ETV Bharat / business

କୃଷକ ଆନ୍ଦୋଳନ: ଦୈନିକ କ୍ଷତି ହେଉଛି 3,500 କୋଟି ଟଙ୍କା - କୃଷି ଆନ୍ଦୋଳନ ପ୍ରଭାବରେ ଅର୍ଥବ୍ୟବସ୍ଥାକୁ କ୍ଷତି

କେନ୍ଦ୍ରର 3 ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଆଉ ଏହା ଦ୍ବାରା ଦୈନିକ ପ୍ରାୟ 3,500 କୋଟି ଟଙ୍କା କ୍ଷତି ହେଉଥିବା ନେଇ ରିପୋର୍ଟ ଦର୍ଶାଇଛି ଆସୋଚେମ । ଅଧିକ ପଢନ୍ତୁ..

Farmers protests resulting in daily loss of Rs 3,500 cr: ASSOCHAM

author img

By

Published : Dec 15, 2020, 3:54 PM IST

ନୂଆଦିଲ୍ଲୀ: ସରକାର ଓ କୃଷକ ସଙ୍ଗଠନକୁ ଶୀଘ୍ର ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଅନୁରୋଧ କରିଛି ଦେଶର ପ୍ରମୁଖ ବାଣିଜ୍ୟ ଏବଂ ଉଦ୍ୟୋଗ ସଙ୍ଗଠନ ଆସୋଚେମ (ASSOCHAM) । କୃଷି ଆଇନ ବିରୋଧରେ ଜାରି ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ ଦ୍ବାରା ପ୍ରତ୍ୟେକ ଦିନ 3500 କୋଟି ଟଙ୍କା କ୍ଷତି ହେଉଛି । ମଙ୍ଗଳବାର ଏ ନେଇ ଆସୋଚେମ ସୂଚନା ଦେଇଛି ।

ଆସୋଚେମ ଜଣାଇଛି କି, ବର୍ତ୍ତମାନର ବିରୋଧ ପ୍ରଦର୍ଶନ ଦ୍ବାରା ପଞ୍ଜାବ, ହରିଆନା ଓ ହିମାଞ୍ଚଳ ପ୍ରଦେଶରେ ଅର୍ଥବ୍ୟବସ୍ଥା ଗଭୀର ଭାବେ କ୍ଷତିଗ୍ରସ୍ତ ହେଉଛି । କାରଣ ଏହି ସବୁ ରାଜ୍ୟର ଅର୍ଥବ୍ୟବସ୍ଥା ସାଧାରଣତଃ କୃଷି ଓ ବଗିଚା ଆଦି ଉପରେ ନିର୍ଭରଶୀଳ । ଫୁଡ ପ୍ରୋସେସିଂ, କଟନ ଟେକ୍ସଟାଇଲ , ଅଟୋମୋବାଫ , ଫାର୍ମ ମେସିନାରୀ , ଆଇଟି ଆଦି ବିଭିନ୍ନ ଉଦ୍ୟୋଗ ଏହି ରାଜ୍ୟଗୁଡିକର ଲାଇଫଲାଇନ । ଏହା ବ୍ୟତିତ ପର୍ଯ୍ୟଟନ , ଟ୍ରାନ୍ସପୋର୍ଟ ଓ ହସ୍ପିଟାଲିଟି ଭଳି ବିଭିନ୍ନ ସେବା ଏହି ସବୁ ସେକ୍ଟରର ଉପସ୍ଥିତିକୁ ଦର୍ଶାଇଥାଏ ।

ଆସୋଚେମର ସଭାପତି ନିରଞ୍ଜନ ହିରାନନ୍ଦାନୀ କହିଛନ୍ତି ଯେ, ‘‘ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଓ ଜାମ୍ମୁ କାଶ୍ମୀର ମିଳିତ ଅର୍ଥବ୍ୟବସ୍ଥାର ଆକାର ପ୍ରାୟ 18 ଲକ୍ଷ କୋଟି ଟଙ୍କା ରହିଛି । କୃଷକଙ୍କ ଏହି ବିରୋଧ ପ୍ରଦର୍ଶନ ଓ ରୋଡ, ଟୋଲ ପ୍ଲାଜା ଏବଂ ରେଲୱେର ଚକା ଜାମ ଦ୍ବାରା ଆର୍ଥିକ ଗତିବିଧିକୁ କ୍ଷତି ପହଞ୍ଚିଛି ।

ସେହିଭଳି ଟେକ୍ସଟାଇଲ, ଅଟୋ କମ୍ପୋନଟସ, ସାଇକେଲ , ସ୍ପୋର୍ଟ୍ସ ସାମଗ୍ରୀ ଭଳି ରପ୍ତାନୀ ଦ୍ବାରା ବଜାରରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଉଦ୍ୟୋଗ ସବୁ ଚଳିତ କ୍ରିସମାସର ଅର୍ଡର ପୁରା କରିପାରୁନାହିଁ । ଏହା ଦ୍ବାରା ବୈଶ୍ବିକ କ୍ରେତା ମଧ୍ୟରେ ଆମର ଶାଖା ଦୁର୍ବଳ ହେଉଥିବା ହିରାନନ୍ଦାନୀ କହିଛନ୍ତି ।

ଏ ନେଇ ଆସୋଚେମ ଜେନେରାଲ ସେକ୍ରେଟେରୀ ଦୀପକ ସୁଦ କହିଛନ୍ତି ଯେ, ସମଗ୍ର ଦେଶରେ ଫଳ ଓ ପରିବା ଦାମରେ ବୃଦ୍ଧି ପଛରେ ମଧ୍ୟ ବଡ କାରଣ କରି ଯୋଗାଣ ଶୃଙ୍ଖଳାରେ ବଡ ବାଧକ । କାରଣ ପଞ୍ଜାବ, ହରିୟାଣା ଓ ହିମାଚଳ ପ୍ରଦେଶର ଏସବୁ କ୍ଷେତ୍ରର ଏକ ବଡ ଉତ୍ପାଦକ ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.