ETV Bharat / city

Agnipathକୁ ନେଇ ଦୋମୁହାଁ ବିଜେଡି: ସାଂସଦଙ୍କ ପ୍ରଶଂସା, ମନ୍ତ୍ରୀ କଲେ ସମାଲୋଚନା

author img

By

Published : Jun 17, 2022, 9:15 PM IST

ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧର ସ୍ୱର ତେଜିବାରେ ଲାଗିଛି । ଅଗ୍ନିପଥକୁ ନେଇ ହିଂସା ଓଡ଼ିଶାରେ ଛୁଇଁଛି । ରାଜ୍ୟବ୍ୟାପୀ ଏହାକୁ ବିରୋଧ କରାଯାଇଛି । ତେବେ ଅଗ୍ନିପଥ ଯୋଜନାକୁ ନେଇ ଶାସକ ବିଜେଡି ଦୋ-ମୁହାଁ ନୀତି ଅପଣାଇଛି । ବିଜେଡି ପକ୍ଷରୁ ଏନେଇ ବିଧିବଦ୍ଧ ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ । କିନ୍ତୁ ଯୋଜନାକୁ ନେଇ ମତ ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ । ଅଧିକ ପଢନ୍ତୁ

ଅଗ୍ନିପଥକୁ ନେଇ ଦୋମୁହାଁ ବିଜେଡି; ସାଂସଦଙ୍କ ପ୍ରଶଂସା, ମନ୍ତ୍ରୀ କଲେ ସମାଲୋଚନା

ଭୁବନେଶ୍ବର: ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧର ସ୍ୱର ତେଜିବାରେ ଲାଗିଛି । ଅଗ୍ନିପଥକୁ ନେଇ ହିଂସା ଓଡ଼ିଶାରେ ଛୁଇଁଛି । ରାଜ୍ୟବ୍ୟାପୀ ଏହାକୁ ବିରୋଧ କରାଯାଇଛି । ତେବେ ଅଗ୍ନିପଥ ଯୋଜନାକୁ ନେଇ ଶାସକ ବିଜେଡି ଦୋ-ମୁହାଁ ନୀତି ଅପଣାଇଛି । ବିଜେଡି ପକ୍ଷରୁ ଏ ନେଇ ବିଧିବଦ୍ଧ ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ । କିନ୍ତୁ ଯୋଜନାକୁ ନେଇ ମତ ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ । ସାଂସଦ ଯୋଜନାକୁ ସମର୍ଥନ କରି ଟ୍ୱିଟ କରିଥିବାବେଳେ ମନ୍ତ୍ରୀ ଯୋଜନାକୁ ସମାଲୋଚନା କରିଛନ୍ତି । ଯାହାକୁ ନେଇ ବିଜେଡି ପକ୍ଷ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି ।

  • The #AgnipathScheme is brilliant as it gives an opportunity to the young of India to work directly for protecting the country. But would work better if #Agniveers are mandatorily given preference in jobs. For Govt jobs, this should be put in the Recruitment Rules.#VoiceOfOdisha

    — Dr. Amar Patnaik (@Amar4Odisha) June 17, 2022 " class="align-text-top noRightClick twitterSection" data=" ">

ଅଗ୍ନିପଥ ଯୋଜନାକୁ ନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ହେଲେ ବିଜେଡି ସାଂସଦ ଡକ୍ଟର ଅମର ପଟ୍ଟନାୟକ ଏହାର ପ୍ରଶଂସା କରିଛନ୍ତି । ଟ୍ୱିଟ କରି ଅମର ଲେଖିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ଏକ ବିଚକ୍ଷଣ ଯୋଜନା । ଦେଶର ସେବା କରିବ ପାଇଁ ଏହି ଯୋଜନା ସିଧାସଳଖ ଯୁବପୀଢ଼ିଙ୍କ ପାଇଁ ସୁଯୋଗ ଆଣିଦେବ । ତେବେ ଏହା ସହ ଏହି ଅଗ୍ନିବୀରମାନଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ଅଗ୍ରାଧିକାର ଦିଆଗଲେ ଭଲ ହୁଅନ୍ତା । ସରକାରୀ ଚାକିରି ପାଇଁ ସେମାନଙ୍କୁ ଅଗ୍ରାଧିକାର ଦିଆଯିବାକୁ ନିୟମ ହେବା ଉଚିତ ବୋଲି ସେ ଟ୍ୱିଟ କରିଛନ୍ତି ।

ଅନ୍ୟପଟେ ଯୋଜନାକୁ ସମାଲୋଚନା କରିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି ଯେ, କେନ୍ଦ୍ର ସରକାର ସବୁବେଳେ ଭୁଲ କଥା କହି ଦେଶବାସୀଙ୍କୁ ଠକୁଛନ୍ତି । ଲୋକଙ୍କୁ ଭୂତେଇ ବିଭିନ୍ନ ଯୋଜନା କରୁଛନ୍ତି । ଯୋଜନା ଲୋକଙ୍କ ପାଖରେ ପହଞ୍ଚୁ ନାହିଁ । ଯାହାର ସୁଫଳ ଲୋକମାନେ ପାଉନାହାନ୍ତି । ବିଜେପି ନେତା ମାନେ ମଧ୍ୟ କେନ୍ଦ୍ର ସରକାରଙ୍କୁ ସଠିକ ପରାମର୍ଶ ଦେଉନାହାନ୍ତି । ଯାହା ପାଇଁ ଆଜି ଆନ୍ଦୋଳନ ହେଉଛି । ବର୍ଷକୁ 2 କୋଟି ନିଯୁକ୍ତି ଦେବେ ବୋଲି ମୋଦି ସରକାର କହିଥିଲେ । ସେତକ କଲେନାହିଁ । ଭୁଲ ଯୋଜନା କରି ଯୁବ ବର୍ଗଙ୍କୁ ଭୁଲ ବାଟରେ ନେଉଛନ୍ତି । ଦେଶର ସୁରକ୍ଷା ଲାଗି ଯାହା ଠିକ ନୁହେଁ, ତାହା କରିଛନ୍ତି । ତାହା ଜନସାଧାରଣ ବିଚାର କରିବେ ।

ସାଂସଦ ଅମର ଆଜି ସକାଳୁ ଯୋଜନାକୁ ସମର୍ଥନ କରି ଏହି ଟ୍ୱିଟ କରିଥିବାବେଳେ କିଛି ଘଣ୍ଟା ପୂର୍ବରୁ ଏହାକୁ ରି-ଟ୍ୱିଟ କରିଛନ୍ତି । ଏହା ଦଳର ନୁହେଁ ବରଂ ବ୍ୟକ୍ତିଗତ ମତ ବୋଲି ସେ ରି-ଟ୍ୱିଟ କରି ଲେଖିଛନ୍ତି । ଯୋଜନାକୁ ନେଇ ବଢୁଥିବା ବିରୋଧ ନା ଦଳର ଚାପ ଯୋଗୁଁ ସେ ରି-ଟ୍ୱିଟ କରିଛନ୍ତି, ତାହା ଜଣାପଡିନାହିଁ । ଅଗ୍ନିପଥକୁ ବିଜେଡି ସମର୍ଥନ କରିବା ନା ସମାଲୋଚନା, ତାହାକୁ ନେଇ ଦ୍ଵନ୍ଦ ଲାଗି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.