ETV Bharat / city

ନୂଆ ମୋଟର ଯାନ ନିୟମ, ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କଲେ କମିଶନର - କମିଶନର ସୁଧାଶୁଂ ଷଡଙ୍ଗୀ

ନୂଆ ମୋଟର ଯାନ ଆଇନକୁ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । ଏନେଇ ଶୁକ୍ରବାର କମିଶନର ସୁଧାଶୁଂ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 7, 2019, 12:05 PM IST

ଭୁବନେଶ୍ବର: ନୂଆ ଟ୍ରାଫିକ ନିୟମକୁ ନେଇ ଚାରିଆଡେ ଚର୍ଚ୍ଚା । କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ନୂଆ ମୋଟର ଯାନ ନିୟମକୁ କଡାକଡି କରାଯାଇଛି । ରାଜଧାନୀର ବ୍ୟସ୍ତ ବହୁଳ ଛକ ମାନଙ୍କରେ କରାଯାଉଛି ଜୋରଦାର ଚେକିଂ । ନୂଆ ଟ୍ରାଫିକ ନିୟମକୁ ନେଇ ଚାଳକଙ୍କ ମଧ୍ୟରେ ଛନକା ପଶିଥିବାବେଳେ ଶୁକ୍ରବାର ଟୁଇନ ସିଟିର କମିଶନର ସୁଧାଶୁଂ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ।

ଏହି ବୈଠକରେ ରସୁଲଗଡ ଓ ମଧୁ ପାଟଣା ରାସ୍ତାର ମରାମତି କରିବା, ଜେବ୍ରା କ୍ରଶିଙ୍ଗ ସଠିକ୍ ଭାବେ ଦୃଶ୍ୟମାନ ହେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ, ଭୁବନେଶ୍ବର ଓ କଟକ ରାଜମାର୍ଗରେ ଲେନ ସମ୍ବନ୍ଧରେ ସୂଚନା ଫଳକ ଲଗାଇବା, ରାସ୍ତାରେ ପାର୍କିଂ ଓ ଅଣ ପାର୍କିଂ ସୂଚନା ଲଗାଇବା ସହ ରାସ୍ତାକୁ ଚିହ୍ନିତ କରିବା ଓ ରାଜମହଲ ଛକରୁ ଏଜି ଛକ ରାସ୍ତା ମଧ୍ୟରେ ଅବରୋଧ ହଟାଇବାକୁ ନିଷ୍ପତ୍ତି ହୋଇଛି । ଏହାସହ ବିଭିନ୍ନ କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ବୈଠକ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ପୋଲିସ କମିଶନର ସଞ୍ଜୟ କୁମାର ସିଂହ, ଡିସିପି ଅନୁପ ସାହୁ ଓ ଅତିରିକ୍ତ ଡିସିପି ଟ୍ରାଫିକ ଅମରେଶ ପଣ୍ଡାଙ୍କ ସହ ବହୁ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ ।

ପ୍ରକାଶ ଯେ, ଗତ 1 ତାରିଖରୁ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ । ଖାସ କରି ରାଜଧାନୀରେ ଏହି ନିୟମକୁ କଡାକଡି ଭାବେ ପାଳନ କରୁଛି କମିଶନରେଟ୍ ପୋଲିସ । ନିୟମ ଉଂଲଘନ କଲେ ବହୁଗୁଣା ଫାଇନ ଦେବାକୁ ପଡୁଥିବାରୁ ଘରୁ ବାହାରିବା ଆଗକୁ ଡରୁଛନ୍ତି ଲୋକେ । ସାଧାରଣଲୋକେ ଭୋଗୁଥିବା ସମସ୍ୟାକୁ ନେଇ ଆମେ ଗତ କିଛି ଦିନ ତଳେ ଖବର ପ୍ରସାରଣ କରିଥିଲୁ । ଖବର ପ୍ରସାରଣ ପରେ ଚେତିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଇଟିଭିର ମହାପ୍ରଭାବ,କମିସନର ପ୍ରସ୍ତୁତ କଲେ ବ୍ଲୁ ପ୍ରିଣ୍ଟBody:ଇଟିଭିର ମହାପ୍ରଭାବ,କମିସନର ପ୍ରସ୍ତୁତ କଲେ ବ୍ଲୁ ପ୍ରିଣ୍ଟConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.