ଭୁବନେଶ୍ବର: ରାଜ୍ୟରେ ସୁସ୍ଥ ହୋଇଛନ୍ତି 217 ଆକ୍ରାନ୍ତ । ଯାହା ରାଜ୍ୟ ପାଇଁ ଏକ ଶୁଭଙ୍କର ଖବର । ତେବେ ରାଜ୍ୟରେ ମୋଟ 6703 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି।
ରାଜ୍ୟରେ କୋରୋନା କାୟା ବିସ୍ତାର କରିଚାଲିଛି । କିଛି ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ପ୍ରଶାସନ ପାଇଁ ସମସ୍ୟା ଓ ଚିନ୍ତାର କାରଣ ପାଲଟିଛି । ଏବେ ରାଜ୍ୟରେ 17 ଟି ଜିଲ୍ଲାରେ 217 ଜଣ ସୁସ୍ଥ ହୋଇଛନ୍ତି।
ଗଞ୍ଜାମରେ ସୁସ୍ଥ ହେଲେ 96, ଖୋର୍ଦ୍ଧାରେ 18, ବାଲେଶ୍ବରରେ 16, ମୟୂରଭଞ୍ଜରେ 15, ବରଗଡରେ 13, କେନ୍ଦୁଝରରେ 12, ଝାରସୁଗୁଡାରେ 8, ମାଲକାନଗିରିରେ 7, ଯାଜପୁରରେ 6, ଅନୁଗୋଳ ଓ କଟକରେ 5 ସୁସ୍ଥ ହୋଇଛନ୍ତି । ଢେଙ୍କାନାଳ ଓ ଡରିରେ 4 ଜଣ, ଜଗତସିଂହପୁରରେ 3, କେନ୍ଦ୍ରାପଡା ଓ ସୁବର୍ଣ୍ଣପୁରରେ 2 ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ବଲାଙ୍ଗୀରରେ ଜଣେ ସୁସ୍ଥ ହୋଇଥିବା ଜଣାପଡିଛି । ତେବେ ରାଜ୍ୟରେ ମୋଟ 6703 ଜଣ ସୁସ୍ଥ ହୋଇଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ