ଭୁବନେଶ୍ବର: ବିଦ୍ୟାଳରେ ଗଢା ହୁଅନ୍ତି ଦେଶର ଭବିଷ୍ୟତ । ସେମାନଙ୍କୁ ଉନ୍ନତ ଶିକ୍ଷା ଯୋଗାଇ ଦେବାକୁ ରାଜ୍ୟରେ ଉଚ୍ଚବିଦ୍ୟାଳୟଗୁଡିକୁ ଚକାଚକ କରାଯାଉଛି । ୫T ଅଧିନରେ ବିଦ୍ୟାଳୟ ରୂପାନ୍ତରଣ (Smart School) କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଥିବା ମାଧ୍ୟମିକ ବିଦ୍ୟାଳୟ ଗୁଡିକର ସୁପରିଚାଳନା ନିମନ୍ତେ ଗଠିତ 6 ଗୋଟି ଟାକ୍ସଫୋର୍ସ(Taskforce) ପ୍ରସ୍ତାବ ଗୃହୀତ ହୋଇଛି । ନିର୍ଦ୍ଧାରିତ ୩୦ ଦିନ ଭିତରେ କାର୍ଯ୍ୟ ସମ୍ପାଦନ ହୋଇଛି ।
ରାଜ୍ୟର ସମସ୍ତ ୮୦୦୦ ଉଚ୍ଛ ବିଦ୍ୟାଳୟ ପାଇଁ ୫T ଅଧିନରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୩ଟି ପର୍ଯ୍ୟାୟରେ ରୂପାନ୍ତରଣ କରାଯିବ । ରୂପାନ୍ତରଣ କାର୍ଯ୍ୟକ୍ରମରେ 1072 ସ୍କୁଲ ସ୍ମାର୍ଟ ହୋଇଛି ଏହି ସବୁ ସ୍କୁଲର ପରିଚାଳନା ସହ ପିଲାଙ୍କୁ ବିଶ୍ବସ୍ତରୀୟ ଶିକ୍ଷା ଦେବାକୁ 6ଟି ଟାସ୍କଫୋର୍ସ ଗଠନ କରାଯାଇଛି। ଇ-ବିଷୟବସ୍ତୁ, ବିଶ୍ବସ୍ତରୀୟ ହବ୍ ସହିତ ଧନ୍ଦାମୂଳକ ଶିକ୍ଷା, ମୂଲ୍ୟାଙ୍କନରେ ସଂସ୍କାର, ସହ-ପାଠ୍ୟକ୍ରମ । ଆଦି ମିଶ୍ରିତ ଶିକ୍ଷଣ ବ୍ୟବସ୍ଥା ତିଆରି କରିବେ । ଏଥିପାଇଁ ଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କରାଯିବ। ଟାସ୍କଫୋର୍ସ ‘ଏ’ ମାଧ୍ୟମରେ ସ୍ଵତନ୍ତ୍ର ପ୍ରୋଜେକ୍ଟ ନିର୍ଦ୍ଦେଶକଙ୍କ ଦ୍ବାରା ପରିଚାଳିତ ହେବ। ପୁରୀ, ଜଗତସିଂହପୁର, କନ୍ଧମାଳ ଜିଲ୍ଲାପାଳ ସହଯୋଗ କରିବେ । ଏହି ଟାସ୍କଫୋର୍ସ ସ୍କୁଲରେ ତିଆରି କରାଯାଇଥିବା ଇ-ଲାଇବ୍ରେରୀ, ସ୍ମାର୍ଟକ୍ଲାସ୍ ଆଦିର ରକ୍ଷଣାବେକ୍ଷଣ କରିବେ। ଏଥିପାଇଁ ବାର୍ଷିକ ରକ୍ଷଣାବେକ୍ଷଣ ଦିବସ ଉତ୍ସବ କରାଯିବ। ଟାସ୍କଫୋର୍ସ ‘ବି’ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ବାରା ପରିଚାଳିତ ହେବ। ଏହାକୁ ଅନୁଗୁଳ, ଗଞ୍ଜାମ, ବୌଦ୍ଧ, ସୁନ୍ଦରଗଡ଼ ଓ କଳାହଣ୍ଡି ଜିଲ୍ଲାପାଳ ସହଯୋଗ କରିବେ ।
ଏହି ଟାସ୍କଫୋର୍ସ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ବିଷୟବସ୍ତୁ ଓ ସଫ୍ଟ କମ୍ପେନେଣ୍ଟ ତିଆରି ଉପରେ ଗୁରୁତ୍ଵ ଦେବ। ଏସ୍ଟି ନିର୍ଦ୍ଦେଶକଙ୍କ ନେତୃତ୍ବରେ ଟାସ୍କଫୋର୍ସ ‘ସି’ ଚାଲିବ। ଏଥିରେ ମୟୂରଭଞ୍ଜ, କୋରାପୁଟ,ମାଲକାନଗିରି, ରାୟଗଡ଼ା ଜିଲ୍ଲାପାଳ ସମର୍ଥନ କରିବେ। ଏହାର ସୁପାରିସ୍ ଅନୁସାରେ, ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ବିକାଶ ଉପରେ ଗୁରୁତ୍ବ ଦିଆଯିବ। ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ସଂରକ୍ଷିତ ତଥା ପ୍ରୋତ୍ସାହିତ କରିବାକୁ ସ୍କୁଲର ପରିବେଶକୁ ନବୀକରଣ ଏବଂ ରୂପାନ୍ତର କରାଯିବଟାସ୍କଫୋର୍ସ ‘ଡି’ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ଵାରା ପରିଚାଳିତ।
ଗଜପତି, ବଲାଙ୍ଗୀର, ଦେବଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ଏଥିରେ ସହଯୋଗ କରିବେ ରାଜ୍ୟରେ ଥିବା ବିଭିନ୍ନ ଆଦର୍ଶ । ବିଦ୍ୟାଳୟର ଉନ୍ନତି ଉପରେ କାର୍ଯ୍ୟ କରିବେ। ସ୍ମାର୍ଟ କ୍ଲାସ୍, ଇ-ଲାଇବ୍ରେରୀ, କ୍ରୀଡ଼ା ସୁବିଧା ସହିତ ଶିକ୍ଷାର ଏକ ଶକ୍ତିଶାଳୀ ସଂସ୍କୃତିକୁ ପ୍ରୋତ୍ସାହିତ କରିବାକୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଏକ କେନ୍ଦ୍ରୀୟ ରାଜ୍ୟ ପ୍ରତିଷ୍ଠା କରିବ। ବିଏମ୍ସି କମିଶନରଙ୍କ ନେତୃତ୍ବରେ କମିଶନର ସିଏମ୍ସି, କମିଶନର ଆର୍ଏମ୍ସି, ବ୍ରହ୍ମପୁର ଓ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ସହଯୋଗରେ ଟାସ୍କଫୋର୍ସ ‘ଇ’ ସହର ସ୍କୁଲର ବିକାଶରେ କାର୍ଯ୍ୟ କରିବେ। ସହରରେ ସ୍କୁଲ ପ୍ରଶାସନକୁ ସୁଦୃଢ଼ କରିବା ସହ ସ୍କୁଲରେ ଆବଶ୍ୟକୀୟ ମାନବ ସମ୍ବଳ ରଖିବା, ଟାସ୍କଫୋର୍ସ 'ବି' ଦ୍ବାରା ପ୍ରସ୍ତାବିତ କାର୍ଯ୍ୟକ୍ରମଗୁଡ଼ିକ ସହରୀ ସ୍କୁଲଗୁଡ଼ିକରେ ଲଗାଇବେ । ଟାସ୍କଫୋର୍ସ ‘ଏଫ୍’ ଓଏମ୍ ଏମ୍ଡି ପରିଚାଳନା କରିବେ। ଓମ୍ବାଡ୍ସି ସିଇଓ, ନବରଙ୍ଗପୁର, ଯାଜପୁର, ବାଲେଶ୍ଵର, ବରଗଡ଼ ଜିଲ୍ଲାପାଳ ସହଯୋଗ କରିବେ । କ୍ରୀଡ଼ା ସହ ଛାତ୍ରଛାତ୍ରୀ, ଶିକ୍ଷକଙ୍କୁ ପୁରସ୍କାର ଦ୍ଵାରା କିଭଳି ପ୍ରୋତ୍ସାହିତ କରାଯିବ ତାହା ଉପରେ ଟାସ୍କଫୋର୍ସ ସୁପାରିସ କରିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ