ETV Bharat / business

ପୁଞ୍ଜି ନିଅଣ୍ଟର ସାମ୍ନା କରିପାରେ ଭାରତର ବ୍ୟାଙ୍କିଙ୍ଗ ସେକ୍ଟର: ଫିଚ୍‌

author img

By

Published : Jul 2, 2020, 12:57 PM IST

କୋରୋନା ସଙ୍କଟ ଓ ବ୍ୟବଧାନ ଭଳି ବିଭିନ୍ନ ଅସୁବିଧା ଯୋଗୁଁ ଦେଶର ବ୍ୟାଙ୍କିଙ୍ଗ ସେକ୍ଟରକୁ ପୁଞ୍ଜି ଅଭାବ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ଅଧିକ ପଢନ୍ତୁ..

ପୁଞ୍ଜି ନିୟଣ୍ଟର ସାମ୍ନା କରିପାରେ ଭାରତର ବ୍ୟାଙ୍କିଙ୍ଗ ସେକ୍ଟର: ଫିଚ

ମୁମ୍ବାଇ: କୋରୋନା ମହାମାରୀ ଯୋଗୁଁ ଉପୁଜିଥିବା ସମସ୍ୟା ଓ ବ୍ୟବଧାନ ଯୋଗୁଁ ପ୍ରଭାବିତ ଦେଶର ଆର୍ଥିକ ସଂସ୍ଥାନ । ଏସବୁ ସହ ଜଡିତ ବିଭିନ୍ନ ଅସୁବିଧା ଯୋଗୁଁ ଦେଶର ବ୍ୟାଙ୍କିଙ୍ଗ ସେକ୍ଟରକୁ ପୁଞ୍ଜି ଅଭାବ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ରେଟିଂ ଏଜେନ୍ସି ଫିଚ ଏନେଇ କହିଛି ।

ଫିଚ ରେଟିଂ ଅନୁସାରେ, ଭାରତୀୟ ବ୍ୟାଙ୍କକୁ ପାଖାପାଖୀ 15 ଅରବ ଡଲାର ନୂଆ ପୁଞ୍ଜିର ଆବଶ୍ୟକ ହୋଇପାରେ । ଯେପରି ସେମାନେ ଏକକ ମଧ୍ୟମ-ଚାପ ପରିସ୍ଥିତିରେ ଆନୁମାନିକ ହାରାହାରି ସାଧାରଣ ଇକ୍ୱିଟି ଟିୟର 1 ଅନୁପାତର 10 ପ୍ରତିଶତ ପୂରଣ କରିପାରିବେ ।

ଏଜେନ୍ସି ଏକ ବିବୃତ୍ତିରେ କହିଛି କି, ‘ଯଦି ଘରୋଇ ଅର୍ଥବ୍ୟବସ୍ଥା କୋରୋନା ଭାଇରସ ମହାମାରୀ ସମସ୍ୟାରୁ ମୁକୁଳିବ ନାହିଁ ତେବେ, ଏଭଳି ଉଚ୍ଚ ସଙ୍କଟପୂର୍ଣ୍ଣ ସ୍ଥିତି ଉପୁଜିବା ସହ ପୁଞ୍ଜି ଆବଶ୍ୟକତା 58 ଡଲାର ବୃଦ୍ଧି ପାଇପାରେ । ଫିଚ କହିଛି କି, ‘ସରକାରୀ ବ୍ୟାଙ୍କର ବ୍ଲକରେ ପୁର୍ନଃପୁଞ୍ଜିକରଣର ଆବଶ୍ୟକତା ହେବ । କାରଣ ସରକାରୀ ବ୍ୟାଙ୍କରେ ପୁଞ୍ଜି ହ୍ରାସର ବିପଦ ଘରୋଇ ବ୍ୟାଙ୍କ ତୁଳନାରେ ବହୁତ ଅଧିକ ।

ଫିଚ ରେଟିଂ ଆଶା ପ୍ରକାଶ କରିଛି କି, ଅଧିକାଂଶ ପୁନଃପୁଞ୍ଜିକରଣର ଆବଶ୍ୟକତା ଆର୍ଥିକ ବର୍ଷ 2020 ମଧ୍ୟରେ ହେବ । କାରଣ 180 ଦିନର ଏକ ନିୟାମକ ସ୍ଥଗିତାଦେଶ ( ଋଣ କିସ୍ଥି 6 ମାସ ସ୍ଥଗିତ) ଯୋଗୁଁ ଖରାପ ଋଣର ଚିହ୍ନଟ କାମ ଆଗକୁ ବଢାଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.