ETV Bharat / city

ମାନବ ଚାଲାଣ ସମ୍ପର୍କରେ ଦକ୍ଷିଣାଞ୍ଚଳ ପୋଲିସ ଅଧିକାରୀଙ୍କୁ ପ୍ରଶିକ୍ଷଣ

ଆରମ୍ଭ ହେଲା ଅପରାଧ ରୋକିବା ପାଇଁ ପ୍ରଶିକ୍ଷଣ । ଦକ୍ଷିଣାଞ୍ଚଳ ପୋଲିସ ଅଧିକାରୀଙ୍କୁ ଦିଆଯାଉଛି ତାଲିମ । ଅଧିକ ପଢ଼ନ୍ତୁ

author img

By

Published : Jul 15, 2022, 9:30 AM IST

ମାନବ ଚାଲାଣ ଓ ସାଇବର ଅପରାଧ ସମ୍ପର୍କରେ ଦକ୍ଷିଣାଞ୍ଚଳ ପୋଲିସ ଅଧିକାରୀଙ୍କୁ ପ୍ରଶିକ୍ଷଣ

ବ୍ରହ୍ମପୁର: ମାନବଚାଲାଣ ରୋକିବା ସହ ବର୍ତ୍ତମାନର ସାଇବର ଅପରାଧ ଏବଂ ତାହାକୁ ରୋକିବା ପାଇଁ ପୋଲିସ ବିଭାଗ ପକ୍ଷରୁ କିଭଳି ନିଆଯିବ ପଦକ୍ଷେପ ଏହାକୁ ନେଇ ବ୍ରହ୍ମପୁର ଠାରେ ଦକ୍ଷିଣାଞ୍ଚଳ ପୋଲିସ ଅଧିକାରୀଙ୍କୁ ନେଇ ଦିଆଯାଉଛି ପ୍ରଶିକ୍ଷଣ । ଏହାର ରହିଥିବା ଆଇନ ଓ ନୀତିନିୟମ ବିଷୟରେ ପୋଲିସ ଅଧିକାରୀ ମାନଙ୍କୁ ଦେଶର ପ୍ରମୁଖ ଅଭିଜ୍ଞତା ସମ୍ପୂର୍ଣ୍ଣ ତାଲିମଦାତା ମାନେ ତାଲିମ ପ୍ରଦାନ କରୁଛନ୍ତି ।

ଭୁବନେଶ୍ୱର ପରେ ବ୍ରହ୍ମପୁର ଠାରେ ଦକ୍ଷିଣାଞ୍ଚଳ ପୋଲିସ ବିଭାଗର ଅଧିକାରୀଙ୍କୁ ନେଇ ଏଭଳି ତାଲିମ ପ୍ରଦାନ ପ୍ରଦାନ କରାଯାଉଛି । ରାଜ୍ୟ ପୋଲିସ ବିଭାଗର ମହିଳା ଓ ଶିଶୁ ହିଂସା ନିରୋଧି ଶାଖା, ସିଆଇଡି ଓ ସିବି ଓ କୈଳାସ ସତ୍ୟାର୍ଥୀ ଚିଲଡ୍ରେନ୍ସ ଫାଉଣ୍ଡେସନର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପୋଲିସ ବିଭାଗର ଅତିରିକ୍ତ ଡିଜି ରେଖା ଲୋହାନି, ଦକ୍ଷିଣାଞ୍ଚଳ ପୋଲିସ ଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସ୍.ପି ଡା.ଶ୍ରବଣା ବିବେକ ଏମଙ୍କ ସେମତ ଦକ୍ଷିଣାଞ୍ଚଳ ଆଇଟି ପୋଲିସ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ଏଭଳି ପ୍ରଶିକ୍ଷଣରେ ପୋଲିସ ଅଧିକାରୀମାନେ ମାନବ ଚାଲାଣ ମାମଲାର ତଦନ୍ତ, ଆଇନ, ଦଣ୍ଡବିଧାନ ସହ ସାଇବର ଟ୍ରାଫିଂ ସଂପର୍କରେ ଅନେକ ନୂତନ କୌଶଳ ସହ ବିଭିନ୍ନ ଦିଗ ଉପରେ ସହାୟକ ହେବ ବୋଲି କୁହାଯାଇଛି ।

ବ୍ରହ୍ମପୁର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.