ETV Bharat / business

ହିଣ୍ଡନବର୍ଗ ପ୍ରଭାବରେ ଧରାଶାୟୀ ଆଦାନୀ ଗ୍ରୁପ, ୫୦ ହଜାର କୋଟି କ୍ଷତି ସହିଲାଣି LIC

author img

By

Published : Feb 25, 2023, 1:13 PM IST

ଆଦାନୀ ଗ୍ରୁପରେ ନିବେଶ କରିବା ଏଲଆଇସିକୁ ପଡିଲା ମହଙ୍ଗା । ୫୦ ଦିନରେ ୫୦ ହଜାର କୋଟି କ୍ଷତି ସହିଲାଣି ବୀମା କମ୍ପାନୀ । ଅଧିକ ପଢନ୍ତୁ

୫୦ ହଜାର କୋଟି କ୍ଷତି ସହିଲାଣି LIC
୫୦ ହଜାର କୋଟି କ୍ଷତି ସହିଲାଣି LIC

ନୂଆଦିଲ୍ଲୀ: ଆମେରିକୀୟ ରିସର୍ଚ୍ଚ ସଂସ୍ଥା ହିଣ୍ଡନବର୍ଗ ରିପୋର୍ଟ ପ୍ରଭାବରେ ଧରାଶାୟୀ ହୋଇପଡିଛି ଆଦାନୀ ଗ୍ରୁପ । ଆଦାନୀ ଗ୍ରୁପ କମ୍ପାନୀଗୁଡିକ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ସହିଥିବାବେଳେ ଏହି କମ୍ପାନୀରେ ନିବେଶ କରିଥିବା ଭାରତୀୟ ଜୀବନ ବୀମା ନିଗମକୁ(LIC) ମଧ୍ୟ ସବୁଠୁ ବଡ କ୍ଷତି ସହିବାକୁ ପଡିଛି । ଆଦାନୀ ଗ୍ରୁପ ସେୟାର ମୂଲ୍ୟରେ ଲାଗାତାର ହ୍ରାସ ଯୋଗୁଁ ଗତ ୫୦ ଦିନରେ ଦେଶର ସବୁଠୁ ବଡ ବୀମା କମ୍ପାନୀ ଏଲଆଇସି ୫୦ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡିଛି । ଏଲଆଇସି ବଡ ଧରଣର କ୍ଷତି ସହିବା ପରେ ଏଥିରେ ପଲିସି ମାଧ୍ୟମରେ ଟଙ୍କା ନିବେଶ କରିଥିବା ବ୍ୟକ୍ତିବିଶେଷ ଆଶଙ୍କାରେ ରହିଛନ୍ତି ।

LIC ଆଦାନୀ ଗ୍ରୁପ ତାଲିକାଭୁକ୍ତ କମ୍ପାନୀରେ ବଡ ନିବେଶ କରିଛି । ରିପୋର୍ଟ ମୁତାବକ, ୨୦୨୨ ଡିସେମ୍ବର ୩୧ ତାରିଖରେ ଏହି ବୀମା କମ୍ପାନୀରେ ନିବେଶ ମୂଲ୍ୟ ୮୨,୯୭୦ କୋଟି ଟଙ୍କା ଥିଲା । ଯାହାକି ଚଳିତ ବର୍ଷ ଫେବୃୟାରୀ ୨୩ ସୁଦ୍ଧା ହ୍ରାସ ପାଇ ୩୩,୨୪୨ କୋଟି ଟଙ୍କାରେ ପହଞ୍ଚିଛି । ଏହାକୁ ବିଚାରକୁ ନେଲେ ଏଲଆଇସି ୫୦ ଦିନର ଅବଧି ମଧ୍ୟରେ ୪୯,୭୨୮ କୋଟି ଟଙ୍କା ହରାଇଛି । ମାସକ ତଳେ ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରତିଦିନ କ୍ଷତିର ପରିମାଣ ବୃଦ୍ଧି ପାଉଛି ।

ବୀମା କମ୍ପାନୀ ଏଲଆଇସି ଆଦାନୀ ଗ୍ରୁପରେ ତାଲିକାଭୁକ୍ତ ଥିବା ପ୍ରାୟ ସବୁ କମ୍ପାନୀରେ ନିବେଶ କରିଛି । ଏହାମଧ୍ୟରେ ଆଦାନୀ ଏଣ୍ଟରପ୍ରାଇଜେସ, ଆଦାନୀ ଗ୍ରୀନ ଏନର୍ଜି, ଆଦାନୀ ପୋର୍ଟ୍ସ, ଆଦାନୀ ଟୋଟାଲ ଗ୍ୟାସ, ଆଦାନୀ ଟ୍ରାନ୍ସମିଶନ, ଅମ୍ବୁଜା ସିମେଣ୍ଟ ଏବଂ ଏସିସି ଅନ୍ତର୍ଭୁକ୍ତ । ଆଦାନୀ କମ୍ପାନୀରେ ଏଲଆଇସି ନିବେଶ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବଜାରରେ ନିବେଶ ମୂଲ୍ୟ ପରିବର୍ତ୍ତିତ ହୋଇଥାଏ । ଶୁକ୍ରବାର ଏଲଆଇସି ସେୟାର ମୂଲ୍ୟରେ ବଡ ଧରଣର ପାଇ ୫୮୫.୭୦ ଟଙ୍କା ସ୍ତରରେ କାରବାର କରିଥିଲା । ତେବେ ଜାନୁୟାରୀ ୩୦ ପରଠାରୁ ଏଲଆଇସି ଆଦାନୀ ଗ୍ରୁପର କୌଣସି ସେୟାର କିଣାବିକା କରିନାହିଁ ।

ପ୍ରକାଶଥାଉ କି, ହିଣ୍ଡନବର୍ଗ ରିପୋର୍ଟରେ ଆଦାନୀ ଗ୍ରୁପ ବିରୁଦ୍ଧରେ କର୍ପୋରେଟ ଜଗତର ସବୁଠୁ ବଡ ଠକେଇ ଅଭିଯୋଗ କରିଛନ୍ତି । ହିଣ୍ଡନବର୍ଗ ଆଦାନୀ ଗ୍ରୁପ ନାଁରେ ଷ୍ଟକ ମୂଲ୍ୟ ହେରଫେର, ଆକାଉଣ୍ଟ ଜାଲିଆତି ଭଳି ସାଂଘାତିକ ଅଭିଯୋଗ କରିଛି । ଆଦାନୀ ଗ୍ରୁପର ୭ଟି ପ୍ରମୁଖ କମ୍ପାନୀର ସେୟାର ଉଚିତ୍ ଭ୍ୟାଲୁଏସନର ୮୫ ପ୍ରତିଶତ ଅଧିକ ଦାମରେ ବିକ୍ରି ହେଉଥିବା ରିପୋର୍ଟରେ କୁହାଯାଇଛି । ଏହି ରିପୋର୍ଟ ଆସିବା ପରେ ପୁରା ଆଦାନୀ ଗ୍ରୁପ ଦୋହଲି ଯାଇଥିବାବେଳେ ବିଶ୍ବର ଶ୍ରେଷ୍ଠ ୨୦ ଧନୀ ତାଲିକାରୁ ଗୌତମ ଆଦାନୀ ବାଦ୍ ପଡିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.