ETV Bharat / business

ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌ - ରିଜର୍ଭ ବ୍ୟାଙ୍କ

ପୂର୍ବଭଳି ରିଜର୍ଭ ବ୍ୟାଙ୍କର ରିପୋ ରେଟକୁ 4 ପ୍ରତିଶତ ଓ ରିଜର୍ଭ ରେପୋ ରେଟ 3.35 ପ୍ରତିଶତ ରହିଛି । ଏନେଇ ଆଜି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର । ଅଧିକ ପଢନ୍ତୁ...

ଅପରିବର୍ତ୍ତି ରହିଲା ରେପୋ ରେଟ
ଅପରିବର୍ତ୍ତି ରହିଲା ରେପୋ ରେଟ
author img

By

Published : Apr 7, 2021, 11:47 AM IST

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ମୁଦ୍ରା ନୀତି କମିଟି ବୈଠକ ଶେଷ ହୋଇଛି । ତିନି ଧରି ଚାଲିଥିବା ଏହି ବୈଠକରେ ସୁଧ ହାର ଅପରିବର୍ତ୍ତିତ ରଖାଯାଇଛି । ପୂର୍ବଭଳି ରିଜର୍ଭ ବ୍ୟାଙ୍କର ରିପୋ ରେଟକୁ 4 ପ୍ରତିଶତ ଓ ରିଜର୍ଭ ରେପୋ ରେଟ 3.35 ପ୍ରତିଶତ ରହିଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ଆଜି ସକାଳ 10 ସମୟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ଘୋଷଣା କରିଥିଲେ । ଏପ୍ରିଲ 5 ତାରିଖରୁ ଆରମ୍ଭ ହୋଇଥିଲା ମୁଦ୍ରା ନୀତି କମିଟି ବୈଠକ । ଅଭିବୃଦ୍ଧି ସ୍ଥିର ନ ହେବା ପର୍ଯ୍ୟନ୍ତ ରେପୋରେଟ ଅପରିବର୍ତ୍ତିତ ରହିବ ବୋଲି ବୋଲି ଶକ୍ତିକାନ୍ତ କହିଛନ୍ତି । ଏହା ଦ୍ବାରା ଘରର ଇଏମଆଇ ଓ ଅଟୋ ଲୋନରେ ସୁଧ ହାର ସମାନ ରହିବ ।

2021 ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ଆକଳନ 10.5 ପ୍ରତିଶତରେ ରହିଛି । 2022 ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର 10.5 ପ୍ରତିଶତ ରହିବ ବୋଲି ଶକ୍ତିକାନ୍ତ ଆକଳନ କରିଛନ୍ତି ।

ଏହା ସହ ସେ କହିଛନ୍ତି, କୋରୋନା ସଂକ୍ରମଣ କାଳରେ ମଧ୍ୟ ଅର୍ଥନୀତିରେ ସୁଧାର ଆସୁଛି । ବର୍ତ୍ତମାନ ଯେଉଁଭଳି ଭାବେ ପୁଣି ମାମଲା ବୃଦ୍ଧି ପାଇବାରେ ଲାଗିଛି ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ତଥାପି ଭାରତ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.