ।

ବାଗ୍‌ଚୀ କହିଛନ୍ତି ଯେ ସରକାରୀ ସ୍ତରରେ ଏଭଳି ଅଦଳବଦଳ ହୋଇଥାଏ । ଅନେକ ଅଧିକାରୀଙ୍କୁ ନିଜର ବିଭାଗୀୟ କାର୍ଯ୍ୟକୁ ହସ୍ତାନ୍ତର କରା ନ ଗଲେ ଅନେକ ମାତ୍ରାରେ କାର୍ଯ୍ୟରେ ବାଧା ଆସିବ । ରଣକ୍ଷେତ୍ରକୁ ନୂଆ ଯୋଦ୍ଧା ନ ଆସିଲେ ଅନ୍ୟମାନେ କ୍ଳାନ୍ତ ଅନୁଭବ କରିବେ । ସୋସିଆଲ ମିଡିଆରେ ଗୁଜବ ଉପରେ ବିଶ୍ବାସ ନକରିବାକୁ ସେ କହିଛନ୍ତି ।

ସୁବ୍ରତ କହିଛନ୍ତି କୋରୋନାକୁ ନେଇ 3 ମାସ ବିତିଯାଇଛି । ଏହି କୋଭିଡ ଯୁଦ୍ଧ ଆଗାମୀ ଦିନରେ ମଧ୍ୟ ଜାରି ରହିବ । ଆଜିକା ଦିନରେ ସୋସିଆଲ ମେଡ଼ିଆରେ ଅନେକ ଗୁଜବ ଦେଖାଯାଉଛି । ଏହି ଗୁଜବକୁ ନେଇ କୋରୋନା ଯୋଦ୍ଧାଙ୍କର କ୍ଷତି ହୋଇପାରେ । ପଞ୍ଚାୟତଠାରୁ ଜିଲ୍ଲାର ଅଧିକାରୀ, ପୋଲିସ ପ୍ରଶାସନ ଆଦି କାର୍ଯ୍ୟ କରୁଛନ୍ତି । ସମସ୍ତ ଗୁଜବଠାରୁ ଦୂରରେ ରହିବାକୁ ମୁଖ୍ୟମନ୍ତ୍ରୀ କହିଥିବା ପ୍ରତିକ୍ରିୟା ଦେଇଛନ୍ତି ବାଗ୍‌ଚୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.