ETV Bharat / city

'2 ମାସ ମଧ୍ୟରେ 15ଟି ଅକ୍ସିଜେନ ପ୍ଲାଣ୍ଟରୁ ହେବ ଉତ୍ପାଦନ' - ମୁଖ୍ୟମନ୍ତ୍ରୀ

ଆଗାମୀ 2 ମାସ ମଧ୍ୟରେ ରାଜ୍ୟର 15ଟି ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଅଧିକ ପଢନ୍ତୁ...

'2 ମାସ ମଧ୍ୟରେ 15ଟି ଅକ୍ସିଜେନ ପ୍ଲାଣ୍ଟରୁ ହେବ ଉତ୍ପାଦନ'

author img

By

Published : Jun 19, 2021, 10:26 PM IST

ଭୁବନେଶ୍ବର: କୋରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରାକର ସମସ୍ତ ଉଦ୍ୟମ ଜାରି ରଖିଛନ୍ତି । ରାଜ୍ୟରେ 15ଟି ଅକ୍ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି । ଆଗାମୀ 2 ମାସ ମଧ୍ୟରେ ଏଥିରୁ ଉତ୍ପାଦନ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

କୋଭିଡ଼ର ଦ୍ଵିତୀୟ ଲହରରେ ଅକ୍ସିଜେନକୁ ନେଇ ସାରା ଦେଶରେ ହାହାକାର ସୃଷ୍ଟି ହୋଇଥିଲା । ତେବେ ଓଡ଼ିଶାରେ ଅକ୍ସିଜେନର ସମସ୍ୟା ନଥିଲା । ଓଡ଼ିଶା ବଳକା ରାଜ୍ୟ ଭାବେ ଅନ୍ୟ ରାଜ୍ୟକୁ ଅକ୍ସିଜେନ ପଠାଉଥିଲା । ସମ୍ଭାବ୍ୟ ତୃତୀୟ ଲହର ଲାଗି ଆଗୁଆ ପ୍ରସ୍ତୁତ ହେଉଛି ଓଡିଶା । ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ୧୫ଟି ଅକ୍ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି । ଆଗାମୀ 2 ମାସ ମଧ୍ୟରେ ଏଥିରୁ ଉତ୍ପାଦନ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କୋଭିଡର ଦ୍ବିତୀୟ ଲହରରେ ରୋଗୀଙ୍କର ଅକ୍ସିଜେନ ସ୍ତର କମିବା ଯୋଗୁଁ ସାରା ଦେଶରେ ଅକ୍ସିଜେନ ଯୋଗାଣ ଉପରେ ଅତ୍ୟଧିକ ଚାପ ସୃଷ୍ଟି ହୋଇଥିଲା । ଏଭଳି ସମୟରେ ଓଡିଶା ୧୮ଟି ରାଜ୍ୟକୁ ଅକ୍ସିଜେନ ଯୋଗାଇଛି । ଫଳରେ ଅନେକ ମୂଲ୍ୟବାନ ଜୀବନ ବଞ୍ଚିପାରିଛି । ଏଭଳି ସଙ୍କଟ ସମୟରେ ଲୋକଙ୍କ ସେବା ପାଇଁ ସୁଯୋଗ ପାଇବା ଓଡିଶାବାସୀଙ୍କ ଲାଗି ସମ୍ମାନର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.