ETV Bharat / business

ଏୟାର ଇଣ୍ଡିଆର ପ୍ୟାନେଲ ଗଠନ, ବିନା ଦରମାରେ କର୍ମଚାରୀଙ୍କୁ ଛୁଟିରେ ପଠାଯିବ

author img

By

Published : Jul 23, 2020, 4:05 PM IST

କୋରୋନା ସଙ୍କଟ ଓ କ୍ଷତି ମଧ୍ୟରେ ଖର୍ଚ୍ଚ କମ କରିବାକୁ ଲାଗି ପଡିଛି ରାଷ୍ଟ୍ରାୟତ ବିମାନ ପରିଚାଳନା କମ୍ପାନୀ ଏୟାର ଇଣ୍ଡିଆ । ଏଥିପାଇଁ କିଛି ନିର୍ଦ୍ଦିଷ୍ଟ କର୍ମଚାରୀଙ୍କୁ ବିନା ଦରମାରେ ଛୁଟିରେ ପଠାଇବକୁ ପ୍ରସ୍ତୁତି କରୁଛି । ଆଉ ଏଥିଲାଗି ଗଠନ ହେଲା ପ୍ୟାନେଲ । ଅଧିକ ପଢନ୍ତୁ..

ଏୟାରଇଣ୍ଡିଆର ପ୍ୟାନେଲ ଗଠନ , ବିନା ଦରମାରେ କର୍ମଚାରୀଙ୍କୁ  ଛୁଟିରେ  ପଠାଯିବ

ନୂଆଦିଲ୍ଲୀ: ବିନା ଦରମାରେ କର୍ମଚାରୀଙ୍କୁ ଛୁଟିରେ ପଠାଇବା ପାଇଁ ଏୟାର ଇଣ୍ଡିଆର ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଗଠନ ହେଲା ପ୍ୟାନେଲ । ଏହି ପ୍ୟାନେଲ ଏଭଳି କର୍ମଚାରଙ୍କ ଫରଫର୍ମାନ୍ସକୁ 3ଟି ପ୍ରକ୍ରିୟାରେ ଟେଷ୍ଟ କରି ସେମାନ ତାଲିକା ପ୍ରସ୍ତୁତ କରିବେ । ପରେ ଏଥିରେ ସିଏମଡିଙ୍କ ମୋହର ଲାଗିବା ପରେ ସୋନଙ୍କୁ ବିନା ଦରମାରେ ଲମ୍ବା ଅବଧି ଯାଏଁ ଛୁଟିରେ ପଠାଯିବ ।

ତେବେ ସବୁ ପରୀକ୍ଷା ଓ ଚୟନ ପ୍ରକ୍ରିୟା ଶେଷ ପରେ ପ୍ରସ୍ତୁତ ରିପୋର୍ଟକୁ ପ୍ୟାନେଲ ଅଗଷ୍ଟ 11 ରେ ଦାଖଲ କରିବେ ବୋଲି କୁହାଯାଇଛି । ତେବେ କମ୍ପାନୀ କର୍ମଚାରୀଙ୍କୁ ସେମାନଙ୍କ ଦକ୍ଷତା , କ୍ଷମତା , ପ୍ରଦର୍ଶନର ଗଣବତ୍ତା , ସ୍ବାସ୍ଥ୍ୟ ଆଦି ଆଧାରରେ ସେମାନଙ୍କ ଚୟନ କରାଯିବ । ଯେଉଁମାନେ କି ବର୍ତ୍ତମାନ ଅତିରିକ୍ତ କର୍ମଚାରୀ ଭାବେ କାର୍ଯ୍ୟରତ । ପେର ସେମାନଙ୍କୁ ବିନା ଦରମାରେ ଛୁଟିରେ ପଠାଯିବ ।

କୋରୋନା ସଙ୍କଟ ମଧ୍ୟରେ ଆର୍ଥିକ ସଙ୍କଟରେ ଜୁଝୁଥିବା ଏୟାରଇଣ୍ଡିଆ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ଓ କମ୍ପାନୀ ଆୟ କମ କରିବା ପାଇଁ ଲିଭ ୱିଥଆଉଟ ପେ ଯୋଜନା ଆରମ୍ଭ କରିଛି । ଏହା ଅନୁସାରେ କିଛି ନିର୍ଦ୍ଦିଷ୍ଟ କର୍ମଚାରୀଙ୍କୁ ବିନା ଦରମାରେ ଛୁଟିରେ ପଠାଯିବ । ଆଉ ଏହି କର୍ମଚାରୀଙ୍କ ଚୟନ ନେଇ ସମିତି ଗଠନ ହୋଇଛି ।

ଏୟାର ଇଣ୍ଡିଆ ସିଏମଡି ରାଜୀବ ବଂଶଲ ଏବେ କର୍ମଚାରୀଙ୍କୁ 6 ମାସରୁ 2 ବର୍ଷ ଅବଧି ପାଇଁ ଛୁଟିରେ ପଠାଇପାରିବେ । ଏହାକୁ 5 ବର୍ଷ ଯାଏଁ ବଢାଇଯାଇପାରିବ । ଗୋଟିଏ ପଟେ କେନ୍ଦ୍ର ସରକାର ଏୟାରଲାଇନ ବିକ୍ରି ପାଇଁ ପ୍ରୟାସ କରୁଥିବା ବେଳେ ଅନ୍ୟପଟେ କମ୍ପାନୀ ବୋର୍ଡ ଏଭଳି ପଦକ୍ଷେପ ଗ୍ରହଣ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.