ETV Bharat / city

ବିଲରେ କାମ କରୁଥିଲେ ମାରିଲା ବିଜୁଳି, ଆଖି ବୁଜିଲେ ଚାଷୀ

author img

By

Published : Jul 24, 2022, 7:15 AM IST

ଭଦ୍ରକରେ ଅଘଟଣ । ବଜ୍ରାଘାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତର ହୋଇଛନ୍ତି। ଅଧିକ ପଢନ୍ତୁ

ବଜ୍ରାଘାତରେ ଜଣେ ମୃତ, 4 ଗୁରୁତର
ବଜ୍ରାଘାତରେ ଜଣେ ମୃତ, 4 ଗୁରୁତର

ଭଦ୍ରକ: ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇଛି । ଏଥିରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଶ୍ୟାମସୁନ୍ଦରପୁର ଗାଁର ବିମ୍ବାଧର ମଳିକଙ୍କ ପୁଅ କାଳନ୍ଦି ମଳିକ।

ବଜ୍ରାଘାତରେ ଜଣେ ମୃତ, 4 ଗୁରୁତର

ସୂଚନା ଅନୁସାରେ, ଘର ଠାରୁ ପ୍ରାୟ 2 କିଲୋମିଟର ଦୂରରେ କାଳନ୍ଦି ଧାନ ରୋଉଥିଲେ । ଏହି ସମୟରେ ବଜ୍ରାଘାତ ହୋଇଥିଲା । ବଜ୍ରାଘାତରେ ଗଭୀର ଆଘାତ ପାଇ ତଳେ ପଡି ଯାଇଥିଲେ । କିଛି ଦୂରରେ କାମ କରୁଥିବା ଲୋକେ ତାଙ୍କୁ ଉଦ୍ଧାର କରି ତିହିଡି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ । ସେହିପରି ଧାମନଗରରେ ଦୁଇ ଜଣ ବଜ୍ରାଘାତରେ ଗୁରୁତର ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ବିଜୁଳି ଘଡ଼ଘଡ଼ିରେ ଧାମନଗର ଥାନା ଅନ୍ତର୍ଗତ ନନ୍ଦିପୁର ଗାଁର ଚାରି ଜଣ ଯାକ ବିଲରେ କାମ କରୁଥିବା ସମୟରେ ବଜ୍ରାଘାତ ହୋଇଥିଲା । ସେହି ଜମିରେ ଚାରି ଜଣ ଯାକ ପଡ଼ିଥିଲେ। ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ସେମାନଙ୍କ ମଧ୍ୟରୁ ପ୍ରଭାକର ସାହୁଙ୍କ ସମେତ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଅନିରୁଦ୍ଧ ବେହେରା ଓ ପ୍ରଶାନ୍ତ ନାୟକ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

ଇଟିଭି ଭାରତ,ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.