ETV Bharat / business

NBFC ଋଣ ନିୟମବଳୀ ଉଲ୍ଲଙ୍ଘନ, 14 ବ୍ୟାଙ୍କକୁ ଦଣ୍ଡିତ କଲା RBI

NBFC ଋଣ ନିୟମବଳୀ ଉଲ୍ଲଙ୍ଘନ କରିବା ନେଇ 14 ବ୍ୟାଙ୍କକୁ ଦଣ୍ଡିତ କଲା RBI । ବରୋଦା ବ୍ୟାଙ୍କ ଉପରେ ସର୍ବାଧିକ 2 କୋଟି ଆର୍ଥିକ ଦଣ୍ଡାଦେଶ ଲାଗୁ । ଅଧିକ ପଢନ୍ତୁ...

author img

By

Published : Jul 9, 2021, 7:11 AM IST

NBFC ଋଣ ନିୟମବାଳୀ ଉଲ୍ଲଙ୍ଘନ କରିବା ନେଇ 14 ବ୍ୟାଙ୍କକୁ ଦଣ୍ଡିତ କଲା RBI

ନୂଆଦିଲ୍ଲୀ: କିଛି ନିର୍ଦ୍ଧିଷ୍ଟ ନିୟମାବଳୀ ଅନୁପାଳନ ନ କରିବା ଯୋଗୁଁ ଦଣ୍ଡିତ ହେଲେ ବ୍ୟାଙ୍କ । ଭାରତୀୟ ରିଜର୍ଭ ବ୍ୟାଙ୍କ ବରୋଦା ବ୍ୟାଙ୍କ ସମେତ 14 ବ୍ୟାଙ୍କଗୁଡିକ ଉପରେ ଆର୍ଥିକ ଦଣ୍ଡାଦେଶ ଲଗାଇଛନ୍ତି । ଏହି ବ୍ୟାଙ୍କଗୁଡିକ RBI ଦ୍ବାରା ଜାରି NBFC ଋଣ ନିୟମବଳୀ ଉଲ୍ଲଙ୍ଘନ କରିବା ଯୋଗୁଁ ଦଣ୍ଡିତ ହୋଇଛନ୍ତି ।

ମୋଟାମୋଟି ଭାବେ ଦଣ୍ଡରାଶି 14.50 କୋଟି ଟଙ୍କା ରହିଛି । ସେଥିମଧ୍ୟରୁ ବରୋଦା ବ୍ୟାଙ୍କ ଉପରେ ସର୍ବାଧିକ 2 କୋଟି ଟଙ୍କା ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ଉପରେ ସର୍ବନିମ୍ନ 0.50 କୋଟି ଦଣ୍ଡାଦେଶ ଲଗାଯାଇଛି । RBI ଦ୍ବାରା କିଛି କମ୍ପାନୀଗୁଡିକର ଆକାଉଣ୍ଟ ଗୁଡିକ ଯାଞ୍ଚ କରାଯାଇଥିଲା । ଯେଉଁଥିରୁ ଜଣାପଡିଛି କି RBI ଦ୍ବାରା ଜାରି କରାଯାଇଥିବା ଏକାଧିକ ପ୍ରାବଧାନ ଗୁଡିକୁ ପାଳନ କରିବାରେ ବ୍ୟାଙ୍କଗୁଡିକ ବିଫଳ ହେବା ସହ ବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟ, 1949ର ଉଲ୍ଲଙ୍ଘନ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ବ୍ୟାଙ୍କଗୁଡିକୁ ନୋଟିସ ଜାରି କରାଯାଇ ବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟ, 1949ର ନିର୍ଦ୍ଦେଶାନାମା ଉଲ୍ଲଙ୍ଘନ ହେତୁ କାହିଁକି ଦଣ୍ଡବିଧାନ କରାଯିବ ନାହିଁ ସେ ସମ୍ବନ୍ଧରେ ଦର୍ଶାଇବାକୁ ମଧ୍ୟ କୁହାଯାଇଥିବା RBI ଜଣାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.