ETV Bharat / business

2022 ପୂର୍ବରୁ ଅନେକ ଅର୍ଥବ୍ୟବସ୍ଥା କୋଭିଡ ପୂର୍ବ ସ୍ତରକୁ ଫେରିବନି

author img

By

Published : Mar 11, 2021, 8:38 PM IST

ଆର୍ଥିକ ଗତିବିଧି ଦୃଷ୍ଟିରୁ ଅଧିକାଂଶ ଅର୍ଥନୀତି 2022 ସୁଦ୍ଧା ପ୍ରାକ୍-ମହାମାରୀ ସ୍ତରରେ ପହଞ୍ଚିବ ନାହିଁ । ଗୁରୁବାର ମୁଡିସ ଇନଭେଷ୍ଟର୍ସ ସର୍ବିସ ଏ ନେଇ ଆନୁମାନିକ ରିପୋର୍ଟ ପ୍ରକାଶ କରିଛି । ଅଧିକ ପଢନ୍ତୁ..

2022 ପୂର୍ବରୁ ଅନେକ ଅର୍ଥବ୍ୟବସ୍ଥା କୋଭିଡ ପୂର୍ବ ସ୍ତରକୁ ଫେରିବନି
2022 ପୂର୍ବରୁ ଅନେକ ଅର୍ଥବ୍ୟବସ୍ଥା କୋଭିଡ ପୂର୍ବ ସ୍ତରକୁ ଫେରିବନି

ନୂଆଦିଲ୍ଲୀ: କୋଭିଡ-19 ଯୋଗୁଁ ଋଣ ହ୍ରାସ ସ୍ବଳ୍ପକାଳୀନ ହେବ । ହେଲେ ଆର୍ଥିକ ଗତିବିଧି ଦୃଷ୍ଟିରୁ ଅଧିକାଂଶ ଅର୍ଥନୀତି 2022 ସୁଦ୍ଧା ପ୍ରାକ୍-ମହାମାରୀ ସ୍ତରରେ ପହଞ୍ଚିବ ନାହିଁ । ଗୁରୁବାର ମୁଡିସ ଇନଭେଷ୍ଟର୍ସ ସର୍ବିସ ଏ ନେଇ ଆନୁମାନିକ ରିପୋର୍ଟ ପ୍ରକାଶ କରିଛି ।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO) ଗତ ବର୍ଷ ମାର୍ଚ୍ଚ 11ରେ କୋଭିଡ -19 କୁ ମହାମାରୀ ଘୋଷଣା କରିଥିଲା । ଆଉ ସେବେଠାରୁ ପୂରା ବର୍ଷ ମହାମାରୀ ପ୍ରଭାବରେ ସମଗ୍ର ବିଶ୍ବ ଅର୍ଥନୀତି ବାଧାପ୍ରାପ୍ତ ହୋଇଛି । ଏହା ସହିତ ଋଣରେ ହ୍ରାସ ଏବଂ ପେମେଣ୍ଟ ଡିଫଲ୍ଟ ବୃଦ୍ଧି ହୋଇଛି ।

କୋରୋନା ଭାଇରସ ଉପରେ ଏକ ବୈଶ୍ବିକ ରିପୋର୍ଟରେ ମୁଡିସ କହିଛି କି, ‘‘ କୋଭିଡ୍ -19 ରୁ ଉତ୍ପନ୍ନ କ୍ରେଡିଟ ଚ୍ୟାଲେଞ୍ଜଗୁଡ଼ିକ ରହିଛି । କିନ୍ତୁ ଏହାର ସ୍ବଳ୍ପ ସମୟର ହେବା ସମ୍ଭାବନା ରହିଛି । ସେହି କ୍ଷେତ୍ରଗୁଡିକ ପାଇଁ ବିପଦ ଅଧିକ, ଯାହା ସାଧାରଣ କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି ।

ମୁଡିସ କହିଛି କି 2022 ସୁଦ୍ଧା ଅଧିକାଂଶ ଅର୍ଥବ୍ୟବସ୍ଥା ମହାମାରୀ ପୂର୍ବର ଗତିବିଧି ସ୍ତରକୁ ଫେରି ଆସିବାକୁ ସମର୍ଥ ହେବ ନାହିଁ । ଏହା ଏକ ମନ୍ଥର ବିଶ୍ବ ସ୍ତରୀୟ ପ୍ରତ୍ୟାବର୍ତ୍ତନ ଏବଂ ମାକ୍ରୋ-ଆର୍ଥିକ ଦୃଷ୍ଟିକୋଣ ଅନିଶ୍ଚିତତା ସାଧାରଣ ଠାରୁ ବହୁତ ଅଧିକ ହେବ ବୋଲି ଆଶା ରହିଛି ।

ମହାମାରୀ ଦୁର୍ବଳ ହେବା ପରେ ବିଭିନ୍ନ ନୀତିଗତ ପଦକ୍ଷେପ ଦ୍ବାରା ଆର୍ଥିକ କାର୍ଯ୍ୟାକଳାପ ଓ ଆର୍ଥିକ ବଜାରର ସମର୍ଥନ ଜାରି ରହିବ । ମୁଡିସ କହିଛି କି , ପଲିସି ମେକର ଲମ୍ବା ସମୟ ଧରି ଓ କିଛି ମାମଲାରେ ଅନେକ ବର୍ଷ ଯାଏଁ ଆର୍ଥିକ ଗତିବିଧିର ସମର୍ଥନ କରିଚାଲିଥିବେ । ତେବେ ଏ ବର୍ଷ ମହାମାରୀର ବ୍ୟାପକତା ଓ ସଂକ୍ରମଣର ସଂଖ୍ୟା ଧୀରେ ଧୀରେ କମ ହେବ ବୋଲି ଆଶା ଅଛି । କାରଣ ଟୀକାକରଣରେ ବୃଦ୍ଧି ହେଉଛି । ଏହା ସରକାରଙ୍କୁ ଧୀରେ ଧୀରେ ଲକଡାଉନ ସମ୍ବନ୍ଧୀୟ ଉପାୟକୁ କମ କରିବାରେ ସୁବିଧା ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.