ବ୍ରହ୍ମପୁର: ସାରା ବିଶ୍ୱରେ କୋଭିଡର ତୃତୀୟ ଲହରକୁ ନେଇ ଚିନ୍ତା । ଏଭଳି ସମୟରେ ଆମ ଦେଶଠାରୁ ଆରମ୍ଭ କରି ରାଜ୍ୟ ତଥା ଜିଲ୍ଲାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବାବେଳେ ଏଭଳି ସମୟରେ ସମସ୍ତେ ପୁଣିଥରେ ମାସ୍କ ପରିଧାନ କରିବା ସହିତ କୋଭିଡ ଟିକା ନେଇ ଏହାର ସଂକ୍ରମଣକୁ ରୋକିବା ପାଇଁ ବାଲୁକାକଳା ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଛନ୍ତି ବ୍ରହ୍ମପୁରର ଯୁବ ବାଲୁକାଶିଳ୍ପୀ ସତ୍ୟ ମହାରଣା ।
ସତ୍ୟ ଗୋପାଳପୁର ବେଳାଭୂମି ଠାରେ ନିଜର ବାଲୁକାକଳା ମାଧ୍ୟମରେ ସମସ୍ତେ ମାସ୍କ ପରିଧାନ କରିବାକୁ ନେଇ ସଚେତନତା କରିଥିବା ଦେଖିବାକୁ ମିଳିଛି । ଜନସାଧାରଣଙ୍କୁ ସଚେତନ କରି କୋଭିଡ ସଂକ୍ରମଣ ଠାରୁ ଦୂରେଇ ରହିବା ଉପରେ ଅତି ସୁନ୍ଦର ଭାବରେ ନିଜର ବାଲୁକା କଳା ପ୍ରଦର୍ଶନ କରିଥିବାବେଳେ ତାହାକୁ ଦେଖି ପର୍ଯ୍ୟଟକମାନେ ଉତ୍ସାହିତ ହୋଇ ଅନେକ ପ୍ରଶଂସା କରିଛନ୍ତି । ଏନେଇ କ’ଣ କହୁଛନ୍ତି ବାଲୁକାଶିଳ୍ପୀ ସତ୍ୟ ମହାରଣା ଆସନ୍ତୁ ଶୁଣିବା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ