ETV Bharat / city

କାଳବୈଶାଖୀ ସମ୍ଭାବନା, 19 ଜିଲ୍ଲାକୁ ୟେଲୋ ୱାର୍ନିଂ

author img

By

Published : Apr 15, 2021, 9:25 PM IST

ରାଜ୍ୟରେ ତାପମାତ୍ରା ବୃଦ୍ଧିକୁ ବିଭିନ୍ନ ସ୍ଥାନରେ ଲାଗିରହୁଛି କାଳ ବୈଶାଖୀ । ଆସନ୍ତା 24 ଘଣ୍ଟା ମଧ୍ୟରେ 19 ଜିଲ୍ଲାକୁ କାଳ ବୈଶାଖୀ ନେଇ ୟେଲୋ ଓ୍ବାର୍ଣ୍ଣି ଜାରିକଲା ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢନ୍ତୁ....

କାଳ ବୈଶାଖୀ ବର୍ଷା, 19 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି

ଭୁବନେଶ୍ବର: ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି । ଆସନ୍ତା ୨୪ ଘଣ୍ଟା, ଶୁକ୍ରବାର ମଧ୍ୟରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, କଳାହାଣ୍ଡି, ଗଜପତି, କନ୍ଧମାଳ, ଗଞ୍ଜାମ, ନୂଆପଡା, ବଲାଙ୍ଗୀର, ସମ୍ବଲପୁର, ଦେବଗଡ଼, ବରଗଡ଼, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ତେବେ କାଳ ବୈଶାଖୀ ସମୟରେ ଘଣ୍ଟାପ୍ରତି 30 ରୁ 40 କିମି ବେଗରେ ପବନ ବହିପାରେ । ଏନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ଦୁଇ ଦିନ କାଳ ବୈଶାଖୀର ପ୍ରଭାବ ଜୋରଦାର ରହିବ । ୧୬, ୧୭, ୧୮ ତାରିଖରେ ଝଡ ବର୍ଷାର ପ୍ରଭାବ କମ ରହିବ । ପୁଣି ୧୯ ତାରିଖରେ କାଳବୈଶାଖୀ ବର୍ଷା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଭୁବନେଶ୍ୱରରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହ ସନ୍ଧ୍ୟାରେ ଝଡବର୍ଷାର ସମ୍ଭାବନା ଅଛି ।

ଗତ ୨୪ ଘଣ୍ଟାରେ ସର୍ବୋଚ୍ଚ ତାପମାତ୍ରା ବାରିପଦାରେ ୪୨.୪ ଡିଗ୍ରୀ, ଝାରସୁଗୁଡାରେ ତାପମାତ୍ରା ୪୦.୦ ଡିଗ୍ରୀ ରହିଛି । ସେହିପରି ଗଜପତି ଜିଲ୍ଲା କାଶୀନଗରରେ ୪୭.୬ ମିମି ସର୍ବାଧିକ ବର୍ଷା ରେକର୍ଡ ହୋଇଛି । କୋରାପୁଟ ଜିଲ୍ଲା ନନ୍ଦପୁରରେ ୩୪.୦ ମିମି, ନୂଆଗଡରେ ୩୨.୦ ମିମି, କୋରାପୁଟ ଜିଲ୍ଲାରେ ୨୦.୦ ମିମି ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.