ETV Bharat / city

ଅନଲାଇନ ଓ ୟୁଟ୍ୟୁବ କ୍ଲାସକୁ AISF ପକ୍ଷରୁ ବିରୋଧ

author img

By

Published : Jul 7, 2021, 10:58 PM IST

ସରକାର ଅନଲାଇନ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ କରିଛନ୍ତି କିନ୍ତୁ ଏଥିରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ଶ୍ରେଣୀଗୃହରେ ଶିକ୍ଷାଦାନ ନେଇ ବିରୋଧ କଲା AISF । ଅଧିକ ପଢନ୍ତୁ...

ଅନଲାଇନ ଓ ୟୁଟ୍ୟୁବ କ୍ଲାସକୁ AISF ପକ୍ଷରୁ ବିରୋଧ
ଅନଲାଇନ ଓ ୟୁଟ୍ୟୁବ କ୍ଲାସକୁ AISF ପକ୍ଷରୁ ବିରୋଧ

ଭଦ୍ରକ: ଅନଲାଇନ ତଥା ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନରୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ଶ୍ରେଣୀଗୃହରେ ଶିକ୍ଷାଦାନ ପାଇଁ ଆଜି ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେସନ (AISF) ପକ୍ଷରୁ ଦାବି କରାଯାଇଛି । ଏନେଇ ଆଜି ତିହିଡ଼ି ତହସିଲଦାରଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସଂଗଠନ ପକ୍ଷରୁ ପ୍ରଦାନ କରାଯାଇଛି ।

ଗତ ଜୁନ୍ ମାସ ଠାରୁ ସରକାର ଅନଲାଇନ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ କରିଛନ୍ତି । ଏହି ଅନଲାଇନ ଶିକ୍ଷାଦାନ ଦେଶରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧନୀ ଓ ଗରିବର ତାରତମ୍ୟ ସୃଷ୍ଟି କରୁଛି । ଇଣ୍ଟରନେଟ, ଲାପଟପ ଓ ଆଣ୍ଡ୍ରଏଡ଼ ମୋବାଇଲ ଫୋନ ନଥିବା 75 ଭାଗ ଛାତ୍ରଛାତ୍ରୀ ଏହି ଅନଲାଇନ୍ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି । ଅପର ପକ୍ଷେ ଶ୍ରେଣୀଗୃହରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନ ଓ ଉତ୍ତର ବିନିମୟ ଛାତ୍ରଛାତ୍ରୀଙ୍କ ମେଧା ବୃଦ୍ଧି (Scholarship)ରେ ସହାୟକ ହେଉଥିବାବେଳେ ଅନଲାଇନ ଶିକ୍ଷାଦାନରେ ଏହା ସମ୍ଭବପର ହୋଇପାରୁନାହିଁ ।

ଛାତ୍ରଛାତ୍ରୀଙ୍କୁ ସମାଜର ଭବିଷ୍ୟତ କୁହାଯାଉଥିବାବେଳେ ସ୍କୁଲ କଲେଜ ବନ୍ଦ ରଖି ଛାତ୍ରଛାତ୍ରୀଙ୍କର ଅନିଶ୍ଚିତ ଭବିଷ୍ୟତ ଗଠନର ଷଡଯନ୍ତ୍ର କରାଯାଉଛି । ଅପର ପକ୍ଷେ ୟୁନିସେଫ ପକ୍ଷରୁ କୋରୋନା ନିୟନ୍ତ୍ରଣ ଆଳରେ ସ୍କୁଲ, କଲେଜ ବନ୍ଦ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ମାନସିକ ଭାରସାମ୍ୟକୁ ବିଗାଡ଼ି ଦେବ ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ।

ଏନେଇ ଛାତ୍ର ନେତା ପ୍ରମୁଖ ତିହିଡ଼ି ତହସିଲ କାର୍ଯ୍ୟାଳୟରେ ତହସିଲଦାରଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.