ETV Bharat / city

ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ସହରାଞ୍ଚଳକୁୁ ମିଳିବ ଟଙ୍କା - ଅସିତ୍ ତ୍ରିପାଠୀ

ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ପରିଚାଳନା କମିଟି ବୈଠକ । ୫ମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ସହରାଞ୍ଚଳମାନଙ୍କୁ ୨୩,୮୪୮ କୋଟି ଟଙ୍କା ହସ୍ତାନ୍ତର ନିମନ୍ତେ ସରକାର ଆରମ୍ଭ କରିଛନ୍ତି ପ୍ରକ୍ରିୟା । ଅଧିକ ପଢନ୍ତୁ..

ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ସହରାଞ୍ଚଳକୁୁ ମିଳିବ ଟଙ୍କା

author img

By

Published : Jul 7, 2020, 8:00 PM IST

ଭୁବନେଶ୍ବର: ୫ମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ସହରାଞ୍ଚଳମାନଙ୍କୁ ୨୩,୮୪୮ କୋଟି ଟଙ୍କା ହସ୍ତାନ୍ତର ନିମନ୍ତେ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ପରିଚାଳନା କମିଟି ବୈଠକରେ ଏହା ଚୁଡାନ୍ତ ହୋଇଛି। ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନାଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ପାଣ୍ଠି ହସ୍ତାନ୍ତର ସମ୍ବନ୍ଧିତ ବିଷୟ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା ।

ପାଣ୍ଠି ବିନିଯୋଗ ତ୍ଵରାନ୍ୱିତ କରିବା ସହ ଏହାର ସର୍ବାଧିକ ଉନ୍ନୟନମୂଳକ ଫଳାଫଳ ହାସଲ କରିବାକୁ ମୁଖ୍ୟ ଶାସନ ସଚିବ ପଞ୍ଚାୟତ ଓ ସହରାଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜସ୍ୱ ସୃଷ୍ଟି ସମ୍ଭାବନା ଥିବା କମ୍ୟୁନିଟି ଆବଶ୍ୟକତା ଭିତ୍ତିକ ପ୍ରକଳ୍ପମାନ ହାତକୁ ନେବା ପାଇଁ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ନିଜ ନିଜର ରାଜସ୍ୱ ଆଧାର ସଂପ୍ରସାରିତ କରିବା ସହ ବାର୍ଷିକ ଅନ୍ୟୁନ ୬ ପ୍ରତିଶତ ରାଜସ୍ୱ ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବ ସହରାଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ପାଣ୍ଠିକୁ ୨୦୨୦-୨୧ ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ହସ୍ତାନ୍ତର କରିବା ନିଷ୍ପତ୍ତି ହୋଇଥିଲା । ଗୋଟିଏ ଆର୍ଥିକ ବର୍ଷ ପାଇଁ ଉଦ୍ଧିଷ୍ଟ ପାଣ୍ଠି ୨ ଟି କିସ୍ତିରେ ପ୍ରଦାନ କରାଯିବ ୧ମ କିସ୍ତି ମେ-ଜୁନ୍ ମାସ ମଧ୍ୟରେ ଏବଂ ୨ୟ କିସ୍ତି ଅକ୍ଟୋବର-ନଭେମ୍ବର ମାସ ମଧ୍ୟରେ ହସ୍ତାନ୍ତର କରାଯିବ । ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ପ୍ରକଳ୍ପର ଶତକଡା ୩୦ ଭାଗ ନସାରିଲେ ୨ୟ କିସ୍ତି ମିଳିବ ନାହିଁ । ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ କହିଥିଲେ ଯେ ଏହି ୬ ବର୍ଷ ମଧ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନମାନେ ପ୍ରାୟ ୧୫,୭୧୫.୬୦ କୋଟି ଏବଂ ସହରାଞ୍ଚଳମାନେ ପ୍ରାୟ ୮,୧୩୨.୫୨ କୋଟି ଟଙ୍କା ପାଇବେ । ପାନୀୟଜଳ, ଜଳ ଅମଳ, ପରିମଳ, କଠିନ ବର୍ଜବସ୍ତୁ ପରିଚାଳନା, ସୌର ଶକ୍ତି, ପ୍ରାଥମିକ ବିଦ୍ୟାଳୟ ନିର୍ମାଣ, ସ୍ୱାସ୍ଥ୍ୟ ସବ୍-ସେଣ୍ଟର କେନ୍ଦ୍ରର ରକ୍ଷଣାବେକ୍ଷଣ, ଜଳର ଗୁଣାତ୍ମକମାନ ପରୀକ୍ଷାଗାର, ନର୍ଦ୍ଦମା ନିଷ୍କାସନ ରେ ଥିବା ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା, ବର୍ଷାଜଳ ନିଷ୍କାସନ ଏବଂ ଅନ୍ୟାନ୍ୟ କମ୍ୟୁନିଟି ସଂପତ୍ତି ଆଦିର ରକ୍ଷଣାବେକ୍ଷଣ ଆଦି ପ୍ରକଳ୍ପରେ ଏହି ପାଣ୍ଠି ବିନିଯୋଗ କରିବା ପାଇଁ ବୈଠକରେ ସ୍ଥିର ହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.