ETV Bharat / business

ପର୍ଯ୍ୟୟକ୍ରମେ ଅର୍ଥବ୍ୟବସ୍ଥା ଖୋଲିବାକୁ ସମର୍ଥନ କରିଛନ୍ତି ଟ୍ରମ୍ପ

author img

By

Published : Apr 25, 2020, 12:19 AM IST

ଦେଶର 95 ପ୍ରତିଶତରୁ ଅଧିକ ଲୋକ ଘରେ ବନ୍ଦ ଅଛନ୍ତି । ସାମାଜିକ ଦୂରତା ସମେତ ଅନ୍ୟାନ୍ୟ କଠୋର ପଦକ୍ଷେପ ମେ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏପରି ସ୍ଥିତିରେ ଅର୍ଥନୀତିକୁ ଧୀରେ ଧୀରେ ପୁଣି ଗତିଶୀଳ କରିବାକୁ ଟ୍ରମ୍ପ ସମର୍ଥନ କରିଛନ୍ତି । ଅଧିକ ପଢନ୍ତୁ..

trump advocates reopening the us economy in a phased manner
ପର୍ଯ୍ୟୟକ୍ରମେ ଅର୍ଥବ୍ୟବସ୍ଥାକୁ ଖୋଲିବାକୁ ସମର୍ଥନ କରିଛନ୍ତି ଟ୍ରମ୍ପ

ୱାଂସିଟନ: କୋରୋନା ସଂକ୍ରମଣ ରୋକିବାକୁ ଜାରି ଲକଡାଉନ ଯୋଗୁଁ ଭାରି କ୍ଷତି ସହୁଛି ଆମେରିକା ଅର୍ଥନୀତି । ବିଶ୍ବର ବଡ ଓ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାକୁ ଏହି ସଙ୍କଟରୁ ମୁକୁଳାଇବା ପାଇଁ ପର୍ଯ୍ୟୟକ୍ରମେ ଅର୍ଥନୀତିକୁ ଖୋଲିବାକୁ ସମର୍ଥନ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଦେଶର 95 ପ୍ରତିଶତରୁ ଅଧିକ ଲୋକ ଘରେ ବନ୍ଦ ଅଛନ୍ତି । ସାମାଜିକ ଦୂରତା ସମେତ ଅନ୍ୟାନ୍ୟ କଠୋର ପଦକ୍ଷେପ ମେ ପର୍ଯ୍ୟନ୍ତ ବଳବତ୍ତର ରହିବ । ତେବେ ଆଗକୁ ମଧ୍ୟ ଏହି କଟକଣା ଜାରି ରହିପାରେ ବୋଲି ଗୁରୁବାର ଟ୍ରମ୍ପ ସଙ୍କେତ ଦେଇଛନ୍ତି । ହେଲେ ଅର୍ଥବ୍ୟବସ୍ଥାକୁ ସୁରକ୍ଷିତ ଭାବେ ଧୀରେ ଧୀରେ ଖୋଲିବା ଆବଶ୍ୟକତାକୁ ସେ ଦୃଢତାର ସହ ସମର୍ଥନ କରିଛନ୍ତି ।

ଆକଳନ ଅନୁସାରେ, ଗତ କିଛି ସମ୍ପାହରେ 2.6 କୋଟିରୁ ଉର୍ଦ୍ଧ୍ବ ଆମେରିକୀୟ ବେକାରୀ ଭତ୍ତା ପାଇଁ ଆବେଦନ କରିଛନ୍ତି । ଏହି ସଂଖ୍ୟା ଶୀଘ୍ର 4 କୋଟି ପାର କରିପାରେ ।

ଏପେଟ ବିଶ୍ବ ବ୍ୟାଙ୍କ ଓ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ଉଭୟ 2020ରେ ଆମରିକାର ଅଭିବୃଦ୍ଧି ନକରାତ୍ମକ ରହିବ ବୋଲି ଆନୁମାନିକ ରିପୋର୍ଟ ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.