ନୂଆଦିଲ୍ଲୀ: ଘରୋଇ ସେୟାର ବଜାରରେ ଅଭିବୃଦ୍ଧି ଓ କୋଭିଡ-19 ଭ୍ୟାକ୍ସିନ ଆଶାରେ ମଙ୍ଗଳବାର କାରବାର ଆରମ୍ଭରେ ଡଲାର ତୁଳନାରେ ଟଙ୍କାର ମୁଲ୍ୟ 18 ପଇସା ମଜବୁତ ହୋଇଛି । ଫଳରେ ଟଙ୍କାର ବିନିମୟ ମୁଲ୍ୟ 74.73 ରେ ପହଞ୍ଚିଛି ।
ବିଦେଶୀ ମୁଦ୍ରା ବଜାରରେ ଘରୋଇ ମୁଦ୍ରା ଆମେରକୀୟ ଡଲାର ତୁଳନାରେ 74.79 ରେ କାରବାର ଖୋଲିଥିଲା । ପରେ ଟଙ୍କା ଉପରମୁହାଁ ସହ ଡଲାରକୁ ମାତ ଦେଇ 74.73 ରେ ପହଞ୍ଚିଛି । ଯାହାକି ସୋମବାର କାରବାର ବନ୍ଦ ତୁଳନାରେ 18 ପଇସା ସୁଦୃଢ ।
ସୋମବାର ଡଲାର ତୁଳନାରେ ଟଙ୍କା 74.91ରେ କାରବାର ବନ୍ଦ ହୋଇଥିଲା । ବିଦେଶୀ ମୁଦ୍ରା କାରୋବାରୀଙ୍କ କହିବା ଅନୁଯାୟୀ ଘରୋଇ ସେୟାର ବଜାରରେ ସକରାତ୍ମକ ଆରମ୍ଭ , ବିଦେଶୀ ଫଣ୍ଡର ପ୍ରବାହ ଓ କୋଭିଡ-19 ଭ୍ୟାକ୍ସିନ ଆଶାରେ ଟଙ୍କାକୁ ସମର୍ଥନ ମିଳିଛି ।