ETV Bharat / business

ତୃତୀୟ ତ୍ରୟମାସରେ ମାନ୍ଦାବସ୍ଥାକୁ ପ୍ରବେଶ କରିବ ଅର୍ଥବ୍ୟବସ୍ଥା: ରିପୋର୍ଟ

author img

By

Published : May 25, 2020, 7:21 PM IST

‘ସରକାରଙ୍କ ଦ୍ୱାରା ଦିଆଯାଇଥିବା ପ୍ରୋତ୍ସାହନ ପ୍ୟାକେଜ କେଉଁ ପ୍ରକ୍ରିୟାରେ ଓ କେତେ ସମୟରେ ଲାଗୁ ହେବ ତାହା ଉପରେ ନିର୍ଭର କରିବ ଦେଶର ଆର୍ଥିକ ଅଭିବୃଦ୍ଧିରେ ଉନ୍ନତି ।’ ଅଧିକ ପଢନ୍ତ..

indian economy
ତୃତୀୟ ତ୍ରୟମାସରେ ମାନ୍ଦାବସ୍ଥାକୁ ପ୍ରବେଶ କରିବ ଅର୍ଥବ୍ୟବସ୍ଥା : ରିପୋର୍ଟ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ (2020-21)ର ତୃତୀୟ ତ୍ରୟମାସର ମାନ୍ଦାବସ୍ଥାକୁ ପ୍ରବେଶ କରିପାରେ ଭାରତୀୟ ଅର୍ଥବ୍ୟବସ୍ଥା । ଏକ ରିପୋର୍ଟ ଏନେଇ ଅନୁମାନ ଲଗାାଇଛି ।

ଡନ ଆଣ୍ଡ ବ୍ରେଡଷ୍ଟ୍ରିଟର ସଦ୍ୟ ଆର୍ଥିକ ସମୀକ୍ଷା ରିପୋର୍ଟରେ କୁହାଯାଇଛି କି, କୋରୋନା ସଙ୍କଟ ଯୋଗୁଁ ଆୟ ଓ ରୋଜଗାର ହ୍ରାସ ପାଇଛି । ଫଳରେ ମହାମାରୀ ପରେ ବି ଦୀର୍ଘ ସମୟ ଧରି ଉପଭୋକ୍ତା ସଜାଗ ରହିବେ । କ୍ରୟ କ୍ଷମତା କମିବ । ନିଯୁକ୍ତି ହ୍ରାସ ପାଇବ । ଫଳରେ ଗ୍ରାହକଙ୍କ ଚାହିଦାରେ ସୁଧାର ପାଇଁ ଅଧିକ ସମୟ ଲାଗିବ ।

ଏହି ରିପୋର୍ଟରେ କୁହାଯାଇଛି ଯେ, ସରକାରଙ୍କ ଦ୍ୱାରା ଦିଆଯାଇଥିବା ପ୍ରୋତ୍ସାହନ ପ୍ୟାକେଜ କେଉଁ ପ୍ରକ୍ରିୟାରେ ଓ କେତେ ସମୟରେ ଲାଗୁ ହେବ ତାହା ଉପରେ ନିର୍ଭର କରିବ ଦେଶର ଆର୍ଥିକ ଅଭିବୃଦ୍ଧିରେ ଉନ୍ନତି ।

ଡନ ଆଣ୍ଡ ବ୍ରେଡଷ୍ଟ୍ରିଟର ମୁଖ୍ୟ ଅର୍ଥନୀତିଜ୍ଞ ଅରୁଣ ସିଂହ କହିଛନ୍ତି କି, ‘‘ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ପ୍ରୋତ୍ସାହନ ପ୍ୟାକେଜର ପ୍ରଭାବ 3ଟି ପ୍ରମୁଖ ଦିଗ ଉପରେ ନିର୍ଭର କରିବ । ତାହା ହେଲା ଲକଡାଉନ ହଟାଇବା ଅବଧି, ପ୍ୟାକେଜ କାର୍ଯ୍ୟକାରୀ କ୍ଷମତା ଓ ଏଥିରେ ଆବଶ୍ୟକ ସମୟ ।

ସେହିପରି ଆରବିଆଇ ମଧ୍ୟ ରେପୋରେଟ ଦରକୁ 40 ବେସିସ ପଏଣ୍ଟ ହ୍ରାସ କରି 4 ପ୍ରତିଶତ ରଖିଛି । ଏଥିସହ ଆହୁରି 3 ମାସ ଇଏମଆଇ କିସ୍ତି ସ୍ଥଗିତ କରାଯାଇଛି । ଏହା ଦ୍ବାରା ଗ୍ରାହକଙ୍କୁ ଆଶ୍ବସ୍ତି ଓ ଧୀମା ଅର୍ଥବ୍ୟବସ୍ଥାକୁ ବୁଷ୍ଟର ମିଳିବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.