ETV Bharat / business

ଥମୁନି ତୈଳ ତାତି; ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦାମ୍, ଜାଣନ୍ତୁ କେତେ... - diesel

ଲୋକଙ୍କ କଲବଲ କରୁଛି ପେଟ୍ରୋଲ-ଡିଜେଲ ଦର । ଲଗାତାର ଦ୍ବିତୀୟ ଦିନରେ ପୁଣି ଦାମ୍ ବଢାଇଲେ ତୈଳ କମ୍ପାନୀ । ବିଭିନ୍ନ ସ୍ଥାନରେ ପେଟ୍ରୋଲ ଲିଟର ୧୨୦ ଟଙ୍କା ପାର୍ । ଅଧିକ ପଢନ୍ତୁ...

ଥମୁନାହିଁ ତୈଳ ତାତି; ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦାମ୍, ଜାଣନ୍ତୁ କେତେ...

author img

By

Published : Oct 28, 2021, 8:33 AM IST

ନୂଆଦିଲ୍ଲୀ: ଦେଶରେ କମୁନାହିଁ ତୈଳ ତାତି । ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ପେଟ୍ରୋଲ-ଡିଜେଲ । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବାବେଳେ ଦେଶବ୍ୟାପୀ ତୈଳ ଉପରେ ମହଙ୍ଗା ମାଡ ଜାରି ରହିଛି । ଆଜି ମଧ୍ୟ ପେଟ୍ରୋଲ-ଡିଜେଲ ଲିଟର ପିଛା ୩୫ ପଇସା ଲେଖାଏଁ ବଢାଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ।

ତୈଳ କମ୍ପାନୀ ଚଳିତ ସପ୍ତାହର ପ୍ରଥମ ଦୁଇ ଦିନ ପେଟ୍ରୋଲ-ଡିଜେଲ ଦର ଅପରିବର୍ତ୍ତିତ ରଖିଥିଲେ । ହେଲେ ବୁଧବାର ଠାରୁ ପୁଣି କ୍ରମାଗତ ଦୁଇ ଦିନ ହେଲା ରେଟ୍ ବଢାଇଛନ୍ତି । IOCL ମୁତାବକ, ଆଜି ପେଟ୍ରୋଲ-ଡିଜେଲ ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି ସହ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୦୮.୨୯ ଟଙ୍କା ଏବଂ ଡିଜେଲ ୯୭.୦୨ ଟଙ୍କାକୁ ବୃଦ୍ଧି ପାଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୪.୧୪ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଦାମ୍ ମଧ୍ୟ ବଢି ୧୦୫.୧୨ ଟଙ୍କା ହୋଇଯାଇଛି ।

ସେହିପରି ମଧ୍ୟପ୍ରଦେଶ ସୀମାବର୍ତ୍ତୀ ଅନୂପପୁର ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ଏବେ ୧୨୦ ଟଙ୍କା ପାର୍ କରିଛି । ଡିଜେଲ ମଧ୍ୟ ରେକର୍ଡ ବ୍ରେକ ବୃଦ୍ଧି ସହ ୧୧୦ ଟଙ୍କାରେ ପହଞ୍ଚିଛି । ଅନୂପପୁର ସମେତ ଛତିଶଗଡ ଓ ମହାରାଷ୍ଟ ସୀମାକୁ ଲାଗି ରହିଥିବା ବାଲାଘାଟ ଜିଲ୍ଲାରେ ବି ପେଟ୍ରୋଲ ୧୨୦ ଟଙ୍କା ପାଖାପାଖି ରହିଛି ।

ଦରରେ ଲଗାଣ ବୃଦ୍ଧି ସହ ବର୍ତ୍ତମାନ ଦେଶରେ ପେଟ୍ରୋଲ ଡିଜେଲ ରେଟ୍ ରେକର୍ଡ ସ୍ତରରେ ରହିଛି । ସେପଟେ କିନ୍ତୁ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ତୈଳ ଦରରେ ବୃଦ୍ଧି ଗ୍ରାହକଙ୍କ ପକେଟ ଉପରେ ସିଧାସଳଖ ମାଡ କରୁଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.