ETV Bharat / business

T20 କ୍ରିକେଟ ଭଳି ପ୍ରସ୍ତୁତ କରନ୍ତୁ ନିବେଶ ପ୍ଲାନ୍‌ - T20 କ୍ରିକେଟ ଭଳି ପ୍ରସ୍ତୁତ କରନ୍ତୁ ନିବେଶ ପ୍ଲାନ

T20 କ୍ରିକେଟ ମ୍ୟାଚ ଆମକୁ ଆର୍ଥିକ ଶିକ୍ଷା ଦିଏ । ଯେପରି ଟିମରେ ଭଲ ବ୍ୟାଟ୍ସମ୍ୟାନ ଓ ବୋଲର ଜରୁରୀ, ଠିକ୍ ସେହିଭଳି ଲକ୍ଷ୍ୟ ହାସଲ ପାଇଁ ଭିନ୍ନ ଭିନ୍ନ ଉତ୍ତମ ନିବେଶ ପ୍ଲାନ ଜରୁରୀ । ଅଧିକ ପଢନ୍ତୁ

T20 କ୍ରିକେଟ ଭଳି ପ୍ରସ୍ତୁତ କରନ୍ତୁ ନିବେଶ ପ୍ଲାନ

author img

By

Published : Oct 30, 2022, 2:24 PM IST

ହାଇଦ୍ରାବାଦ: ଆମେ ଯେତେବେଳେ TVରେ T20 କ୍ରିକେଟ ଦେଖୁ, ସେହି ମ୍ୟାଚ୍ ଖେଳିବା ଆମକୁ ଖୁବ୍ ସହଜ ଲାଗେ । ମାତ୍ର ବାସ୍ତବରେ ମ୍ୟାଚ୍ ପାଇଁ ଆତ୍ମବିଶ୍ବାସ ଓ ସଠିକ୍ ନିଷ୍ପତ୍ତି ସହ ଉପସ୍ଥିତ ବୁଦ୍ଧି ଆବଶ୍ୟକ ହୁଏ । ଉଭୟ ଶକ୍ତିଶାଳୀ ବୋଲିଂ ଓ ବ୍ୟାଟିଂ ବିଭାଗର ସମନ୍ବୟ ହିଁ ମ୍ୟାଚ୍ ଜିତାଇଥାଏ । ଅନୁରୂପ ଭାବେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସକାଶେ ଉପଯୁକ୍ତ ଆର୍ଥିକ ଯୋଜନା ସହ ନିବେଶ ପ୍ଲାନଗୁଡିକ ମଧ୍ୟରେ ଏକ ମଜବୁତ ସମନ୍ବୟ ରଖିପାରିଲେ ଲକ୍ଷ୍ୟ ହାସଲ ସହଜ ହୁଏ । କ୍ରିକେଟ ଭଳି ନିବେଶ ପୋର୍ଟଫୋଲିଓରୁ ଅଧିକ ସ୍କୋର ପାଇବା ପାଇଁ ଠୋସ୍ ଯୋଜନା ଓ ରଣନୀତି ଆବଶ୍ୟକ ।

ଗୋଟିଏ ଟିମ୍‌ର ସମସ୍ତ ୧୧ ଖେଳାଳି ଶକ୍ତିଶାଳୀ ଥିଲେ ମ୍ୟାଚରେ ଜିତିବା ସମ୍ଭାବନା ଅଧିକ ଥାଏ । ହେଲେ ଯଦି ଗୋଟିଏ କ୍ରିକେଟ ଟିମର ସମସ୍ତ ଖେଳାଳି କେବଳ ଭଲ ବ୍ୟାଟ୍ସମ୍ୟାନ କିମ୍ବା ବୋଲର୍ ହୋଇଥାନ୍ତି ତେବେ ଜିତିବା ସମ୍ଭାବନା କମ୍ । ବିଜୟ ପାଇଁ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ସନ୍ତୁଳନ ରହିବା ଆବଶ୍ୟକ । ଅର୍ଥାତ୍ ଟିମରେ ଭଲ ବ୍ୟାଟ୍ସମ୍ୟାନ ଯେତିକି ଜରୁରୀ ଉତ୍ତମ ବୋଲର ରହିବା ସେତିକି ଜରୁରୀ । ଏହିଭଳି ଯେତେବେଳେ ନିଜର କଷ୍ଟ ଉପାର୍ଜିତ ଆୟ ନିବେଶ କରୁଛନ୍ତି ସେହି ସମୟରେ କେବଳ ଗୋଟିଏ ପ୍ରକାର ନିବେଶ ପ୍ଲାନ ଚୟନ ନକରି ବିଭିନ୍ନ ବିକଳ୍ପ ବାଛନ୍ତୁ ।

କେବଳ ଜଣେ ବ୍ୟାଟ୍ସମ୍ୟାନ ଉପରେ ଭରସା କରିବା ବୁଦ୍ଧିମାନର କାମ ନୁହେଁ । ଠିକ୍ ସେହିପରି କେବଳ ଗୋଟିଏ ନିବେଶ ଯୋଜନା ଉପରେ ନିର୍ଭର କରନ୍ତୁ ନାହିଁ ବରଂ କମ୍ପାନୀ ଶେୟାର, ଟର୍ମ ବଣ୍ଡ, ଇକ୍ବିଟି ଫଣ୍ଡ, ଡିପୋଜିଟ, ସୁନା ଇତ୍ୟାଦି ବିବିଧ ନିବେଶ ଯୋଜନାରେ ଟଙ୍କା ଲଗାନ୍ତୁ । ଯେପରି ମଇଦାନରେ ରହିବା ପାଇଁ ୱିକେଟ ରକ୍ଷା କରିବା ଏକ ଗୁରୁତ୍ବପୂର୍ଣ୍ଣ ରଣନୀତି, ମାତ୍ର ଅତି ରକ୍ଷଣଶୀଳ ରଣନୀତି ପ୍ରତିକୂଳ ସାବ୍ୟସ୍ତ ହୋଇପାରେ । ଉଚ୍ଚ ମୁଦ୍ରାସ୍ଫୀତି ସ୍ଥିତିରେ ଡିପୋଜିଟ ଏବଂ ସଞ୍ଚୟରେ ଅତ୍ୟଧିକ ବିନିଯୋଗ ଉଚିତ୍ ରିଟର୍ଣ୍ଣ ପ୍ରଦାନ କରିନଥାଏ ।

୨୦ ଓଭର କ୍ରିକେଟ ମ୍ୟାଚରେ ପାୱର ପ୍ଲେ ଓଭର ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ । ଏଥିରେ ଚୌକା ଓ ଛକାର ସୁଯୋଗ ଅଧିକ ମିଳେ । ନିବେଶ ସମୟରେ ଆମକୁ ଏହିଭଳି ସୁଯୋଗ ମିଳେ । ବଜାରରେ ପତନ ସମୟରେ ଭଲ ଶେୟାର ଆମେ ହାତରେ ଲାଗିପାରେ । ଏହାକୁ ହାତଛଡା କରିବା ଅନୁଚିତ୍ । ରନ୍ ଭଳି ନିବେଶ ମଧ୍ୟ ବ୍ୟବସ୍ଥିତ ଢଙ୍ଗରେ କରିବା ଉଚିତ୍ ।

ଏହାମଧ୍ୟ ପଢନ୍ତୁ: ସାବଧାନ ! ସହଜ ଲୋନ୍‌ ଓ କ୍ରେଡିଟ କାର୍ଡର ଋଣ ଜାଲରେ ନ ପଡନ୍ତୁ

T20 ମ୍ୟାଚ ପ୍ରଥମ ଓଭରରେ ଅଧିକରୁ ଅଧିକ ରନ୍ କରିବା ଅତ୍ୟନ୍ତ ଜୁରରୀ । ଠିକ୍ ସେହିଭଳି ଆୟ ମିଳିବା ପରେ ଯଥାସମ୍ଭବ ରାଶି ନିବେଶ କରିବା ଉଚିତ୍ । ଗୋଟିଏ ଖରାପ ଓଭର ପୁରା ମ୍ୟାଚକୁ ଓଲଟପାଲଟ କରିପାରେ । ଅନୁରୂପ ଭାବେ ଗୋଟିଏ ଖରାପ ପଲିସି ପୁରା ନିବେଶ ପୋର୍ଟଫୋଲିଓକୁ ପ୍ରଭାବିତ କରିପାରେ । ଏହା ଆପଣଙ୍କ ସାମଗ୍ରିକ ରିଟର୍ଣ୍ଣ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଖେଳ ମଝିରେ ଅନେକ ଥର ଧ୍ୟାନ ଭଙ୍ଗ ହୋଇଥାଏ । କିନ୍ତୁ କ୍ରିକେଟରକୁ ନିଜର ଫୋକସ ମଜବୁତ କରିବା ଆବଶ୍ୟକ । ସେହିପରି ନିବେଶକ ନିଜର ଆର୍ଥିକ ଲକ୍ଷ୍ୟସ୍ଥଳ ଦିଗରେ ସମାନ ଫୋକସ୍ ରଖିବା ଦରକାର ।

ଯେତେବେଳେ ଲକ୍ଷ୍ୟସ୍ଥଳ ନିକଟତର ହୁଏ, ସେହି ସମୟରେ ଅତି ସାବଧାନତାର ସହ ଖେଳିବା ଉଚିତ୍ । ଥରେ ଆମକୁ ଆଶାତୀତ ରିଟର୍ଣ୍ଣ ମିଳିଗଲେ, ନିଜର ଫଣ୍ଡକୁ ବିପଦପୂର୍ଣ୍ଣ ଯୋଜନାରୁ ସୁରକ୍ଷିତ ଯୋଜନାଗୁଡିକୁ ସ୍ଥାନାନ୍ତରିତ କରିବା ଆବଶ୍ୟକ । ଆର୍ଥିକ ଏକ୍ସପର୍ଟ କ୍ରିକେଟ ଟିମ୍‌ର କୋଚ ସଦୃଶ ଅଟନ୍ତି । ସଫଳତା ହାସଲ କରିବାରେ ସେମାନଙ୍କ ଭୂମିକା ମହତ୍ତ୍ବପୂର୍ଣ୍ଣ । ଯଦିଓ ୧୧ ଜଣ ସଦସ୍ୟ ମ୍ୟାଚ୍ ଖେଳିଥାନ୍ତି, କିନ୍ତୁ ଅନ୍ୟ ଚାରି ଜଣ ଷ୍ଟାଣ୍ଡବାଏ ରହିଥାନ୍ତି । ଠିକ୍ ସେହିପରି ନିବେଶ ଯୋଜନା ଚୟନ କରିବା ସହିତ ଆମକୁ ନିଜ ପାଖରେ ୬ ମାସରୁ ୧ ବର୍ଷର ଆବଶ୍ୟକତା ପୂରଣ କରୁଥିବା ଭଳି ଯଥେଷ୍ଟ ଅର୍ଥ ରଖିବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.