ETV Bharat / business

ONLINE TRANSACTION କରୁଛନ୍ତି କି ? ଲୋଡ଼ା ହେବ CVV-EXPIRY ନଂ - ଆରବିଆଇ

ଏଣିକି ଗ୍ରାହକଙ୍କୁ ମନେ ରଖିବାକୁ ପଡ଼ିବ CREDIT କିମ୍ବା DEBIT କାର୍ଡ ନମ୍ବର । ନଚେତ ହଇରାଣ ହେବେ । ଘରକୁ ଫେରିଆସିବାକୁ ପଡିବ । କାରଣ ବଦଳିଛି RBIର ନିୟମ । ଅପରାଧୀ ଓ ଲୁଟେରାଙ୍କ ଗାଲରେ ଶକ୍ତ ଚାପୁଡା । ପଢନ୍ତୁ କଣ ଏହି ନିୟମ ଗୁଡିକ...

ONLINE TRANSACTION କରୁଛନ୍ତି କି ? ଲୋଡ଼ା ହେବ CVV-EXPIRY ନଂ

author img

By

Published : Aug 23, 2021, 4:29 PM IST

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ଆଣିଲା ନୂଆ ନିୟମ । ଏଣିକି ଅନଲାଇନ ଟ୍ରାନଜାକ୍ସନ କରୁଥିବା ଗ୍ରାହକଙ୍କୁ ମନେ ରଖିବାକୁ ପଡ଼ିବ ATM କାର୍ଡ ଓ CVV ନମ୍ବର । ପୂର୍ବରୁ ପେମେଣ୍ଟ ଗେଟୱେ କମ୍ପାନୀ(ଯେଉଁ କମ୍ପାନୀ ଦ୍ବାରା ଅନଲାଇନ ପେମେଣ୍ଟ କରାଯାଏ)ରେ ଏହି ନମ୍ବର save ହୋଇ ରହୁଥିଲା । ମାତ୍ର ସାଇବର ଅପରାଧକୁ ରୋକିବା ପାଇଁ ଏଭଳି ନୂଆ ନିୟମ ଆଣିଛି RBI ।

ଏଭଳି ନିୟମ କାର୍ଡଧାରୀଙ୍କ ସୁରକ୍ଷା ପାଇଁ ଲାଗୁ କରିବାକୁ ଯାଉଛି । ଡେବିଟ କାର୍ଡ କିମ୍ବା କ୍ରେଡିଟ କାର୍ଡର ୧୬ ଟିକିଆ ନମ୍ବର ଯେକୌଣସି ଟ୍ରାନଜାକ୍ସନ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଏହାସହିତ CVV ନମ୍ବର ଓ EXPIRY ନମ୍ବର ମଧ୍ୟ ଜରୁରୀ ହୋଇଥାଏ । ସାଇବର ଠକମାନେ ଏହି ନମ୍ବରର ଅଧିକ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥାନ୍ତି । ଏଥିଲାଗି RBI ପେମେଣ୍ଟ ଗେଟୱେ କମ୍ପାନୀର ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛି । କାରଣ ପୂର୍ବରୁ ଗ୍ରାହକଙ୍କୁ ନିଜ କାର୍ଡର ସମସ୍ତ ସୂଚନାକୁ ସର୍ଭରରେ ଷ୍ଟୋର କରି ରଖିବାକୁ ପଡ଼େ ।

କାର୍ଡର ଏହି ଗୁରୁତ୍ବପୂର୍ଣ୍ଣ ସୂଚନାକୁ ଷ୍ଟୋର କରି ରଖିବାରେ AMAZON, FLIPKART ଓ NETFLIX ଭଳି କମ୍ପାନୀ ମଧ୍ୟ ରହିଥିଲେ । ତେବେ RBI ଆଗାମୀ ବର୍ଷଠାରୁ ଏହି ନିୟମକୁ ଲାଗୁ କରିବାକୁ ଯାଉଛି । ଫଳରେ ଗ୍ରାହକଙ୍କୁ ନିଜ କାର୍ଡର ସମସ୍ତ ସୂଚନାକୁ ମନେ ରଖିବାକୁ ପଡ଼ିବ । ପ୍ରତି ଟ୍ରାନଜାକ୍ସନ କରିବା ସମୟରେ ଗ୍ରାହକଙ୍କୁ ୧୬ ଟିକିଆ କ୍ରେଡି଼ଟ/ଡ଼େବିଟ/ATM କାର୍ଡ ନମ୍ବର ସହିତ CVV ଓ Expiry ତାରିଖ ଦେବାକୁ ପଡ଼ିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.