ETV Bharat / city

ପାଇପ୍ ଯୋଗେଁ ସ୍ବଚ୍ଛ ଜଳ ଯୋଗାଣ କାର୍ଯ୍ୟର କ୍ଲଷ୍ଟର ସ୍ତରୀୟ ସମୀକ୍ଷା

ତିନି ଜିଲ୍ଲାରେ ଜଳ ଯୋଗାଣ ନେଇ ଛତ୍ରପୁରରେ ଗୃହ ଓ ସହର ଉନ୍ନୟନ ବିଭାଗୀୟ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ଗଞ୍ଜାମରେ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ
ଗଞ୍ଜାମରେ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ
author img

By

Published : Aug 20, 2022, 6:57 PM IST

ବ୍ରହ୍ମପୁର: ସହରାଞ୍ଚଳରେ 5T ଅଧିନରେ ପ୍ରତ୍ୟେକ ଗୃହକୁ ପାଇପ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ କରାଯାଉଛି । ଗଞ୍ଜାମ ,ଗଜପତି ଓ କନ୍ଧମାଳ ଜିଲ୍ଲାରେ ଜଳ ଯୋଗାଣ ନେଇ ଗୃହ ଓ ସହର ଉନ୍ନୟନ ବିଭାଗୀୟ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ ଛତ୍ରପୁରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥି ଭାଥାନନ୍ ଯୋଗ ଦେଇ ବର୍ତ୍ତମାନ ଜଳ ଯୋଗାଣ କ୍ଷେତ୍ରରେ ଅନେକ ସୁଧାର ଆସିଥିବା ମତ ରଖିଥିଲେ ।

ଗଞ୍ଜାମରେ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ
ଗଞ୍ଜାମରେ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ''ସହରାଞ୍ଚଳ ବିକାଶ କ୍ଷେତ୍ରରେ ପୂର୍ବରୁ ଯେଉଁ ସ୍ଥିତି ରହିଥିଲା ସେଥିରେ ଅନେକ ପରିବର୍ତ୍ତନ ଆସିଛି । ଗତ ୨୦୧୫-୧୬ ମସିହା ବେଳକୁ ଜଳ ଯୋଗାଣ କ୍ଷେତ୍ରରେ ଏକ ଆହ୍ବାନ ରହିଥିଲା । ଯାହାକୁ ନେଇ ବିଧାନସଭାରେ ହଟ୍ଟଗୋଳ ମଧ ହେଉଥିଲା । ଅନେକ ମାମଲା କୋର୍ଟରେ ବିଚାର ହେଉଥିଲା । ଏଭଳି ଅନେକ ସମସ୍ୟା ମଧ୍ୟରେ ଜନସାଧାରଣ ଜଳ ନ ପାଇ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରୁଥିଲେ । ବର୍ତ୍ତମାନ କିନ୍ତୁ ଜଳ ଯୋଗାଣ କ୍ଷେତ୍ରରେ ଅନେକ ସୁଧାର ଆସିଥିବା କହିଥିଲେ ପ୍ରମୁଖ ଶାସନ ସଚିବ ।''

ଗଞ୍ଜାମରେ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ
ଗଞ୍ଜାମରେ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ

ସେହିପରି ବର୍ତ୍ତମାନ ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଗୃହକୁ ଶତ ପ୍ରତିଶତ ପାଇପ୍ ଖଞ୍ଜାଯାଇ ଜଳ ଯୋଗାଣ ହୋଇପାରୁଛି । ବର୍ତ୍ତମାନ ସ୍ଥିତିରେ ଏହାର ସଠିକ୍ ପରିଚାଳନା ନିମନ୍ତେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ପ୍ରତ୍ୟେକ ଘରକୁ ନିୟମିତ ଦୁଇ ଘଣ୍ଟା ଲେଖାଏଁ ସ୍ଥିର କରାଯାଇଥିବା ସମୟ ନିର୍ଘଣ୍ଟ ଅନୁଯାୟୀ ଜଳଯୋଗାଣ ହେବା ଆବଶ୍ୟକ । ତେବେ ଲୋକେ ସଚେତନ ହେବେ ସେହି ନିର୍ଦ୍ଧାରିତ ସମୟରେ ଜଳ ସକାଶେ ନିଜ ଘରେ ରହିଥିବା ଟ୍ୟାପ୍ ଖୋଲି ଜଳ ସଂଗ୍ରହ କରିବେ ଏବଂ ଟ୍ୟାପ ବନ୍ଦ କରିବେ । ଯଦ୍ବାରା ଜଳ ପରିଚାଳନା ଦିଗରେ ଶୃଙ୍ଖଳା ରହିବ । ସମସ୍ତ ପରିଚାଳନା କାର୍ଯ୍ୟ ମିଶନ୍ ଶକ୍ତି ଦ୍ବାରା କରାଯିବ ।

ଓ୍ବାଟକୋ ଏବଂ ଜନସ୍ବାସ୍ଥ୍ୟ ବିଭାଗ ଦ୍ବାରା ସହରାଞ୍ଚଳର ସମସ୍ତ ଘରକୁ ପାଇପ୍ ସଂଯୋଗ ହୋଇଛି । ଜଳ ଯୋଗାଣ ସକାଶେ ସରକାରଙ୍କ ଠାରୁ ଆସିଥିବା ଅନୁଦାନ କେବଳ ଜଳଯୋଗାଣ ସକାଶେ ସେବା ଯୋଗାଉଥିବା ସଂସ୍ଥା ଓ୍ବାଟକୋ ଏବଂ ପିଏଚ୍ଇଡି ଙ୍କୁ ପ୍ରଦାନ କରିବାକୁ ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟକାରୀ ହେଉଥିବା ମଳ ଉପଚାର ପ୍ଲାଣ୍ଟର ଏବଂ ଏହା ଦ୍ବାରା ପରିମଳ ବ୍ୟବସ୍ଥାର ସୁଧାରିକରଣ ଦିଗରେ ବିସ୍ତୃତ ଆଲୋଚନା କରାଯାଇଛି ।

ଗଞ୍ଜାମରେ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ
ଗଞ୍ଜାମରେ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ

ବୈଠକରେ ଶୌଚାଳୟ ବ୍ୟବହାରକୁ ନେଇ ଆଲୋଚନା ହୋଇଥିଲା । ଶୌଚାଳୟ ସକାଶେ କୌଣସି ଅର୍ଥ ଆଦାୟ କରାଯିବ ନାହିଁ, ଏନେଇ ଗତ ଦୁଇ ବର୍ଷ ତଳୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେଣୁ ଏହାକୁ ଅନୁପାଳନ କରିବାକୁ କୁହାଯାଇଛି । ରାସ୍ତା ପାର୍ଶ୍ବରେ ଆବର୍ଜନା ଯେପରି ରହିବ ନାହିଁ, ଏହାକୁ ଦୃଷ୍ଟିରେ ରଖି ସଠିକ ପରିଚାଳନା କରିବାକୁ କୁହାଯାଇଛି । ପ୍ରତ୍ୟେକ ଗୃହରୁ ଆବର୍ଜନା ସଂଗ୍ରହ ପ୍ରକ୍ରିୟାର ସଠିକ୍ ପରିଚାଳନା ହୋଇପାରିଲେ ରାସ୍ତାରେ ମଇଳା ପଡିବ ନାହିଁ । ଏଣୁ ତାହାର ସଠିକ ପରିଚାଳନା କ୍ଷେତ୍ରରେ ପଦକ୍ଷେପ ଜାରି ରଖିବାକୁ କୁହାଯାଇଛି ।

ଗଞ୍ଜାମରେ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ
ଗଞ୍ଜାମରେ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ

ପରିମଳ ବ୍ୟବସ୍ଥାର ସୁପରିଚାଳନା ଓ ମୋ ଖତ କାର୍ଯ୍ୟକୁ ବ୍ୟାପକ କରିବାକୁ କୁହାଯାଇଛି । ଏଥିସହ ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କରିଥିଲେ ପୌରାଞ୍ଚଳ ପ୍ରଶାସକ ଏବଂ ଜାଗା ମିଶନର ମିଶନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ । ଏପରିକି ପ୍ରଦାନ କରାଯାଉଥିବା ଅନୁଦାନ ଗୁଡିକ ସଠିକ ବିନିଯୋଗ କରିବାକୁ ପରାମର୍ଶ ଦେଇ ବିନିଯୋଗ ପତ୍ର ଅବିଳମ୍ବେ ପ୍ରେରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ବୈଠକରେ ଜାଗା ମିଶନ ବିଶ୍ଵସ୍ତରରେ ଓଡିଶା ସୁନାମ ଆଣିଥିବା ପ୍ରକାଶ କରିବା ସହ କୋଭିଡ୍ ସମୟରେ ମୁକ୍ତା ଯୋଜନାର ସଫଳତା ଏବଂ ସ୍ୱାସ୍ଥ୍ୟ ପରିମଳ ବ୍ୟବସ୍ଥାର ଉପଯୁକ୍ତ ପ୍ରଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ । ବୈଠକରେ ଗଜପତି ଜିଲ୍ଲା ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତିୱାସନ, ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ.ସୋନାଲ, ଜାଗା ମିଶନ ଅତିରିକ୍ତ ସଚିବ ସୁରେନ୍ଦ୍ର କୁମାର ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.