ବାଲେଶ୍ଵର: ଧିରେ ଧିରେ ବଢିବାକୁ ଲାଗିଛି ବାତ୍ୟା ଅମ୍ଫାନର କମ୍ପନ । ମହାବାତ୍ୟାର ରୂପ ନେଇଥିବା ଅମ୍ଫାନ ଏବେ ବାଲେଶ୍ବରରେ ପହଞ୍ଚିସାରିଛି। ସକାଳ ଠାରୁ ବର୍ଷା ପବନ ଲାଗି ରହିଥିବା ବେଳେ ଏବେ ପବନର ବେଗ ଅଧିକ ରହିଛି।
ଅମ୍ଫାନ ପ୍ରଭାବରେ ବାଲେଶ୍ବରରେ ଘଣ୍ଟା ପ୍ରତି ପବନର ବେଗ 90ରୁ 100 କିମି ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ତେବେ ଜିଲ୍ଲାରେ ଅପରାହ୍ନ 3ଟା ଯାଏଁ ଅମ୍ଫାନର ପ୍ରଭାବ ରହିବା ନେଇ ସୂଚନା ମିଳିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ