ETV Bharat / city

ଦୁର୍ଘଟଣାକୁ ବିତିଲାଣି ବର୍ଷେ; ଆଖିରୁ ଶୁଖୁନି ଲୁହ, ମନରୁ ଲିଭୁନି କୋହ - berhampur bus tragedy One year complete

ବ୍ରହ୍ମପୁର ଡଙ୍ଗଲପାଡୁ ଗ୍ରାମରୁ ନିର୍ବନ୍ଧ କରିବାକୁ ଯାଉଥିବା ବସ ବିଦ୍ୟୁତ ନିଆଁରେ ଜଳିପୋଡି ଛାରଖାର ହେଇଯାଇଥିବା ସେ ଛାତିଥରା ଘଟଣାକୁ ଆଜି ବର୍ଷେ ପୂରିଛି ।

ଦୁର୍ଘଟଣାକୁ ବିତିଲାଣି ବର୍ଷେ
ଦୁର୍ଘଟଣାକୁ ବିତିଲାଣି ବର୍ଷେ
author img

By

Published : Feb 9, 2021, 7:04 AM IST

ବ୍ରହ୍ମପୁର: ୨୦୨୦ ମସିହା ଫେବୃଆରୀ ୯ ତାରିଖ। ବ୍ରହ୍ମପୁର ଡଙ୍ଗଲପାଡୁ ଗ୍ରାମରୁ ନିର୍ବନ୍ଧ ପାଇଁ ଯାଉଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଯାଇଥିଲା ବସ । ଗାଁ ଠାରୁ ମାତ୍ର କିଛି ଦୂର ଅତିକ୍ରମ କରିବା ପରେ ମେଣ୍ଢରାଜପୁର ଛକ ନିକଟରେ ଘଟିଥିଲା ଏହି ଦୁର୍ଘଟଣା । ଏହି ଦୁର୍ଘଟଣାରେ 12 ଜଣଙ୍କ ମୃତ୍ୟୁ ହୋଇଥିବାଳେ 15 ଜଣ ଗୁରୁତର ହୋଇଥିଲେ। ମୃତ୍ୟୁର ତାଣ୍ଡବକୁ ପୂରିବାକୁ ବସିଲାଣି ଏକ ବର୍ଷ ।

ଦୁର୍ଘଟଣାକୁ ବିତିଲାଣି ବର୍ଷେ

ହେଲେ ଏବେ ବି ଗ୍ରାମବାସୀଙ୍କ ମନରେ ସେହି ସମସ୍ତ ବିଷୟ ଜୀବନ୍ତ ହୋଇରହିଛି । ସେହିଦିନ ସତେ ଯେପରି ଗ୍ରାମକୁ କଳାବାଦଲ ଘୋଟି ଆସିଲା ଭଳି ମୃତ୍ୟୁର ତାଣ୍ଡବ ଯେତିକି ଭୟଙ୍କର ରହିଥିଲା ତା ଠାରୁ ଅଧିକ ଭୟଙ୍କର ହୋଇପଡିଥିଲା ବିଦ୍ୟୁତ ଆଘାତରେ ଏହି ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିବିଶେଷଙ୍କ ଶରୀରର କଷ୍ଟ।

ଡଙ୍ଗଲପାଡୁର ସେହି ଦୁର୍ଘଟଣାରେ ଅନେକ ପରିବାରର ଏବଂ ସଂପର୍କୀୟଙ୍କୁ ଦେଇଛି ଦୁଃଖ । ଗ୍ରାମର ବହୁ ପରିବାରଙ୍କ ଆଖିରୁ ଝରୁଛି ଲୁହ ଏବଂ ମନରୁ ଲୁଭୁନି କୋହ । କିଏ ନିଜର ପରିବାରର ଆତ୍ମୀୟଙ୍କୁ ପରିପୋଷଣ କରୁଥିବା ମୁଖ୍ୟଙ୍କୁ ହରାଇଛି ଆଉ କିଏ ନିଜର ସନ୍ତାନକୁ ।

ଏହାରି ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ଚାରି ଲକ୍ଷ ଏବଂ ଆହାତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ରେଡକ୍ରସରୁ ସହାୟତା ଯୋଗାଇ ଦିଆଯାଇଛି । ହେଲେ ଗୁରୁତର ହୋଇ ଫେରିଥିବା ଅନେକ ପରିବାର ଅବସ୍ଥା ଏବେ ନକହିବା ଭଲ । ଏଣୁ ସରକାରଙ୍କ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.