ETV Bharat / business

ଆଜିଠୁ ଆରବିଆଇ ଏମପିସି ବୈଠକ ଆରମ୍ଭ, 5ରେ ନିଷ୍ପତ୍ତି ଘୋଷଣା - ଆରବିଆଇ ବୈଠକ

ଆରବିଆଇର ମୁଦ୍ରାନୀତି କମିଟିର ବୈଠକ ଆରମ୍ଭ ହୋଇଛି । ଏଥିରେ ସୁଧ ହାର ପରିବର୍ତ୍ତନ ନେଇ ବିଚାରବିମର୍ଶ ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ..

ଆଜିଠୁ ଆରବିଆଇ ଏମପିସି ବୈଠକ ଆରମ୍ଭ, 5ରେ ନିଷ୍ପତ୍ତି ଘୋଷଣା

author img

By

Published : Feb 3, 2021, 9:03 PM IST

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି (ଏମପିସି)ର 3 ଦିନିଆ ବୈଠକ ବୁଧବାର ଠାରୁ ଆରମ୍ଭ ହୋଇଛି । ଏହି ଏମପିସି ବୈଠକରେ ସୁଧ ହାର ଅପରିବର୍ତ୍ତିତ ରହିବା ନେଇ ଆଶା ରହିଛି । 2021-22 ସାଧାରଣ ବଜେଟ ଆଗତ ପରେ ଏହା ଏମପିସିର ପ୍ରଥମ ସମୀକ୍ଷା ବୈଠକ ।

ଏହି ଦ୍ବିମାସିକ ବୈଠକର ନିଷ୍ପତ୍ତିକୁ ଫେବୃଆରୀ 5ରେ ଘୋଷଣା କରାଯିବ । ବିଶେଷଜ୍ଞଙ୍କ ଅନୁସାରେ ଏମପିସି ଏଥର ରେପୋ ହାରରେ କୌଣସି ହ୍ରାସ କରିବ ନାହିଁ । କେନ୍ଦ୍ରୀୟ ବ୍ୟାଙ୍କ ଯେଉଁ ସୁଧ ହାରରେ ବାଣିଜ୍ୟିକ ବ୍ୟାଙ୍କକୁ ଋଣ ଦେଇଥାଏ । ସୁଧ ହାର କମିବା ଆଶା ନଥିଲେ ବି ବଜାର ଚାହୁଁଛି କି କେନ୍ଦ୍ରୀୟ ବ୍ୟାଙ୍କ ପର୍ଯ୍ୟାପ୍ତ ଲିକ୍ୟୁଡିଟି ସୁନିଶ୍ଚିତ ପାଇଁ ବ୍ୟବସ୍ଥା କରିବ ।

ଭିତ୍ତିଭୂମି ସଂରଞ୍ଚନା କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହନ ପାଇଁ ଋଣ ଉପଲବ୍ଧତା ଜରୁରୀ ରହିଛି । ତେବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଏମପିସି ମୁଦ୍ରାନୀତି ଉପରେ ବିଚାର-ବିମର୍ଶ ଆରମ୍ଭ କରିଦେଇଛି । ଗତ 3 ଏମପିସି ବୈଠକରେ ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏବେ ରେପୋରେଟ ହାର 4 ପ୍ରତିଶତ ରହିଥିଲାବେଳେ ରିଭର୍ସ ରେପୋରେଟ ଦର 3.35 ପ୍ରତିଶତ ଅଛି ।

ଶେଷ ଥର ରିଜର୍ଭ ବ୍ୟାଙ୍କ 2020 ମେ 22ରେ ରେପୋରେଟ ହାର ସଂଶୋଧନ କରିଥିଲା । ସେହି ସମୟରେ ଚାହିଦାକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାନୀତି ସମିତିର ସମୀକ୍ଷା ବୈଠକକୁ ଅପେକ୍ଷା ନ କରି ରେପୋ ହାର ପରିବର୍ତ୍ତନ କରିଥିଲା ।

ଆରବିଆଇ ଗତ ବର୍ଷ ଫେବୃଆରୀରୁ ରେପୋରେଟରେ 1.15 ପ୍ରତିଶତ ହ୍ରାସ କରିଛି । ଇକ୍ରାର ପ୍ରମୁଖ ଅର୍ଥନୀତିଜ୍ଞ ଆଦିତି ନାୟର କହିଛନ୍ତି କି, ଡିସେମ୍ବରରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ପୀତି ତଳକୁ ଖସିଛି । କିନ୍ତୁ ଏହାର ଆଭିମୁଖ୍ୟ ଏବେ ବି ଦୁର୍ବଳ ପଡିନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.