ETV Bharat / business

ସଙ୍କଟଗ୍ରସ୍ଥ ବିଦ୍ୟୁତ ବିତରକ ଡିସକମଙ୍କୁ ବୁଷ୍ଟର ଦେବାକୁ ପସ୍ତୁତି ଆରମ୍ଭ

author img

By

Published : Apr 12, 2020, 1:08 AM IST

ନଗଦ ସଙ୍କଟରେ ଜୁଝୁଥିବା ବିଦ୍ୟୁତ ବିତରଣ କମ୍ପାନୀଙ୍କ ପାଇଁ ଲକଡାଉନ ଆଣିଛି ବଡ ଟେନସନ । ବିନା ଆୟରେ ବିଦ୍ୟୁତ ଯୋଗାଣ ଜାରି ରଖିବାକୁ କଷ୍ଟକର ହେଉଛି । ଅଧିକ ପଢନ୍ତୁ..

centre mulls more steps to keep cash strapped discoms afloat
ସଙ୍କଟଗ୍ରସ୍ଥ ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ବୁଷ୍ଟର ଦେବାକୁ ପସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: ଘାରିଛି କୋରୋନା ଭାଇରସ ସଂକ୍ରମଣ ଭୟ । ଏଥିଯୋଗୁଁ ଜାରି ହୋଇଛି ପ୍ରତିବନ୍ଧକ । ଆଉ ଏପରି ସମୟରେ ନିରବିଚ୍ଛିନ୍ନ ବିଦ୍ୟୁଦ ଯୋଗାଣ ସୁନିଶ୍ଚିତ ପାଇଁ ବିଦ୍ୟୁତ ବିତରଣ କମ୍ପନୀଙ୍କ ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତତ କରୁଛନ୍ତି ସରକାର । ଏହି ଉପାୟରେ ଶସ୍ତା କାର୍ଯ୍ୟର ପୁଞ୍ଜି ଏବଂ କମ ଶୁଳ୍କ ଅନ୍ତର୍ଭୁକ୍ତ ।

ନଗଦ ସଙ୍କଟରେ ଜୁଝୁଥିବା ବିଦ୍ୟୁତ ବିତରଣ କମ୍ପାନୀଙ୍କ ପାଇଁ ଲକଡାଉନ ଆଣିଛି ବଡ ଟେନସନ । ବିନା ଆୟରେ ବିଦ୍ୟୁତ ଯୋଗାଣ ଜାରି ରଖିବାକୁ କଷ୍ଟକର ହେଉଛି ।

ଏକ ସୂତ୍ରରୁ ପ୍ରକାଶ ଯେ, ଲକଡାଉନ ସମୟରେ ବିଦ୍ୟୁତ ବିତରଣ କମ୍ପାନୀମାନଙ୍କୁ ରିଲିଫ ଦେବାକୁ ବିଭାଗୀୟ ମନ୍ତ୍ରଣାଳୟ ବିଚାର କରୁଛି । ବିଶେଷକରି ଏଭଳି ପରିସ୍ଥିତିରେ, ବିଲ ସଂଗ୍ରହ କରାଯାଉନାହିଁ । ଏହି ନିଷେଧାଦେଶରେ ବିଦ୍ୟୁତ ଚାହିଦା ପ୍ରାୟ 30 ପ୍ରତିଶତ ହ୍ରାସ ପାଇଛି ।

ଏପ୍ରିଲ 10 ରେ ବିଦ୍ୟୁତ ଚାହିଦା 121.38 GW (ହଜାରେ ମେଗାୱାଟ) କୁ ହ୍ରାସ ପାଇଛି । ଯାହାକି ଏକ ବର୍ଷ ପୂର୍ବେ ଏହି ଦିନ 170.52 GW ଥିଲା । ଚାହିଦା ହ୍ରାସର ମୁଖ୍ୟ କାରଣ ହେଉଛି ଶିଳ୍ପ ଏବଂ ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନୀଗୁଡିକ (ଡିସକମ) ର ଉପଯୋଗ ହ୍ରାସ ।

ତେବେ ସରକାରଙ୍କ ଏହି ଉପାୟ ପାଇଁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ଆବଶ୍ୟକ । କାରଣ ଏହା ଆର୍ଥିକ ପ୍ରଭାବ ପକାଇବ । ଆସନ୍ତା ସପ୍ତାହରେ କ୍ୟାବିନେଟ ଅନୁମୋଦନ ପାଇଁ ଏହି ପ୍ରସ୍ତାବ ପଠାଯାଇପାରିବ ବୋଲି ସୂତ୍ରରୁ ପ୍ରକାଶ ପାଇଛି ।

ବିଦ୍ୟୁତ ମନ୍ତ୍ରଣାଳୟ ଗତ ସପ୍ତାହରେ ଡିସକମକୁ ରିଲିଫ ପାଇଁ କିଛି ପଦକ୍ଷେପ ନେଇଥିଲା । ଏଥିମଧ୍ୟରେ ଉତ୍ପାଦନ କମ୍ପାନୀଗୁଡିକ (ଜେନକୋ)କୁ ବିଳମ୍ବ ଦେୟ ଏବଂ ଜୁନ 30 ପର୍ଯ୍ୟନ୍ତ ପ୍ରସ୍ତୁତ ବିଲ ଉପରେ ସ୍ୱଳ୍ପ ବିଳମ୍ବ ପେମେଣ୍ଟ ସରଚାର୍ଜ ଅନ୍ତର୍ଭୁକ୍ତ ।

ପିଟିଆଇ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.