ETV Bharat / business

ଜାନୁଆରୀରେ ୭.୨୫% କମିଲା Maruti Suzuki ପାସେଞ୍ଜର ଯାନ ବିକ୍ରି

author img

By

Published : Feb 2, 2022, 8:51 AM IST

କମିଲା Maruti Suzuki ବିକ୍ରି । ଜାନୁଆରୀ ୨୦୨୨ରେ 1,28,924ଟି ପାସେଞ୍ଜର ଯାନ ବିକ୍ରି କରିଛି କମ୍ପାନୀ । ଅଧିକ ପଢନ୍ତୁ

ଜାନୁୟାରୀରେ ୭.୨୫% କମିଲା Maruti Suzuki ବିକ୍ରି

ନୂଆଦିଲ୍ଲୀ: କମିଲା ମାରୁତି ସୁଜୁକି( Maruti Suzuki) ବିକ୍ରି । ଜାନୁଆରୀରେ ଭାରତର ସର୍ବବୃହତ୍ କାର ଉତ୍ପାଦନକାରୀ କମ୍ପାନୀ ମାରୁତି ସୁଜୁକିର ବିକ୍ରି ହ୍ରାସ ପାଇଛି । ଗତମାସରେ ମୋଟ 1,28,924ଟି ପାସେଞ୍ଜର ଯାନ ବିକ୍ରି କରାଯାଇଛି । ୨୦୨୧ ବର୍ଷର ସମାନ ସମୟରେ 1,39,002 ଯାନ ବିକ୍ରି କରିଥିଲା କମ୍ପାନୀ । ପାସେଞ୍ଜର ଯାନର ଘରୋଇ ବିକ୍ରିରେ ବର୍ଷକରେ 7.25 ପ୍ରତିଶତ ହ୍ରାସ ରେକର୍ଡ ହୋଇଥିବା ମଙ୍ଗଳବାର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତ ବର୍ଷ ଜାନୁଆରୀରେ କମ୍ପାନୀର ସାମଗ୍ରିକ ବିକ୍ରୟ 1,54,379 ୟୁନିଟ୍ ରହିଛି । ଯେଉଁଥିରେ ବାର୍ଷିକ ଅନୁପାତରେ ୩.୯୬ ପ୍ରତିଶତ ହ୍ରାସ ରେକର୍ଡ ହୋଇଛି । ସାମଗ୍ରିକ ବିକ୍ରୟ ମଧ୍ୟରେ 1,32,461ଟି ଘରୋଇ ବିକ୍ରି(passenger vehicle + light commercial vehicle), 3,981 ୟୁନିଟ୍ OEM ଏବଂ 17,937ଟି ରପ୍ତାନୀ କରାଯାଇଛି । ଜାନୁଆରୀ ୨୦୨୧ରେ କମ୍ପାନୀ ମୋଟାମୋଟି ଭାବେ 160,752 ୟୁନିଟ୍ ବିକ୍ରି କରିପାରିଥିଲା ।

କମ୍ପାନୀ ଅନୁଯାୟୀ, ଇଲେକ୍ଟ୍ରୋନିକ୍ ଉପକରଣର ଅଭାବ ଯାନ ଉତ୍ପାଦନକୁ ପ୍ରଭାବିତ କରିଛି । ଯାହା ମୁଖ୍ୟତଃ ଘରୋଇ ମାର୍କେଟରେ ବିକ୍ରି ହୁଏ । ଉତ୍ପାଦନ ବଢାଇବାକୁ ଯଥାସମ୍ଭବ ପ୍ରଚେଷ୍ଟା କରାଯାଉଥିବା ଏବଂ ପଦକ୍ଷେପ ନିଆଯାଉଥିବା କମ୍ପାନୀ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.