ETV Bharat / business

ୟେସ୍ ବ୍ୟାଙ୍କ ଜମାକାରୀଙ୍କୁ ଅର୍ଥମନ୍ତ୍ରୀଙ୍କ ଆଶ୍ବସ୍ତି

author img

By

Published : Mar 6, 2020, 7:49 PM IST

ୟେସ୍ ବ୍ୟାଙ୍କ ଜମାକର୍ତ୍ତାଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଆଶ୍ବାସନା । ସମସ୍ତ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି । ସମସ୍ୟାର ଶୀଘ୍ର ସମାଧାନ କରିବାକୁ ଆରବିଆଇ ସହ ମୁଁ ଲଗାତାର ଯୋଗାଯୋଗରେ ରହିଛି ବୋଲି କହିଲେ ସୀତାରମଣ ।

Yes Bank depositors money is safe
ୟେସ ବ୍ୟାଙ୍କ ଜମାକର୍ତ୍ତାଙ୍କୁ ଅର୍ଥମନ୍ତ୍ରୀଙ୍କ ଆଶ୍ବସ୍ତି

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ଜମାକର୍ତ୍ତାଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଆଶ୍ବାସନା । ଏହି ସମସ୍ୟାର ଶୀଘ୍ର ସମାଧାନ କରାଯିବ । ଏହା ଉପରେ ଉଭୟ ଆରବିଆଇ ଏବଂ ସରକାରଙ୍କ ନଜର ରହିଛି । ଜମାକାରୀଙ୍କ ସ୍ବାର୍ଥରେ ହିଁ ଆଗକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୀତାରମଣ କହିଲେ ।

ସୀତାରମଣ ଦୃଢୋକ୍ତି ଦେଇଛନ୍ତି ଯେ, ସମସ୍ୟାର ଶୀଘ୍ର ସମାଧାନ ହେବ । ଏଥିପାଇଁ ଜମାକର୍ତ୍ତାଙ୍କୁ ଚିନ୍ତା ନ କରିବାକୁ ସୀତାରମଣ ପରାମର୍ଶ ଦେଇଛନ୍ତି । ଯଦି କାହା ଘରେ ବିବାହ କିମ୍ବା ବଡ ଖର୍ଚ୍ଚ ଆବଶ୍ୟକ ହୁଏ ତେବେ ଆରବିଆଇ ନିଯୁକ୍ତ ଅଧିକାରୀ ତାହାକୁ ପ୍ରଦାନ କରିବେ । ଯେପରି ଜମାକର୍ତ୍ତାଙ୍କୁ କୌଣସି ସମସ୍ୟା ଭୋଗିବାକୁ ପଡିବ ନାହିଁ ।

ମୁଁ ସମସ୍ତ ଜମାକାରୀଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ସେମାନଙ୍କ ଟଙ୍କା ସୁରକ୍ଷିତ, ମୁଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସହିତ ନିରନ୍ତର ଯୋଗାଯୋଗରେ ଅଛି ବୋଲି ସୀତାରମଣ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.