ବ୍ରହ୍ମପୁର: କୁହୁଡି ହେଲା କାଳ । ରାସ୍ତା ମଝିରେ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ଛତ୍ରପୁର ନିକଟବର୍ତ୍ତୀ ଟାମ୍ପରା ହ୍ରଦ ନିକଟରେ ଟ୍ୟାଙ୍କରଟି ଓଲଟି ପଡିଛି । ବିଶାଖାପାଟଣାରୁ ଜଟଣୀ ଯାଉଥିବା ସମୟରେ ଘଟିଛି ଏହି ଦୁର୍ଘଟଣା । ସେପଟେ ଟ୍ୟାଙ୍କରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଗ୍ୟାସ ଲିକ୍ ହେଉଥିବା ସନ୍ଦେହ । ଖବର ପାଇ ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି।
ଘଟଣାସ୍ଥଳରେ ଦମକଳ ଗାଡି ପହଞ୍ଚିଛି । ଏହାସହ ଅଗ୍ନିଶମ ବାହିନୀ ଓ ପ୍ରଶାସନ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଜନସାଧାରଣଙ୍କୁ ସାବଧାନତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଘଟଣା ସ୍ଥଳକୁ ଏହାର ବିଶେଷଜ୍ଞ ଟିମ୍ ଆସିଲେ ଗ୍ୟାସ ଲିକ୍ ହେଉଛି କି ନାହିଁ ତାହା ଜଣାପଡିବ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ