ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର(Berhampur University) ପ୍ରଥମ ମହିଳା କୂଳପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ପ୍ରଫେସର ଗୀତାଞ୍ଜଳୀ ଦାଶ । ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୂଳାଧିପତି ପ୍ରଫେସର ଗଣେଶୀ ଲାଲ ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କୁ ଚୟନ କରିବା ପରେ ସେ ବିଶ୍ବବିଦ୍ୟାଳୟରେ ପହଞ୍ଚି ନିଜର ଦାୟିତ୍ବ ଗ୍ରହଣ କରିଛନ୍ତି ।
ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଫେସର ଦାଶଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ବାଗତ କରାଯାଇଥିବା ବେଳେ ସେ ନିଜର ପ୍ରତିକ୍ରିୟାରେ ଭିଜନ ଅନେକ ରହିଥିବା ବେଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ଆହୁରି ଆଗକୁ ବୃଦ୍ଧି କରିବା ସହିତ ବିଶ୍ବବିଦ୍ୟାଳୟର ଶିକ୍ଷା ଓ ବୌଦ୍ଧିକ ପରିବେଶକୁ ଆହୁରି ସମୃଦ୍ଧ କରିବା, ବିଦ୍ୟାର୍ଥୀଙ୍କ ସାମଗ୍ରିକ ବିକାଶକୁ ଆଖି ଆଗରେ ରଖି କାର୍ଯ୍ୟ କରିବେ । ଏହା ସହିତ ବିଶ୍ବବିଦ୍ୟାଳୟକୁ NAAC ଟିମ୍ ଖୁବଶ୍ରୀଘ୍ର ପରିଦର୍ଶନରେ ଆସିବାକୁ ଯାଉଛନ୍ତି ।
ଏଥିଲାଗି ଅଧିକ ପ୍ରସ୍ତୁତ କରିବା ସହିତ ସମସ୍ତଙ୍କ ସହଯୋଗ କରିବା, ବିଶ୍ବବିଦ୍ୟାଳୟ ଅଧୀନରେ ରହିଥିବା ଅନେକ ମହାବିଦ୍ୟାଳୟ ମାନଙ୍କର ସୁବିଧା ଓ ଅସୁବିଧା ବୁଝିବା କାର୍ଯ୍ୟକୁ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ନୂତନ କୂଳପତି(Vice Chancellor) । ଏପରିକି ପରୀକ୍ଷା ସହିତ ଏହାର ଫଳ ପ୍ରକାଶ ପାଇବ ଏବଂ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଅଧିକ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି । ସେପଟେ ବିଦ୍ୟାର୍ଥୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ମଧ୍ୟରେ ସମସ୍ତଙ୍କ ସହଯୋଗ ଓ ସହାୟତା ମିଳିଲେ ହିଁ ବିଶ୍ବବିଦ୍ୟାଳୟ ଆଗକୁ ବଢିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ