ETV Bharat / city

ମମିତାଙ୍କୁ ନ୍ୟାୟ ଦାବି, ବ୍ରହ୍ମପୁରରେ ପୋଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି - ବ୍ରହ୍ମପୁରରେ ବିଜେପିର ପ୍ରତିବାଦ

ମମିତା ମେହେର ହତ୍ୟାକାଣ୍ଡ । ମମିତାଙ୍କୁ ନ୍ୟାୟ ଦାବିରେ ଗଞ୍ଜାମ ବ୍ରହ୍ମପୁରରେ ବିଜେପି ଅଣ୍ଡା ଓ ଟମାଟୋ ମାଡ଼ କରି ପ୍ରତିବାଦ କରିଛି । ଅଧିକ ପଢନ୍ତୁ...

ମମିତା ହତ୍ୟାକାଣ୍ଡ: ନ୍ୟାୟ ଦାବିରେ ବ୍ରହ୍ମପୁରରେ ବିଜେପିର ପ୍ରତିବାଦ

author img

By

Published : Oct 29, 2021, 4:51 PM IST

Updated : Oct 29, 2021, 4:58 PM IST

ବ୍ରହ୍ମପୁର: କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ମମିତାଙ୍କୁ ନ୍ୟାୟ ଦେବା ଦାବିରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ବିଜେପି ପକ୍ଷରୁ କରାଯାଇଛି ପ୍ରତିବାଦ । ଦଳୀୟ କର୍ମୀମାନେ ପୋଲିସ ଉପରକୁ ବହୁ ମାତ୍ରାରେ ଅଣ୍ଡା ଓ ଟମାଟୋ ମାଡ କରିଥିବା ଦେଖିବାକୁ ମିଳିଛି ।

ମମିତାଙ୍କୁ ନ୍ୟାୟ ଦାବି, ବ୍ରହ୍ମପୁରରେ ପୋଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି

ତେବେ ଆନ୍ଦୋଳନକାରୀଙ୍କ ଏହି ଆକ୍ରମଣରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ମମିତାଙ୍କୁ ନ୍ୟାୟ ସହିତ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସାରା ରାଜ୍ୟରେ SPଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହାରି କ୍ରମରେ ଜିଲ୍ଲା ବିଜେପିର କର୍ମକର୍ତ୍ତାମାନେ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।

ବ୍ରହ୍ମପୁରରେ ପୋଲିସ କର୍ମଚାରୀଙ୍କ ଉପରେ ବିଜେପିର ଅଣ୍ଡାମାଡ଼

ଏହାପରେ ଉତ୍ତ୍ୟକ୍ତ ବିଜେପି କର୍ମୀମାନେ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ କରିବା ସହିତ ସେଠାରେ ରହିଥିବା ପୋଲିସ ବ୍ୟାରିକେଡକୁ ଫୋପାଡିବା ସହିତ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ । ଏଥିରେ କେତେକ ପୋଲିସ ଅଧିକାରୀ ଆହତ ହୋଇଥିବା ବେଳେ ଏଥିରେ ଜଣେ କ୍ୟାମେରା ପର୍ସନ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ସେପଟେ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Oct 29, 2021, 4:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.